• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଅପପୁଷ୍ଟିର କରିଡର…

ଅପପୁଷ୍ଟିର କରିଡର…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୦ ଅପ୍ରେଲ ୨୦୨୩

ଶିଳ୍ପସମୃଦ୍ଧ ଯାଜପୁର ଜିଲ୍ଲାରେ ପୁଣି ଏକ ଅପପୁଷ୍ଟି ଜନିତ ମୃତ୍ୟୁ ଘଟିଥିବାର ଖବର ମିଳିଛି । ଏହି ଅଭାବନୀୟ ଘଟଣାଟି ଦାନଗଦି ବ୍ଲକରେ ଘଟିଥିବା କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପୂର୍ବରୁ ଅପପୁଷ୍ଟି ନେଇ ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲା ଏହି ଜିଲ୍ଲାର ନଗଡ଼ାର କାହାଣୀ । ଏପରିକି କିଛି ଦିନ ପୂର୍ବରୁ କଳିଙ୍ଗ ନଗର ଶିଳ୍ପାଞ୍ଚଳ ନିକଟରେ ଅପପୁଷ୍ଟିରେ ଆକ୍ରାନ୍ତ ଶିଶୁଙ୍କ ଖବର ଜାତୀୟ ସ୍ତରର ପ୍ରମୁଖ ଖବର ମଧ୍ୟ ହୋଇଥିଲା । ଏବେ ପୁନର୍ବାର ସେହି ଜିଲ୍ଲାରେ ଅପପୁଷ୍ଟିରେ ଶିକାର ହୋଇ ଶିଶୁଙ୍କ ମୃତ୍ୟୁ ହେବା ଖବର କ’ଣ ବୟାନ କରୁଛି ? ରାଜ୍ୟସରକାର ଓ କେନ୍ଦ୍ର ସରକାରଙ୍କର ଅପପୁଷ୍ଟି ରୋକିବା ନେଇ କାର୍ଯ୍ୟକାରୀ ହୋଇଥିବା ଯୋଜନା କ’ଣ ଏହି ଜିଲ୍ଲାରେ ଅପହଞ୍ଚ ହୋଇ ପଡ଼ିଛି କି ? ପ୍ରଶାସନିକ ସ୍ତରରେ ଯୋଜନା କାର୍ଯ୍ୟକାରୀ ହୋଇନାହିଁ ବୋଲି ଏହି ଘଟଣା ପ୍ରମାଣିତ କରୁନାହିଁ କି ?

ଖଣି ଓ ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାର ଦୁଇ ବ୍ଲକ ସହ ସତେ ଯେମିତି ଯୋଡି ହୋଇଯାଇଛି ‘ଅପପୁଷ୍ଟି’ ନାମରେ ଆଉ ଏକ ପରିଚୟ । ପୂର୍ବରୁ ଯାଜପୁର ଜିଲ୍ଲାର ସୁକିନ୍ଦା ଓ ଦାନଗଦି ବ୍ଲକ୍ କୁ ସିମାମ ଯୋଜନାରେ ସରକାର ସାମିଲ୍ କରିସାରିଛନ୍ତି । ରାଜ୍ୟରେ ଅପପୁଷ୍ଟିକୁ ଆଖି ଆଗରେ ରଖି ସରକାର ୧୦ଟି ବ୍ଲକରେ ଏହି ଯୋଜନାକୁ କାର୍ଯ୍ୟକାରୀ ମଧ୍ୟ କରୁଛନ୍ତି । ପରିବର୍ତ୍ତିତ ରଣନୀତି ମାଧ୍ୟମରେ ପାହାଡ଼ିଆ ତଥା ଦୁର୍ଗମ ଅଞ୍ଚଳରେ ଶିଶୁମାନଙ୍କ ଠାରେ ଦେଖାଯାଉଥିବା ଅପପୁଷ୍ଟିକୁ ଦୂର କରିବା ପାଇଁ ଅପପୁଷ୍ଟି ନିରାକରଣ ଯୋଜନା କାର୍ଯ୍ୟକାରୀ ହୋଇ ଆସୁଛି। ତଥାପି ଅପପୁଷ୍ଟିରେ ଆକ୍ରାନ୍ତ ଶିଶୁ ଓ ମୃତ୍ୟୁ ବରଣ କରୁଥିବା ଶିଶୁଙ୍କ ସଂଖ୍ୟା ଉପରେ ଏହି ଯୋଜନାର ପ୍ରଭାବ ପଡ଼ି ପାରୁ ନଥିବା ଭଳି ମନେହେଉଛି। ବାରମ୍ବାର ଏହି ଜିଲ୍ଲାରେ ଅପପୁଷ୍ଟି ଜନିତ ଶିଶୁଙ୍କ ମୃତ୍ୟୁ ଖବର ଆସୁଥିଲେ ମଧ୍ୟ ପ୍ରଶାସନକୁ ତାହା ବିଚଳିତ କରୁନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏହି ଅପପୁଷ୍ଟି ଜନିତ ଖବରକୁ ନେଇ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ଲୋକପ୍ରତିନିଧି ମଧ୍ୟ ନିଜର ତତ୍ପରତା ପ୍ରକାଶ କରିବା ଦେଖିବାକୁ ମିଳୁନାହିଁ । କେବଳ ସୋସିଆଲ ମିଡ଼ିଆରେ ଯଦି ଏହି ଖବର ଭାଇରାଲ ହେଉଛି ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେବାସହ, ଅପପୁଷ୍ଟି ଶିକାର ହୋଇଥିବା ଶିଶୁଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଉଛି ।

ମାତ୍ର ବାରମ୍ବାର ଯାଜପୁର ଜିଲ୍ଲାର ୨ଟି ବ୍ଲକ୍ ରେ ଅପପୁଷ୍ଟି ଶିକାର ଶିଶୁଙ୍କ ଖବର ଗଣମାଧ୍ୟମରେ ଆସିବା ପରେ ମଧ୍ୟ ଏହାର କାରଣ ଜାଣିବା ଓ ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ତନାଘନା କରାଯିବା ଭଳି ଘଟଣା ବାହାରକୁ ଜଣାପଡ଼ୁନାହିଁ । ଯଦି ରାଜ୍ୟର ଅର୍ଥନୈତିକ ବିକାଶରେ ପ୍ରମୁଖ ଅବଦାନ ରଖୁଥିବା ଅଞ୍ଚଳରେ ଅପପୁଷ୍ଟିର ଶିକାର ଶିଶୁଙ୍କ ସଂଖ୍ୟା ବଢ଼ିଚାଲେ, ବିକାଶର କେଉଁ ସଂଜ୍ଞା କୁ ଏହା ବୁଝାଇବ ? ଶିଳ୍ପସମୃଦ୍ଧ ଓ ଖଣିଜଦ୍ରବ୍ୟ ଭରପୁର ଥିବା ସ୍ଥାନରେ ଯଦି ନିମ୍ନତମ ସୋପାନରେ ସରକାରୀ ଯୋଜନା ନପହଞ୍ଚେ ତେବେ ଏଥିପାଇଁ କାହାକୁ ଦାୟୀ କରାଯିବ ? ଗମନାଗମନର ସୁବିଧା ଥିବା ଅଞ୍ଚଳରେ ସରକାରୀ ଯୋଜନା ଯଦି ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ହୁଏ ତେବେ ଦୋଷ କାହାକୁ ଦିଆଯିବ ? କ୍ରମାଗତ ଭାବେ ଯଦି ଅପପୁଷ୍ଟିର ଶିକାର ହୋଇ ଶିଶୁ ମୃତ୍ୟ ବରଣ କରନ୍ତି ତେବେ ‘ନଗଡ଼ା’ ଭଳି ଯାଜପୁର ଓ ଓଡ଼ିଶାର ମଧ୍ୟ ଅପପୁଷ୍ଟିକୁ ନେଇ ଏକ ନୂଆ ପରିଚୟ ସୃଷ୍ଟି ହେବନି ତ ?

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.