• About
  • Contact
Sunday, April 19, 2026
Sunday, April 19, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

୧୨ କୋଟିର ଫେଷ୍ଟିଭାଲ୍..

୧୨ କୋଟିର ଫେଷ୍ଟିଭାଲ୍..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୩ ଅପ୍ରେଲ ୨୦୨୩

ଓଡ଼ିଶାରେ ପର୍ବପର୍ବାଣିର ଅଭାବ ନାହିଁ । ଅନେକ ପର୍ବ ଏବେ ଗ୍ରାମାଞ୍ଚଳରେ ସୀମିତ ହୋଇଗଲାଣି। ଲୋକମାନେ ସହରାଭିମୁଖୀହେବା ପରେ ଏହି ପର୍ବପର୍ବାଣି ପାଳନକୁ ମଧ୍ୟ ଭୁଲିଗଲେଣି । ସହରରେ ବସବାସ କରୁଥିବା ଲୋକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇ ଦେବାକୁ ଓଡ଼ିଶା ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମଧ୍ୟ ବେଶ୍ ତତ୍ପରତା ପ୍ରକାଶ କରିଛି। କେବଳ ରାଜଧାନୀ ଲୋକଙ୍କୁ ଖୁସି କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଆୟୋଜନ କରିଥିଲେ ଏକ ଫେଷ୍ଟିଭାଲ । ଯାହାର ନାଁ ଥିଲା ଡଟ୍ ଫେଷ୍ଟିଭାଲ । ଏହି ଫେଷ୍ଟିଭାଲକୁ ବେଶ୍ ଭରପୁର ଉପଭୋଗ କରିଥିଲେ ରାଜଧାନୀବାସୀ । ନାଚ, ଗୀତ ଓ ଖାଦ୍ୟର ଆସରରେ ନିଜକୁ ହଜାଇ ଦେଇଥିଲେ ସମସ୍ତେ। ତେବେ ଏଭଳି ଫେଷ୍ଟିଭାଲ ଆୟୋଜନର ଉଦ୍ଦେଶ୍ୟ ଯାହା ହେଉନା କାହିଁକି, ମାତ୍ର ଏହି ଫେଷ୍ଟିଭାଲ ଆୟୋଜନର ଖର୍ଚ୍ଚ ଜାଣିଲେ ଯେ କେହି ବି ସହଜରେ ବିଶ୍ୱାସ କରିପାରିବ ନାହିଁ।

ଏଭଳି ଏକ ଫେଷ୍ଟିଭାଲର ଆୟୋଜନ ବାବଦରେ ବିଧାନସଭାରୁ ମିଳିଛି ତଥ୍ୟ। ଏପରିକି ଏହି ଫେଷ୍ଟିଭାଲର ଆୟୋଜନ ନେଇ ସମସ୍ତ ତଥ୍ୟ ବିଭାଗୀୟ ମନ୍ତ୍ରୀଙ୍କୁ ମାଗିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ବିଧାୟକଙ୍କ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ । ମନ୍ତ୍ରୀଙ୍କ ଉତ୍ତର ଶୁଣିବା ମାତ୍ରେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । କାରଣ ଏହି ଫେଷ୍ଟିଭାଲର ନାଁ ସିନା ‘ଡଟ୍ ଫେଷ୍ଟିଭାଲ’ ମାତ୍ର ଏ ବାବଦରେ ହୋଇଥିବା ଖର୍ଚ୍ଚର ପରିମାଣ ସମୁଦ୍ର ର ପାଣି ଭଳି। ଯାହାର ପରିମାଣ ହେଉଛି ୧୨ କୋଟି ୬୮ ଲକ୍ଷ ୨ ହଜାର ୫୬୪ ଟଙ୍କା । ଏହିଭଳି ଏକ ଫେଷ୍ଟିଭାଲ୍ ର ଆୟୋଜନ ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଗୋଟିଏ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ସହ ଚୁକ୍ତି କରିଛନ୍ତି । ସେହି ସଂସ୍ଥା ସହ ହୋଇଥିବା ଚୁକ୍ତି ମୁତାବକ ତାଙ୍କୁ ୧୨ କୋଟି ୬୮ ଲକ୍ଷ ୨ ହଜାର ୫୬୪ ଟଙ୍କା ଦିଆଯିବ । ତେବେ ଏ ବାବଦରେ ଚୁକ୍ତି ହୋଇଥିବା ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାକୁ ଏ ପର୍ଯ୍ୟନ୍ତ ୯ କୋଟି ୨୨ ଲକ୍ଷ ୪୫ ହଜାର ୭୫୨ ଟଙ୍କା ଦିଆଯାଇ ସାରିଛି ବୋଲି ମନ୍ତ୍ରୀ ନିଜ ଉତ୍ତରରେ ଦର୍ଶାଇଛନ୍ତି । ତେବେ ଏହି ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ବାବଦରେ ସବିଶେଷ ତଥ୍ୟ ମଧ୍ୟ ଦିଆଯାଇନାହିଁ ଅବା ଏହି କୋଟି କୋଟି ଟଙ୍କାର ଫେଷ୍ଟିଭାଲ ଆୟୋଜନ ପାଇଁ ଟେଣ୍ଡର ପ୍ରକ୍ରିୟା ହୋଇଥିଲା କି ନାହିଁ ସେ ବାବଦରେ ମଧ୍ୟ ମନ୍ତ୍ରୀ ଉତ୍ତର ରଖି ନାହାନ୍ତି ।

ସ୍ୱାଭାବିକ୍ ଭାବେ ଯିଏ ବି ଏହି ଫେଷ୍ଟିଭାଲ ବାବଦରେ ଜାଣିବ ତା ମନରେ ଏନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇପାରେ । ଆମ ସଂସ୍କୃତି ଓ ପରଂପରାରେ ଏତେ ପର୍ବପର୍ବାଣି ଥିବା ବେଳେ ଏଭଳି ଏକ ଫେଷ୍ଟିଭାଲ ଆୟୋଜନର ଉଦ୍ଦେଶ୍ୟ କ’ଣ ହୋଇପାରେ ? ଯଦି ଗୋଟିଏ ଗୋଟିଏ ଏଭଳି ଫେଷ୍ଟିଭାଲ୍ ଆୟୋଜନ କରିବାରେ କୋଟି କୋଟି ଟଙ୍କା ବ୍ୟୟ ହେଉଛି ତେବେ ବର୍ଷ ସାରା ଭୁବନେଶ୍ୱରରେ ଓ ବିଭିନ୍ନ ଜିଲ୍ଲା ସ୍ତରରେ ଆୟୋଜିତ ହେଉଥିବା ନୂଆ ନୂଆ ଫେଷ୍ଟିଭାଲ୍ ରେ କେତେ ପରିମାଣର ଅର୍ଥ ଖର୍ଚ୍ଚ ହେଉଥିବ ? ଏହି ବ୍ୟୟ ବହୁଳ ଫେଷ୍ଟିଭାଲ ଆୟୋଜନ ପଛରେ କିଏ? ଏଭଳି ଫେଷ୍ଟିଭାଲର ଲାଭର୍ଥୀ କେଉଁମାନେ ତାହା ମଧ୍ୟ ସାଧାରଣ ଲୋକ ଜାଣିବା ଆବଶ୍ୟକ ନୁହେଁକି ?

Nirvik Bureau

Nirvik Bureau

Related Posts

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?
Politics

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

by Nirvik Bureau
April 9, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୯ ଏପ୍ରିଲ, ୨୦୨୬ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି ଡ. ସସ୍ମିତ୍ ପାତ୍ର। ଦଳ ସଭାପତି ନବୀନ...

Read more
ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

April 4, 2026
ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

March 28, 2026
ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

March 17, 2026
ଘୋଡ଼ା ବେପାରକୁ ସ୍ୱୀକୃତି !

ଘୋଡ଼ା ବେପାରକୁ ସ୍ୱୀକୃତି !

March 14, 2026
ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

March 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.