• About
  • Contact
Wednesday, April 29, 2026
Wednesday, April 29, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

“ବିଷୁବ ସଂକ୍ରାନ୍ତି, ବିବିଧତା କ୍ରାନ୍ତି”

“ବିଷୁବ ସଂକ୍ରାନ୍ତି, ବିବିଧତା କ୍ରାନ୍ତି”
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୧୪ ଅପ୍ରେଲ ୨୦୨୩

ଆଜି ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ
ବିଷୁବ ସଂକ୍ରାନ୍ତି ପରା,
ଓଡ଼ିଆ ଜାତିର, ନୂତନ ବରଷ
ଆନନ୍ଦ ଉଲ୍ଲାସ ଭରା ll
ପଣା ଘରେ ଘରେ , ବେଲ ମିଶା ବାରେ
ନୁଆଁ ପାଞ୍ଜି ପ୍ରଚଳନ,
ସାହିତ୍ୟ ସଭାରେ, ମନ ଘର ଧରେ
କବିତା ପାଠକୁ ମନ ll
ହନୁମାନ ଚାଳିଶା, ଆବୃତି ଓ ଘୋଷା
ଭୋଜି ଭାତର ଆସର,
ବନ୍ଧୁଙ୍କ ମିଳନ, ଭାବ ଦିଆନିଆ
ସବୁ ଆନନ୍ଦ ମୁଖର ll
ଛେନା ରସାବଳି, ଚିନି, ଗୁଡ ଦଳି
ନଡ଼ିଆ କୋରକୁ ଘେନା
ହୁଏ ପଣା ପାଣି, ଭଳି ଭଳି ପୁଣି
ଶରୀର ତାପକୁ ମନା ll
କେତେ ହୋମ ଯଜ୍ଞ, ସ୍ତୁତି, ସ୍ତବ ରାଗ
ପୂରାଣ ପାଠରେ ମନ,
ନୁଆଁ ପାଞ୍ଜି ଖୋଲି, ବୁଝାବଣା ଖାଲି
ଲାଭ ହାନି ଦିଗ ମାନ ll
ରୌଦ୍ର ତାପଟିର, ପ୍ରଚଣ୍ଡ, ପ୍ରଖର
ସଜାଗ ବାରତା ଦିଏ,
ପଣା ପାଣି ପିଇ, ସୁସ୍ଥ ସ୍ୱାସ୍ଥ୍ୟ ନେଇ
ରହିବା ବାରତା କହେ ll
ସମ୍ବିଧାନ କରତା, ପ୍ରମୁଖ ନିର୍ମାତା
ଆମ୍ବିଦକର ଜୟନ୍ତୀ
ତାଙ୍କ ଗୁଣ କୀର୍ତି, ସବୁ ମନ ଚିନ୍ତି
ପ୍ରେରଣାକୁ ଲଭି ଥାନ୍ତି ll
ତାଙ୍କ ଅବଦାନ, ଦାନ, ଧର୍ମ ପୁଣ୍ୟ
ସ୍ମୃତି ଚାରଣର ଦିନ,
ତ୍ରିବେଣୀ ସଙ୍ଗମ, ଦିବସର ମର୍ମ
ସଂକ୍ରାନ୍ତିର ଏହି ମାନ ll
କରିବ ଏକାଠି, ମିଳାମିଶା କୋଠି
ମନ ଦିଆ ନିଆ କେତେ,
ସବୁ କଥା ଭୁଲି, ଜନ କୋଳାକୋଳି
ସଂସ୍କାର, ସଭ୍ୟତା ଗଢ଼େ ll
ସାହିତ୍ୟ ଆସର, କରଇ ଆଦର
ବହୁ କଥା କହି ଯାଏ,
ନୁଆଁ ନୁଆଁ ବହି, ଆବିର୍ଭାବ ହୋଇ
ଲୋକାର୍ପଣ ହୋଇ ଥାଏ ll
ସାହିତ୍ୟ, ସଂସ୍କାର, ସ୍ୱାସ୍ଥ୍ୟ ସମ୍ପଦର
ମାରଗ ଦର୍ଶକ ହେତୁ,
ଆଜିର ଦିବସ, ପୁଲକ ହରଷ
ଜ୍ଞାନ, ଗୁଣଟିର ସେତୁ ll

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ମଧୁବାବୁ
Literature

ମଧୁବାବୁ

by ପ୍ରଭୁକଲ୍ୟାଣ ମହାପାତ୍ର
April 29, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୯ ଏପ୍ରିଲ, ୨୦୨୬ ମଧୁବାବୁ ନାମେ ତୁମେ ରାଜ୍ୟେ ପରିଚିତ ଏମ.ଏସ.ଦାସ ଭାବେ ଦେଶରେ ବିଦିତ ପ୍ରକୃତରେ ତୁମେ ସାରା ପୃଥିବୀ ବିଖ୍ୟାତ...

Read more
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
What You Call Right

What You Call Right

April 18, 2026
ମହା ବିଷୁବ ସଂକ୍ରାନ୍ତି

ମହା ବିଷୁବ ସଂକ୍ରାନ୍ତି

April 14, 2026
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.