• About
  • Contact
Monday, August 31, 2026
Monday, August 31, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଓଡ଼ିଶାର ଅବକାରୀ ରେକର୍ଡ

ଓଡ଼ିଶାର ଅବକାରୀ ରେକର୍ଡ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୭ ଅପ୍ରେଲ ୨୦୨୩

ଆମ ରାଜ୍ୟର ଅବକାରୀ ବିଭାଗ ୨୦୨୨-୨୩ ଆର୍ଥିକ ବର୍ଷର ରେକର୍ଡ ପରିମାଣ ରାଜସ୍ୱ ଆଦାୟ କରିପାରିଛି । ଏହି ବର୍ଷ ଆଦାୟ ହୋଇଥିବା ରାଜସ୍ୱର ପରିମାଣ ଭାଟ୍ ସହିତ ୮୯୬୭.୪୯ କୋଟି ଟଙ୍କା । ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ଏଥରର ଆଦାୟ ହୋଇଥିବା ଅର୍ଥର ପରିମାଣରେ ୧୭.୬୫ ପ୍ରତିଶତ ବୃଦ୍ଧି ଘଟିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ଆଦାୟର ପରିମାଣ ଥିଲା ୭୬୨୨.୪୧ କୋଟି ଟଙ୍କା । ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଆଦାୟ ପରିମାଣ ଥିଲା ୫୪୦୦.୨୧ କୋଟି ଟଙ୍କା ।

ଓଡିଶା ସରକାର ଖଣି ପରେ ଅବକାରୀ ରାଜସ୍ଵ ଉପରେ ବେଶ୍ ଗୁରୁତ୍ୱ ଦେଇ ଆସୁଥବାର ନଜରକୁ ଆସିଛି । ଯେଉଁଥିପାଇଁ ଏହାକୁ ଓଡିଶା ସରକାରଙ୍କର ୨ନମ୍ବର ରାଜସ୍ଵ ଆଦାୟକାରୀ ବିଭାଗ ବୋଲି କୁହାଯାଏ । କେବଳ ଅବକାରୀ ରାଜସ୍ଵ ଆଦାୟରେ ରାଜ୍ୟ ସରକାର ସଫଳତା ପାଇଛି ତାନୁହେଁ ବରଂ ଅବକାରୀ ଜନିତ ମାମଲା ଓ ଗିରଫଦାରୀ ସଂଖ୍ୟା ମଧ୍ୟ ରେକର୍ଡ କରିଛି । ଯଦି ୨୦୨୨-୨୩ ଆର୍ଥିକ ବର୍ଷରେ ମାମଲା ସଂଖ୍ୟା ହିସାବକୁ ନିଆଯାଏ, ତେବେ ବିଭିନ୍ନ ଜିଲ୍ଲା ସ୍ତରରେ ୬୧,୩୭୭ଟି ମାମଲା ରୁଜୁ ହୋଇଛି । ଏହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୫୧ ପ୍ରତିଶତ ଅଧିକ ରହିଛି । ୨୦୨୧-୨୨ ବର୍ଷ ରାଜ୍ୟରେ ମୋଟ ୪୦,୫୯୮ଟି ମାମଲା ରୁଜୁ ହୋଇଥିଲା । ସେହିପରି ବେଆଇନ ନିଶା କାରବାର ଅଭିଯୋଗରେ ୨୦୨୨-୨୩ରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪୯ହଜାର ୨୧୧ ରହିଛି । ଏହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୪୭ ପ୍ରତିଶତ ଅଧିକ ରହିଛି । ୨୦୨୧-୨୨ରେ ୩୩,୫୫୧ ଗିରଫ ହୋଇଥିବା ବେଳେ ୨୦୨୦-୨୧ ବର୍ଷରେ ଗିରଫଦାରୀ ସଂଖ୍ୟା ୧୯,୨୩୯ ରହିଥିଲା । ତେବେ ୨୦୨୨-୨୩ ଆର୍ଥିକ ବର୍ଷରେ ରେକର୍ଡ ପରିମାଣ ଏନଡିପିଏସ ମାମଲା ରୁଜୁ ହୋଇଛି । ଯାହାର ସଂଖ୍ୟା ହୋଇଛି ୧୯୪୯ । ପୂର୍ବ ବର୍ଷ ଅପେକ୍ଷା ୧୬୧ ପ୍ରତିଶତ ଅଧିକ । ୨୦୨୧-୨୨ ଆର୍ଥିକ ବର୍ଷରେ ଏନଡିପିଏସ ମାମଲା ସଂଖ୍ୟା ୭୪୮ ଥିବା ବେଳେ ୨୦୨୦-୨୧ରେ ଏହା ୩୯୬ ରହିଥିଲା ।

ସେହିପରି ଗତ ଆର୍ଥିକ ବର୍ଷରେ ଏନଡିପିଏସ ମାମଲାରେ ୨୨୩୨ ଜଣଙ୍କୁ ଗିରଫ କରାଯାଇଛି । ଏହା ପୂର୍ବବର୍ଷ ତୁଳନାରେ ୧୬୩ ପ୍ରତିଶତ ଅଧିକ । ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୨୦୨୧-୨୨ରେ ୮୪୯ ଥିବା ବେଳେ ୨୦୨୦-୨୧ରେ ୩୮୮ ଥିଲା । ସେହିପରି ଏହି ବର୍ଷ ୪୧ହଜାର ୩୩୦ କେଜି ଗଂଜେଇ ଓ ୩୨ହଜାର ୫୧୨ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ୨୦୨୧-୨୨ ମସିହାରେ ଜବତ ହୋଇଥିବା ବ୍ରାଉନସୁଗାରର ପରିମାଣ ୧୨ହଜାର ୫୬୭ଗ୍ରାମ ଥିବା ବେଳେ ପ୍ରତିଶତ ହିସାବରେ ୨୦୨୨-୨୩ରେ ଏହା ୧୫୯ ପ୍ରତିଶତ ଅଧିକ ରହିଛି । ସେହିପରି ବେଆଇନ ମାଦକ ଦ୍ରବ୍ୟ ପରିବହନରେ ବ୍ୟବହୃତ ମୋଟରଯାନ ଜବତର ପରିମାଣ ହୋଇଛି ୩୪ଶହ ୪୦ । ଯାହାକି ପୂର୍ବବର୍ଷ ଠାରୁ ୫୫ ପ୍ରତିଶତ ଅଧିକ ।

ଯଦି ୨୦୨୨-୨୩ ବର୍ଷର ଅବକାରୀ ବିଭାଗର ତଥ୍ୟକୁ ତର୍ଜମା କରାଯାଏ ତେବେ ଯେ କେହିବି ଏହାକୁ ରାଜ୍ୟ ଅବକାରୀ ବିଭାଗର ଏକ ବଡ଼ ସଫଳତା ବୋଲି କହିବ । ଓଡ଼ିଶାରେ ମଦ, ଗଂଜେଇ, ବ୍ରାଉନସୁଗାର ସେବନକାରୀଙ୍କ ସଂଖ୍ୟା ବଢ଼ିବାର ଇଏ ଏକ ସଂକେତ ନୁହେଁ କି ? ଅଧିକ ରାଜସ୍ୱ ଆଦାୟ ଲକ୍ଷ୍ୟରେ ନିଶାଦ୍ରବ୍ୟ କାରବାର ବଢ଼ାଇବାରେ ଏହି ସରକାରୀ ନିଷ୍ପତ୍ତି କାର୍ଯ୍ୟକାରୀ ହେଉ ନାହିଁ ତ ? ଜାତୀୟ ସ୍ତରର ହାର ଠାରୁ ଓଡ଼ିଶାରେ ମଦ୍ୟପାନ ଓ ଗଂଜେଇ ଭଳି ନିଶାଦ୍ରବ୍ୟ ସେବନକାରୀଙ୍କ ସଂଖ୍ୟା ବଢ଼ିବା କ’ଣ ସୂଚିତ କରୁଛି ? ଅବକାରୀ ରାଜସ୍ୱ ଲକ୍ଷ୍ୟ ପୂରଣ କରିବା ଓ ରାଜ୍ୟରେ ନିଶାଦ୍ରବ୍ୟ ବ୍ୟବହାରୀ କାରୀଙ୍କ ସଂଖ୍ୟା ବଢ଼ାଇବା ରାଜ୍ୟର କେଉଁ ସ୍ୱାର୍ଥକୁ ସାଧିତ କରୁଛି ?

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.