• About
  • Contact
Thursday, May 21, 2026
Thursday, May 21, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧ ଅପ୍ରେଲ ୨୦୨୩

ସହିଦ କରିଛି ବନ୍ଦନା ତୋହର
ଦେହରୁ ନିଗାଡ଼ି ରକ୍ତ
କବି କରିଅଛି ବନ୍ଦନା ତୋହର
ଲେଖନୀ କୁ କରି ଶକ୍ତ.
ଚିତ୍ରକର କରେ ବନ୍ଦନା ତୋହର
ଆଙ୍କି ଦେଇ ତୋର ଚିତ୍ର
କଣ୍ଠ ଶିଳ୍ପୀ ତୋର ବନ୍ଦନା କୁ ଗାଏ
ସ୍ୱରେ ହୋଇ ଉଦବେଳିତ.
ପ୍ରବକ୍ତା କରଇ ତୋହର ବନ୍ଦନା
ଉଚ୍ଚାରୀ ତୋର ମହାନତା
ସେବକ ତୋହର ବନ୍ଦନା କରଇ
ଦେଖାଇ ତା’ର ଉଦାରତା.

ତୋ ମାଟିର ତରୁ ତୃଣ ସବୁ ମା
ଫୁଲ ପତ୍ରେ ସଜ ହୋଇ
ଧୀର ସମୀରଣେ ଦୋହଲି ଦୋହଲି
ବନ୍ଦନା ଦିଅନ୍ତି ଗାଇ.
ନିର୍ଝରିଣୀ ଝରି କୁଳୁ କୁଳୁ
ବନ୍ଦନା ଗାଏ ଉଚ୍ଚାଟେ
ତୋ ବନ୍ଦନା ପାଇଁ ସରସୀ ଜଳରେ
ପଙ୍କଜିନୀ ଫୁଟେ ହୃଷ୍ଟେ.
ଗଭୀର କାନନେ ପଶୁ ମେଳି ହୋଇ
କରନ୍ତି ଯେଝା ଶବଦ
ସେ ଶବଦ ମିଶି ବନ ପ୍ରଦେଶରେ
ହୁଏ ବନ୍ଦନା ନିନାଦ.

ମନ୍ଦିରରେ ଘଣ୍ଟା ତୋ ବନ୍ଦନା ସୁରେ
ଭରେ ଶବ୍ଦ ମଧୁରିମା
ମସଜିଦ ଗୀର୍ଜାରେ ପ୍ରଭୁ ପ୍ରାର୍ଥନା ରେ
ଶୁଭେ ତୋହର ଗାରିମା.

ତୋ ବନ୍ଦନା ସର୍ବେ ଗା’ନ୍ତି ଦରପେ
ତୋ ପୃଷ୍ଠେ ଯା’ର ରହଣି
ଶୁଭେ ନିଶବ୍ଦ ରେ ଅବା ସଶବ୍ଦରେ
“ବନ୍ଦେ ଉତ୍କଳ ଜନନୀ”
“ବନ୍ଦେ ଉତ୍କଳ ଜନନୀ”
*********
ପବିତ୍ର “ଉତ୍କଳ ଦିବସ”ଅବସରରେ
ଶବ୍ଦ ରେ ଶବ୍ଦ ରେ ମାଟି ବନ୍ଦନା.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ମାଆର ମୂଲ ଅମୂଲ ମୂଲ
Literature

ମାଆର ମୂଲ ଅମୂଲ ମୂଲ

by ଭକ୍ତ ଚରଣ ସାହୁ
May 10, 2026

ଭକ୍ତ ଚରଣ ସାହୁ, ଯାଜପୁର, ୧୦ ମଇ ୨୦୨୫ ମାଆର ମୂଲ ଅମୂଲ ମୂଲ ତା' ମୂଲ କିଏ ଦେବ। ମାଆର ଗେଲ ଅମୃତ ତୁଲ ତା'...

Read more
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
What You Call Right

What You Call Right

April 18, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.