• About
  • Contact
Tuesday, July 7, 2026
Tuesday, July 7, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବାର ମାସେ ତେର ପରବ ତୋ ପାଇଁ

ବାର ମାସେ ତେର ପରବ ତୋ ପାଇଁ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୩ ଅପ୍ରେଲ ୨୦୨୩

ବାର ମାସେ ତେର ପରବ ତୋ ପାଇଁ
ତୋ ପାଇଁ ରେ ଯାନୀ ଯାତରା
ତୋର ଖୁସି ପାଇଁ ସେ ଯାନୀ ଯାତରା
କରୁଅଛି ଏହି ଜାତି ପରା.

ସେହି ଯାନୀ ଯାତ୍ରା ଭିତରୁ ଆଜିରେ
ଅକ୍ଷୟ ତୃତୀୟା ତିଥି ସାର
ତୋ ଚନ୍ଦନ ଯାତ୍ରା ପ୍ରାରମ୍ଭର ଦିନ
ପୂତ ତିଥି ଏହି ଜାତି ଟାର.

ଅକ୍ଷୟ ତୃତୀୟା ତିଥି ପୂଣ୍ୟ ତମ
ଓଡ଼ିଆ ବିଶ୍ୱାସ କରିଥାଏ
ଚାଷ କାର୍ଯ୍ୟ ଠାରୁ ବ୍ୟବସାୟ ଯାଏ
ସବୁର ଆରମ୍ଭ କରିଦିଏ.

ଶ୍ରୀଗୁଣ୍ଡିଚା ପାଇଁ ରଥ ଅଖ କାମ
ଆରମ୍ଭ ହୁଅଇ ତୋ ଆଜ୍ଞାରେ
ଭକତି ଭାବରେ ସମର୍ପିତ ହୋଇ
ମହାରଣା ରଥ କୁ ତିଆରେ.

ରେବତୀ ବିବାହ ନୀତି ତୋ ମନ୍ଦିରେ
ସମ୍ପାଦିତ ହୁଏ ଭକତିରେ
ତୋତେ ସାକ୍ଷୀ ରଖି ଏ ଜାତି ଦାୟାଦ
ସବୁ କାର୍ଯ୍ୟ କରେ ଶରଧାରେ.

ତୋର ଅବତାର ଶ୍ରୀକୃଷ୍ଣ ଲୀଳାର
ବର୍ଣ୍ଣନା ଯେ କଲେ ସୁମଧୁରେ
କବି ଜୟଦେବ ସ୍ୱନକ୍ଷତ୍ର ଦିନେ
ଏ ଜାତି ସ୍ମରଇ ଗୌରବରେ.

ପ୍ରଭୁ ହେ ପ୍ରାର୍ଥନା କରୁଅଛି ଜାତି
ତୋତେ ରେ ପ୍ରଣମି ବାରମ୍ବାର
ଏ ଜାତି ଗୌରବ ନ ଯାଉ ରେ କ୍ଷୟ
କାଳ ବକ୍ଷେ ହୋଇ ଯାଉ ଅମର.
******************************

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନୀଳାଦ୍ରିନାଥଙ୍କୁ ସଭକ୍ତି ପ୍ରଣାମ କରିବା ସହିତ ଏ ଜାତି ର ଗୌରବ ଚୀର ଭାସ୍ଵର ହୋଇ ରହି ଥାଉ ଏହି କାମନା ପରମ କାରୁଣିଙ୍କ ନିକଟରେ ମୁଁ କରୁଅଛି.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

କେମିତିକା ଯୁଗ ଇଏରେ
Literature

କେମିତିକା ଯୁଗ ଇଏରେ

by ଭକ୍ତ ଚରଣ ସାହୁ
July 4, 2026

ଭକ୍ତ ଚରଣ ସାହୁ, ଯାଜପୁର, ୪ ଜୁଲାଇ ୨୦୨୬ ଭଲ ଲୋକ ଆଉ କାହିଁରେ ଖୋଜିଲେ ମିଳୁତ ନାହିଁରେ। ଚାରିଆଡେ ଦେଖେ ଅମଣିଷ ଗୁଡା ଯୁଆଡକୁ ଦେଲେ...

Read more
ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

July 3, 2026
ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

June 29, 2026
ଗାଆଁ ଟାଉଟର

ଗାଆଁ ଟାଉଟର

June 22, 2026
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
କୃଷକ

କୃଷକ

June 3, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.