• About
  • Contact
Sunday, April 19, 2026
Sunday, April 19, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

୭ରେ ମଇଦାନକୁ ଓହ୍ଲାଇବେ ଷ୍ଟାର ….

୭ରେ ମଇଦାନକୁ ଓହ୍ଲାଇବେ ଷ୍ଟାର ….
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର,୪ ମଇ ୨୦୨୩

ଝାରସୁଗୁଡ଼ା ଉପନିର୍ବାଚନର ଭୋଟ ଗ୍ରହଣ ତାରିଖକୁ ଆଉ ମାତ୍ର ୬ ଦିନ ବାକି ରହିଲା । ଏ ପର୍ଯ୍ୟନ୍ତ ପ୍ରଚାର ଜୋରଦାର ହୋଇନଥିବା ବେଳେ, ପ୍ରଚାରର ଶେଷ ପର୍ଯ୍ୟାୟ ବେଶ ସରଗରମ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଆସନ୍ତା ୭ ତାରିଖରେ ବିଜେଡି ଓ ବିଜେପିର ଦୁଇ ଷ୍ଟାର ପ୍ରଚାରକ ମୁହାଁମୁହିଁ ହେବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ୭ ତାରିଖରେ ପ୍ରଚାରରେ ସାମିଲ ହେଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିବେ । ଦୁଇ ନେତା ଏକାଧିକ ସ୍ଥାନରେ ଭୋଟର ମାନଙ୍କୁ ସମ୍ବୋଧିତ କରିବା ସହ ରୋଡ଼ ସୋ ମାଧ୍ୟମରେ ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିବେ । ଗତ ପଦ୍ମପୁର ଉପନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅନ୍ୟ କେନ୍ଦ୍ରମନ୍ତ୍ରୀ ମାନେ ପ୍ରଚାର ବାତାବରଣକୁ ବେଶ ସରଗରମ କରିଥିଲେ ମାତ୍ର ଝାରସୁଗୁଡ଼ାରେ ଏପର୍ଯ୍ୟନ୍ତ ଏହା ଦେଖିବାକୁ ମିଳିନାହିଁ। ଷ୍ଟାର କ୍ୟାମ୍ପେନର ତାଲିକାରେ ଥିବା ଅନ୍ୟତମ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେବେ ପ୍ରଚାରକୁ ଆସିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାରକୁ ସମସ୍ତଙ୍କ ଅପେକ୍ଷା ରହିଛି। ଧାମନଗର ଉପନିର୍ବାଚନର ଫଳାଫଳ ପରେ ବିଜେଡି ସୁପ୍ରିମୋ ଆଉ ଭର୍ଚୁଆଲ ମୋଡ଼ କୁ ଭରସା କରିବା ପାଇଁ ଚାହୁଁନାହାଁନ୍ତି । ଏଣୁ ପଦ୍ମପୁର ଉପନିର୍ବାଚନରେ ସେ ନିଜେ ମଇଦାନକୁ ଓହ୍ଲାଇଥିଲେ ଓ ଝାରସୁଗୁଡ଼ାରେ ସେ ନିଜେ ଓହ୍ଲାଇବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଯିବା ପୂର୍ବରୁ ଭୁବନେଶ୍ୱରରେ ଅଗ୍ରୀଆ ସମାଜକୁ ଘର ଓ ଜାଗା ଦେବାପାଇଁ ଘୋଷଣା କରି ସାରିଛନ୍ତି। ଏପରିକି ସେ ପ୍ରଚାର ସମୟରେ ମଧ୍ୟ ଆହୁରି କିଛି ଘୋଷଣା କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୂର୍ବରୁ ଝାରସୁଗୁଡ଼ା ସମେତ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର କାରଣ ସ୍ପଷ୍ଟ ନହେବା ଘଟଣାକୁ ବିଜେପି ପ୍ରମୁଖ ପ୍ରସଙ୍ଗ କରିଛି। ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରଚାର ମଇଦାନରେ ଅନୁପସ୍ଥିତି ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଆଗକୁ ନେବାରେ ସଫଳ ହୋଇ ପାରିନାହିଁ। ଯଦିଓ ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ପୂର୍ବତନ ସଭାପତି କେ.ଭି. ସିଂହଦେଓ ଆଦି ବିଜେପିର ପ୍ରଚାର ମଙ୍ଗ ସମ୍ଭାଳୁଛନ୍ତି ମାତ୍ର ସମସ୍ତଙ୍କର ଅପେକ୍ଷା ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ।

ପଦ୍ମପୁର ଉପନିର୍ବାଚର ତାତି ଏହି ଉପନିର୍ବାଚନରେ ଏପର୍ଯ୍ୟନ୍ତ ବାରି ନହେଉଥିଲେ ମଧ୍ୟ ଧୀରେ ଧୀରେ ଶାସକ ବିଜେଡି ଓ ବିଜେପି ପରସ୍ପର ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ ୨ଦିନ ଭିତରେ ଦୁଇଦଳ ମଧ୍ୟରେ ପରସ୍ପର ବିରୋଧରେ ଲଢ଼େଇ ଜୋରଦାର ହୋଇଥିବା ଭଳି ଅନୁମାନ କରାଯାଉଛି । ଦୁଇ ଦଳର ଷ୍ଟାର କ୍ୟାମ୍ପେନର ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର ପୂର୍ବରୁ ଝାରସୁଗୁଡ଼ା ବାତାବରଣ ଆଉ ଟିକେ ସରଗରମ ହେବାର ସମ୍ଭାବନା ରହିଛି। ବିଜେଡିର ପ୍ୟାକେଜ ବର୍ଷାକୁ ଝାରସୁଗୁଡ଼ା ବାସୀ ଅପେକ୍ଷା କରିଥିବା ବେଳେ ରାଜ୍ୟ ବିଜେପି ନିର୍ଭର କରିବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶେଷ ରଣନୀତି ଉପରେ । ବିଜେଡିର ଗେମପ୍ଲାନ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗ୍ରେସିଭ କ୍ୟାମ୍ପେନର ରୂପରେଖ କ’ଣ ହେବ ତାହାକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ରାଜନୈତିକ ସମୀକ୍ଷକ ମାନେ । ଶେଷ ମୁହୁର୍ତ୍ତରେ ଦୁଇଜଣ ପ୍ରଚାର ମଇଦାନକୁ ଓହ୍ଲାଉଥିବାରୁ ଦୁଇ ଦଳର ଅନ୍ତିମ ପର୍ଯ୍ୟାୟ ଲଢ଼େଇ କିପରି ହେବ ତା’ର ଏକ ଆଭାସ ମିଳିବ ଏହି ହାଇ ଭୋଲଟେଜ କ୍ୟାମ୍ପେନରୁ ।

Nirvik Bureau

Nirvik Bureau

Related Posts

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?
Politics

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

by Nirvik Bureau
April 9, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୯ ଏପ୍ରିଲ, ୨୦୨୬ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି ଡ. ସସ୍ମିତ୍ ପାତ୍ର। ଦଳ ସଭାପତି ନବୀନ...

Read more
ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

April 4, 2026
ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

March 28, 2026
ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

March 17, 2026
ଘୋଡ଼ା ବେପାରକୁ ସ୍ୱୀକୃତି !

ଘୋଡ଼ା ବେପାରକୁ ସ୍ୱୀକୃତି !

March 14, 2026
ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

March 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.