• About
  • Contact
Monday, March 16, 2026
Monday, March 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ତୋର ଶ୍ରୀକ୍ଷେତ୍ର କୁ ଯିବା ପାଇଁ ନାଥ

ତୋର ଶ୍ରୀକ୍ଷେତ୍ର କୁ ଯିବା ପାଇଁ ନାଥ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅପ୍ରେଲ ୨୦୨୩

ତୋର ଶ୍ରୀକ୍ଷେତ୍ର କୁ ଯିବା ପାଇଁ ନାଥ
ତୋ ଡୋରି କାହିଁକି ଲାଗୁନାହିଁ
ସେଥିପାଇଁ ମନ ଟାଣୁନାହିଁ
ସଂସାର ଜଞ୍ଜାଳେ ବୁଡ଼ି ମୁଁ ରହିଛି
ଜୟ ଜଗନ୍ନାଥ ଗାଇ ଗାଇ.

ତୁଳସୀ ଚଉରା ମୂଳେ ଦିଏ ପାଣି
ଚଉରା ରେ ଦେଖେ ତୋହରି ମୁହଁ
ଚଉରା ମୋହର କାଳିଆ ଦିଅଁ
ପ୍ରଣମି ସାଷ୍ଟାଙ୍ଗେ ଘର ଚଉରାକୁ
ହୃଦୟରେ ଦେଖେ ମୁଁ ଦାରୁଦିଅଁ.

ଶାଗ ପଖାଳ ମୁଁ ଖାଏ ଘରେ ବସି
ପ୍ରଥମେ ସମର୍ପି ତୋତେ କାଳିଆ
କଂସାକୁ ଭାବେ ତୋ ଭୋଗ କୁଡ଼ୁଆ
ପଖାଳ କୁ ଭାବି ତୋ ଅବଢ଼ା ଅନ୍ନ
ହୋଇଯାଏ ତୋର ଭାବେ ଭୋଳିଆ.

ମୋ ଘର ମୋ ପାଇଁ ଶ୍ରୀମନ୍ଦିର ପ୍ରଭୁ
ମୋ ବାପା ଦେହରେ ବସିଛୁ ତୁହି
ତୋ ଦର୍ଶନ ବାପା ଦେହେ କରଇ
ସକାଳେ ସଂଜେ ମୁଁ ଭାବ ଭକତିରେ
ବାପା ପାଦ ତଳେ ଲୋଟି ପଡ଼ଇ.

ତଥାପି କାହିଁକି କହରେ କାଳିଆ
ପୁରୀ ଯିବା ପାଇଁ ହେଉଛି ମନ
ତୋ ଦର୍ଶନେ ହେବ ଜୀବନ ଧନ୍ୟ
ତୋ ଛଡ଼ା ତୁଳସୀ ମାରିଦେଲେ ତୁଣ୍ଡେ
ରୋଗ ଶୋକ ଦୁଃଖ ଲାଗିବ ହୀନ.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

“ଟଙ୍କା ଖିଆ, ନରାସୁର”
Literature

“ଟଙ୍କା ଖିଆ, ନରାସୁର”

by ଜୟ କୁମାର ମିଶ୍ର
March 14, 2026

ଜୟ କୁମାର ମିଶ୍ର, ଗଜପତି, ୧୪ ମାର୍ଚ୍ଚ ୨୦୨୬ ଗତ ଜନ୍ମ ଥିଲ, ବ୍ରହ୍ମ ରାକ୍ଷାସଟି ଏ ଜନମେ ହେଲ ନର ମହତଟି ଯାଉ, ହୁଅ ହାଉଁ,...

Read more
ଶାସ୍ତ୍ରୀୟ ମୋ ଭାଷା

ଶାସ୍ତ୍ରୀୟ ମୋ ଭାଷା

March 11, 2026
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.