• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବଦଳୁଛି ବିଜେଡିର ରଣନୀତି …

ବଦଳୁଛି ବିଜେଡିର ରଣନୀତି …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୯ ମାର୍ଚ୍ଚ ୨୦୨୩

ବିଜେଡିର ସ୍ଲୋଗାନ ବଜାରରେ ଏବେ ଯୋଡ଼ି ହୋଇଛି “ଜୟ ଜଗନ୍ନାଥ” । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ସ୍ଲୋଗାନ ଲଞ୍ଚ କରିବା ପରେ ଦଳର ବହୁ ନେତା ଓ କର୍ମୀ ଏବେ ନିଜ ନିଜର ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । “ଶଙ୍ଖ ମୋର ଗର୍ବ” ସ୍ଲୋଗାନକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିବାପରେ ଏବେ “ଜୟ ଜଗନ୍ନାଥ” ସ୍ଲୋଗାନ ଆରମ୍ଭ କରି ବିଜେଡି ଦୁଇଟି ବାର୍ତ୍ତା ଦେଇଛି । ଜାତି ଓ ଧର୍ମ ରାଜନୀତିରେ ବିଜେପିକୁ ମଧ୍ୟ ପଛରେ ପକାଇଦେଇଛି ବିଜେଡି । ପ୍ରଥମେ ଓବିସି ଜନଗଣନା ନେଇ ବିଜେଡିର ଉଦ୍ୟମ ଆଉ ଏବେ ଓଡ଼ିଶାର ଆରାଧ୍ୟ ଦେବତାଙ୍କୁ ଅସ୍ତ୍ର କରି ଲୋକଙ୍କ ମନରେ ଧାର୍ମିକ ଭାବନା ଜାଗ୍ରତ କରିବା ଭଳି ଉଦ୍ୟମ ଆରମ୍ଭ କରିଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଚର୍ଚ୍ଚା ।

ଭାରତୀୟ ଜନତା ପାର୍ଟି ନେତାଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଓ ସରକାର ବିରୋଧୀ ହାୱାକୁ ପ୍ରଶମିତ କରିବା ପାଇଁ ବିଜେଡି ପାଖରେ ଜାତି ଓ ଧର୍ମକୁ ନେଇ ରାଜନୀତି କରିବା ବ୍ୟତୀତ ବିକଳ୍ପ କିଛି ନଥାଇପାରେ ବୋଲି ବିଶ୍ୱାସ କରାଯାଉଛି । ଏପରିକି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସାରିବା ସହ ରାଜ୍ୟର ଅନେକ ଧାର୍ମିକ ମଠ ଓ ମନ୍ଦିର ଗୁଡ଼ିକର ଉନ୍ନତିକରଣ କାର୍ଯ୍ୟକୁ ମଧ୍ୟ ଚୂଡ଼ାନ୍ତ ରୂପ ଦିଆଯାଇପାରେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିଭିନ୍ନ ମନ୍ଦିର ଗସ୍ତକାର୍ଯ୍ୟକ୍ରମ ଓ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା ଯଥେଷ୍ଟ ସଂକେତ ଦେଇ ସାରିଛି । ଏହା ସହିତ ଗୋଶାଳା ଗୁଡ଼ିକ ପ୍ରତି ରାଜ୍ୟ ସରକାରଙ୍କର ବଦଳିଥିବା ମନୋଭାବ ମଧ୍ୟ ଏହାର ଆଉ ଏକ ଉଦାହରଣ ।

ଜନଜାତି ବର୍ଗକୁ ପ୍ରଧାନ୍ୟ ଦେବାକୁ ଯାଇ ଓଡ଼ିଶାରୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ବାଛିବା ପରଠାରୁ ବିଜେଡି ବିଚଳିତ ହୋଇପଡ଼ିଥିଲା । ଏପରିକି ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପଛରେ ବିଜେଡି ସଭାପତିଙ୍କ ଭୂମିକା ଥିବା କଥା ମଧ୍ୟ ଦଳର ନେତା ମାନେ ପ୍ରଚାର କରିବା ଆରମ୍ଭ କରିଦେଇଥିଲେ । ମାତ୍ର ବିଜେଡିର ଏହି ମିଛ ଧରାପଡ଼ିବା ପରେ ଦଳର ଆଦିବାସୀ ଭୋଟ ବ୍ୟାଙ୍କ ପ୍ରଭାବିତ ହୋଇଥିବା କଥା ଦଳ ଜାଣିପାରିଛି । ଏଣୁ ଓଡ଼ିଶାର ସଂଖ୍ୟାଧିକ ପଛୁଆ ବର୍ଗର ଲୋକ ଥିବାରୁ ଏହାକୁ ନିଜର ପ୍ରମୁଖ ଅସ୍ତ୍ର ଭାବେ ବିଜେଡି ବ୍ୟବହାର କରିବା ଆରମ୍ଭ କରିଦେଇଛି । ଯେଉଁଥିପାଇଁ ଓବିସି ଜନଗଣନା ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ସହ ଏନେଇ ରାଜ୍ୟ ସ୍ତରରେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେଡି । ଜନଗଣନା କାର୍ଯ୍ୟ ଶେଷ ହେଉ ଅବା ନହେଉ ମାତ୍ର ନିର୍ବାଚନ ପୂର୍ବରୁ ପଛୁଆ ବର୍ଗ ଭୋଟ ହାତେଇବା ପାଇଁ ବିଜେଡି ଆହୁରି କିଛି ଯୋଜନା ମଧ୍ୟ ଘୋଷଣା କରିପାରେ ଓବିସି ମାନଙ୍କ ପାଇଁ ।

ସେହିପରି ଉପକୂଳ ଓ ପଶ୍ଚିମ ଓଡ଼ିଶାର ବହୁ ମନ୍ଦିର ଓ ଧର୍ମାନୁଷ୍ଠାନର ଉନ୍ନତି କରଣ କାର୍ଯ୍ୟକୁ ମଧ୍ୟ ଶେଷ କରି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଜିତିବାକୁ ବିଜେଡି ପ୍ରସ୍ତୁତ କରିଛି ନିଜର ବ୍ଲୁପ୍ରିଣ୍ଟ । ପ୍ରଶାସନିକ ସ୍ତରରେ ମଧ୍ୟ ଏହି କାର୍ଯ୍ୟଗୁଡ଼ିକୁ ଶେଷ କରିବାକୁ ଜୋରଦାର ଉଦ୍ୟମ ଚାଲିଛି ।

ସେହିପରି ପୂର୍ବରୁ ଓଡ଼ିଶାର ପରିଚୟ ନବୀନ ପଟ୍ଟନାୟକ ବୋଲି କହୁଥିବା ବିଜେଡି ନେତୃତ୍ୱ ଏବେ ନିଜ ଭୁଲ ବୁଝିବା ଆରମ୍ଭ କରି ତ୍ରୁଟି ସମାଧାନ କରିଛି । କିଛି ଦିନ ପୂର୍ବରୁ “ଶଙ୍ଖ ମୋର ଗର୍ବ” କ୍ୟାମ୍ପେନ ରେ ମଧ୍ୟ ବିଜେଡିକୁ ବିଭିନ୍ନ ବର୍ଗରୁ ବେଶ ସମାଲୋଚନା ଶୁଣିବାକୁ ମିଳିଥିଲା । ବିଜୁ ବାବୁଙ୍କ ଛାଡ଼ି “ନବୀନ ଓଡ଼ିଶା” ର ସ୍ଲୋଗାନ ମଧ୍ୟ ସାଧାରଣ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରିନଥିବା ଭଳି ଅନୁଭବ କରୁଛି ଦଳ । ଏଣୁ ବାଧ୍ୟ ହୋଇ ବିଜେଡି ଏବେ ପୁଣି ଏକ ନୂଆ ସ୍ଲୋଗାନ ର ତଲାସରେ ଥିବା ବେଳେ ବିରୋଧୀ ବିଜେପି ଯେଭଳି ଜାତି ଓ ଧର୍ମକୁ ଆଧାର କରି ଓଡିଶା ରାଜନୀତିରେ ସଫଳ ନହେବ, ସେନେଇ ଶେଷରେ ଓଡ଼ିଆ ମାନଙ୍କ ଆରାଧ୍ୟ ଦେବତା ତଥା ପ୍ରତି ଓଡ଼ିଆର ଭାବାବେଗକୁ ପ୍ରଭାବିତ କରୁଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନାଁ କୁ ପ୍ରଚାରରେ ବ୍ୟବହାର କରିବାର କୌଶଳକୁ ଆପଣାଇଛି । ଓଡ଼ିଶାରେ ବିଜେପିର ଜାତି ଓ ଧର୍ମ ରାଜନୀତି ସଫଳ ହୋଇନଥିବା ବେଳେ ବିଜେଡି ର ଏହି ରାଜନୀତି ସଫଳ ହେବକି ? ଜୟ ଜଗନ୍ନାଥ ସ୍ଲୋଗାନ ମାଧ୍ୟମରେ ସରକାର ବିରୋଧୀ ହାୱାକୁ ବିଜେଡି ବଦଳାଇ ପାରିବ ତ ? ପୂର୍ବରୁ ଧର୍ମ ନିରପେକ୍ଷତା କଥା କହି ବିଜେପି ସହ ମେଣ୍ଟ ଭାଙ୍ଗିଥିବା ନବୀନ ପଟ୍ଟନାୟକଙ୍କ ଏହି ରଣନୀତି ବିଜେଡି ପାଇଁ ବୁମେରାଂ ହେବ ନାହିଁ ତ ?

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.