• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଆଚରଣ ବିଧି ଉଲ୍ଲଂଘନ : ମାମଲା ଅଧିକ କାର୍ଯ୍ୟାନୁଷ୍ଠାନ କମ୍

ଆଚରଣ ବିଧି ଉଲ୍ଲଂଘନ : ମାମଲା ଅଧିକ କାର୍ଯ୍ୟାନୁଷ୍ଠାନ କମ୍
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୮ ମଇ ୨୦୨୩

ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ବେଳେ ଉଭୟ ଶାସକ ବିଜେଡି ଓ ବିରୋଧୀ ଦଳ ବିଜେପି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପରସ୍ପର ବିରୋଧରେ ଏକାଧିକ ନିର୍ବାଚନ ଆଚରଣବିଧି ଉଲ୍ଲଂଘନର ଅଭିଯୋଗ କରିଛନ୍ତି । ଏନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବୀ କରିଛନ୍ତି ଦୁଇ ଦଳ । ଏବାବଦରେ ଓଡ଼ିଶାର ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶିତ ହୋଇଛି । ମାତ୍ର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଅଭିଯୋଗ ଗୁଡ଼ିକର ତଦନ୍ତ କରୁଛନ୍ତି ଅବା କାର୍ଯ୍ୟାନୁଷ୍ଠାନ ନିଆଯିବ କି ନାହିଁ ସେନେଇ ନିର୍ଦ୍ଦିଷ୍ଟ ପ୍ରତିଶୃତି କାହାକୁ ଦେଇନାହାନ୍ତି । କୌଣସି ଗଣମାଧ୍ୟମ ରିପୋର୍ଟରେ ମଧ୍ୟ ଆଚରଣବିଧି ଉଲ୍ଲଂଘନ ମାମଲା ବାବଦରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ବାବଦରେ ଖବର ପରିବେଷିତ ହୋଇନାହିଁ ।

ଯଦି ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ମାମଲା କଥାକୁ ବିଶ୍ଳେଷଣ କରାଯାଏ, ଏଥରର ଝାରସୁଗୁଡ଼ା ଉପନିର୍ବାଚନରେ ଦୁଇ ଦଳ ମୁହାଁମୁହିଁ ହୋଇଛନ୍ତି ତାହା ନୁହେଁ,ବରଂ ବହୁ ସମୟ ଧରି ଶାସକ ବିଜେଡି ଓ ବିରୋଧୀ ଦଳ ବିଜେପି ବିଭିନ୍ନ ନିର୍ବାଚନ ଓ ଉପନିର୍ବାଚନ ସମୟରେ ପରସ୍ପର ବିରୋଧରେ ଅନେକ ଆରୋପ ପ୍ରତ୍ୟାରୋପ କରିବା ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି। ଏପରିକି ନିର୍ବାଚନ ଓ ଉପନିର୍ବାଚନ ଶେଷ ହୋଇଯିବା ପରେ ମଧ୍ୟ କାହା ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସେଭଳି କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ଭଳି ଜଣାନାହିଁ। ବିଗତ ଧାମନଗର ଉପନିର୍ବାଚନ ବେଳେ ଶାସକ ଦଳ ବିରୋଧରେ ଟଙ୍କା ବାଣ୍ଟିବାର ସଙ୍ଗୀନ ଅଭିଯୋଗ ଆଣିଲା ବିଜେପି । ସେହିପରି ପଦ୍ମପୁର ଉପନିର୍ବାଚନରେ ବିଜେପି ବିରୋଧରେ ଗୁଣ୍ଡାଗର୍ଦ୍ଦି କରୁଥିବାର ଅଭିଯୋଗ କରିଥିଲା ବିଜେଡି । ଏପରିକି ଏଥର ମଧ୍ୟ ଶାସକ ଦଳ ବିରୋଧରେ ବିରୋଧୀ ବିଜେପି ଓ ଅନୁରୂପ ଭାବେ ବିଜେପି ବିରୋଧରେ ବିଜେଡି ମଧ୍ୟ ଅନେକ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ । ଦୁଇ ଦଳର ପ୍ରତିନିଧି ମାନେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯିବା ଆସିବା ଓ ଅଭିଯୋଗ ପତ୍ର ଦେବାର ଭିଜୁଆଲ /ଫଟୋ ଦେଖିଛନ୍ତି ରାଜ୍ୟବାସୀ । ଖବର କାଗଜ ଓ ନ୍ୟୁଜ ଚ୍ୟାନେଲ୍ ଗୁଡ଼ିକରେ ଏନେଇ ଫଟୋ ଚିତ୍ର ସମ୍ବଳିତ ଖବର ମଧ୍ୟ ଲୋକେ ଦେଖିଛନ୍ତି ଓ ପଢ଼ିଛନ୍ତି । ମାତ୍ର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆକ୍ସନ୍ ମୁଡ଼କୁ ଆସିବା, ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ଅବା କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବାର ଦେଖିବାକୁ ମିଳିଛି ନା ଶୁଣିବାକୁ ମିଳିଛି । ଯଦି ନୁହେଁ ତେବେ କାହିଁକି ?

ଆରୋପ ଯେତେ ସଙ୍ଗୀନ ହୋଇଥିଲେ ମଧ୍ୟ ଏବାବଦରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବାର କୌଣସି ସୂଚନା ମିଳିପାରି ନାହିଁ, ଯଦି ଅଭିଯୋଗ ଉପରେ ତଦନ୍ତ ନହୁଏ ତେବେ କାର୍ଯ୍ୟାନୁଷ୍ଠାନ ହେବ କେମିତି? ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ଦାୟିତ୍ୱ ହେଉଛିରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର । ସମସ୍ତ ଅଭିଯୋଗକୁ ଗ୍ରହଣ କରୁଛନ୍ତି ମାତ୍ର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି କି ନାହିଁ ତାହା ଜଣାପଡ଼ୁନାହିଁ ।

ଏପରିକି ଏହି ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ବେଳେ ସର୍ବାଧିକ ଅଭିଯୋଗ ଆଣିଛି ଶାସକ ବିଜେଡି ବିରୋଧୀ ବିଜେପି ନେତା ମାନଙ୍କ ନାଁରେ । ବିଜେପିର ବିଧାୟକଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀଙ୍କ ପର୍ଯ୍ୟନ୍ତ କାହାରିକୁ ବାଦ ଦେଇନାହିଁ ବିଜେଡି। ମାତ୍ର ଏହି ଅଭିଯୋଗର ଗୁରୁତ୍ୱକୁ କାହିଁକି ବୁଝିପାରିନାହାଁନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ । ଏପରିକି ଉଭୟ ଦଳ ଉଭୟଙ୍କ ବିରୋଧରେ ଆଣିଥିବା ଅଭିଯୋଗର ଖବର ପରିବେଷଣ କରୁଥିବା ଗଣମାଧ୍ୟମ ଗୁଡ଼ିକ ମଧ୍ୟ ଏହି ଅଭିଯୋଗପତ୍ର କୁଆଡ଼େ ଗଲା ? ଏହାର ତଦନ୍ତ କେବେ ହେବ? କାହିଁକି ତଦନ୍ତ ଫଳାଫଳ ଜଣାପଡ଼ୁନାହିଁ ? କାର୍ଯ୍ୟନୁଷ୍ଠାନ ନେବାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଳମ୍ୱ କରିବା ପଛର କାରଣ ମଧ୍ୟ ଜାଣିବାକୁ ଚେଷ୍ଟା କରୁନାହାଁନ୍ତି। ଏଥିରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କ୍ଷମତା ପରିସର, ରାଜନୈତିକ ଦଳ ଗୁଡ଼ିକ ପରସ୍ପର ବିରୋଧରେ ଆଣୁଥିବା ଅଭିଯୋଗର ସତ୍ୟତାକୁ ନେଇ ସନ୍ଦେହ ସୃଷ୍ଟି ହେବ ନା ନାହିଁ ?

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.