• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଟାର୍ଗେଟ୍ ରେ ୫ଟି…

ଟାର୍ଗେଟ୍ ରେ ୫ଟି…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୭ ଅପ୍ରେଲ ୨୦୨୩

ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ମଡ଼େଲ ହେଉଛି ୫ଟି । ଏହାକୁ ସରକାର ଓ ଶାସକ ଦଳ ୫ଟି ମନ୍ତ୍ର ବୋଲି କହୁଥିବା ବେଳେ, ସମସ୍ତ ବିଭାଗ ଏହି ମନ୍ତ୍ରକୁ ନେଇ କାର୍ଯ୍ୟ କରୁଛି ବୋଲି ସାଧାରଣ ଲୋକଙ୍କ ମନରେ ଏକ ଧାରଣା ସୃଷ୍ଟି ହୋଇଛି । ଟିମ୍ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟ୍ରାନ୍ସଫରମେସନ ଓ ଟାଇମ୍ ଲିମିଟ୍ ହେଉଛି ଏହି ମଡ଼େଲର ଗୋଟିଏ ଗୋଟିଏ ଅଂଶ । ମନ୍ତ୍ରୀଙ୍କ ଠାରୁ ସଚିବଙ୍କ ଯାଏ ସମସ୍ତେ ନିଜର ବକ୍ତବ୍ୟରେ ୫ଟି କଥାକୁ ଉଲ୍ଲେଖ କରୁଛନ୍ତି । ତେଣୁ ସରକାରୀ କଳ ଓ ଶାସକ ଦଳ ଏବେ ୫ଟି ଉପରେ ନିର୍ଭରଶୀଳ।

ମାତ୍ର ଗତ କିଛିଦିନ ଧରି ୫ଟିକୁ ନେଇ ବିରୋଧୀଦଳ ସରକାର ଓ ଶାସକ ଦଳକୁ ଘେରିବାକୁ ଚେଷ୍ଟା କରିଛି । ପୂର୍ବରୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଥିବା ବିଜୟ ପଟ୍ଟନାୟକ କଂଗ୍ରେସ ଦଳରେ ଯୋଗଦେବା ପରେ କ୍ରମାଗତ ଭାବେ ୫ଟି କୁ ନେଇ ପ୍ରଶ୍ନ ଉଠାଇ ଆସୁଛନ୍ତି। ପୁଣି ବିଜୟ ପଟ୍ଟନାୟକ ଏବେ ୫ଟିର ସମସ୍ତ ନୀତିକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ‘ଟି’ ମାନେ କେଉଁଠାରେ ଅଛନ୍ତି ବୋଲି ପଚାରିଛନ୍ତି । ୫ଟିର ସମସ୍ତ ‘ଟି’ କୁ ଆଖିଆଗରେ ରଖି ସେ ବିଭିନ୍ନ ଘଟଣାରେ ସରକାରଙ୍କୁ ଅଡ଼ୁଆରେ ପକାଇଛନ୍ତି । ଏପରିକି ରାଜ୍ୟ ସରକାରଙ୍କର ସ୍ୱଚ୍ଛତା, ରୂପାନ୍ତରୀକରଣ ଓ ସମୟର ପ୍ରତିବଦ୍ଧତାକୁ ନେଇ ଗଣମାଧ୍ୟମରେ ସରକାରୀ ବିଜ୍ଞାପନକୁ ମଧ୍ୟ ସେ ଚ୍ୟାଲେଞ୍ଜ କରିଛନ୍ତି । ୫ଟି ର ଆଢ଼ୁଆଳରେ ରାଜ୍ୟ ବାସୀଙ୍କ ଅନେକ ସମସ୍ୟା ଲୁଚି ଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ରାଜ୍ୟର ଅମଲାତନ୍ତ୍ର ବ୍ୟବସ୍ଥାରେ ରହିଥିବା ତ୍ରୁଟି ବିଚ୍ୟୁତିକୁ ମଧ୍ୟ ପଦାକୁ ଆଣିଛନ୍ତି। ୫ଟି ଆଧାରରେ ରାଜ୍ୟସରକାର କାମ କରୁନାହାନ୍ତି ବରଂ ଏହା ଏକ ବିଜ୍ଞାପନ ବୋଲି ସେ ସୂଚାଇ ଦେଇଛନ୍ତି । କ୍ରମାଗତ ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବରୁ ନେତା ହୋଇଥିବା ବିଜୟ ପଟ୍ଟନାୟକଙ୍କ ସରକାରଙ୍କ ଉପରେ ଆକ୍ରମଣ ଶାସକ ଦଳକୁ ବେଶ୍ ବ୍ୟତିବ୍ୟସ୍ତ କରିପକାଇବା ଭଳି ମନେ ହେଉଛି । ଶାସକ ଦଳର ମୁଖପାତ୍ରମାନେ ମଧ୍ୟ ବିଜୟଙ୍କୁ ଜବାବ ଦେବାପାଇଁ ବାଟ ପାଉନାହାଁନ୍ତି।

କେବଳ କଂଗ୍ରେସ ନେତା ଭାବରେ ବିଜୟ ପଟ୍ଟନାୟକ ଯେ, ୫ଟି କୁ ନେଇ ଆକ୍ଷେପ କରୁଛନ୍ତି ତା ନୁହେଁ ବରଂ ଗତ ବିଧାନସଭା ଅଧିବେଶନରେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଓ ମୁଖ୍ୟ ସଚେତକ ମୋହନ ଚରଣ ମଝି ମଧ୍ୟ ଗୃହରେ ବେଶ୍ ଜୋରଦାର ଆକ୍ରମଣ କରିଥିଲେ ୫ଟି ପ୍ରସଙ୍ଗକୁ ନେଇ ।

ବିରୋଧୀଦଳ ନେତା ଓ ମୁଖ୍ୟ ସଚେତକ ୫ଟି ବିଭାଗ କେଉଁଠାରେ କାର୍ଯ୍ୟକରୁଛି ? ଏହାର ଦାୟିତ୍ୱରେ କେଉଁ ମନ୍ତ୍ରୀ ଅଛନ୍ତି ? ଏହି ବିଭାଗରେ ସରକାର କେତେ ଜଣ କର୍ମଚାରୀଙ୍କୁ ନିଯୁକ୍ତି କରିଛନ୍ତି ? ଆଦି ଅନେକ ପ୍ରଶ୍ନ ପଚାରି ବେଶ୍ ଅଡ଼ୁଆରେ ପକାଇଥିଲେ ଶାସକ ଦଳକୁ । ଯାହାର ଜବାବ ଦେବାରେ ସକ୍ଷମ ହୋଇନଥିଲା ଶାସକ ଦଳ ଓ ଏହାର ମୁଖପାତ୍ର ମାନେ । ଏପରିକି ଏହି ପ୍ରସଙ୍ଗରୁ ବିରୋଧୀ ବିଜେପିକୁ ଦୂରେଇ ରଖିବା ପାଇଁ କେନ୍ଦ୍ର ଅବହେଳାକୁ ଏକ ମୁଖ୍ୟ ପ୍ରସଙ୍ଗ କରି ଗୃହରେ ହୋହଲ୍ଲା କରିଥିଲେ ଶାସକ ଦଳର ସଦସ୍ୟ ମାନେ। କଂଗ୍ରେସର ପ୍ରଚାର କମିଟି ଅଧକ୍ଷ ଦାୟିତ୍ୱ ପାଇବା ପରେ ବିଜୟ ପଟ୍ଟନାୟକ ୫ଟି କୁ ଜୋରଦାର ସମାଲୋଚନା କରିବା ଶାସକ ବିଜେଡିକୁ ବେଶ ଅଡୁଆରେ ପକାଇଦେଇଛି। ତେବେ ବିଜୟ ପଟ୍ଟନାୟକ ୫ଟିକୁ ନେଇ ଉଠାଇଥିବା ପ୍ରଶ୍ନର ଉତ୍ତର ଦେଇ ପାରିବ ତ ବିଜେଡି ? ପ୍ରଶାସନିକ ଅଭିଜ୍ଞତା ରଖିଥିବା ବିଜୟ ପଟ୍ଟନାୟକଙ୍କୁ ରୋକିବାରେ ସରକାରୀ କଳର ଅମଲା ହୁଅନ୍ତୁ ଅବା ଶାସକ ଦଳର ମୁଖପାତ୍ରମାନେ ସଫଳ ହେବେ ତ ? ଆଗାମୀ ସମୟରେ ସରକାରଙ୍କ ମନ୍ତ୍ର ପାଲଟିଥିବା ୫ଟି ବିରୋଧରେ ବିଜୟ ପଟ୍ଟନାୟକଙ୍କ ରାଜ୍ୟ ବ୍ୟାପି ଏକ ଜନମତ ତିଆରି କରିବେ ନାହିଁ ତ ?

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.