• About
  • Contact
Thursday, June 25, 2026
Thursday, June 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

କିଏ ଜିତିବ ଝାରସୁଗୁଡ଼ା ବାଜି ?

କିଏ ଜିତିବ ଝାରସୁଗୁଡ଼ା ବାଜି ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୯ ମଇ ୨୦୨୩

ରାତି ପାହିଲେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏ ନେଇ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କିଏ ଜିତିବ ଏହି ଉପନିର୍ବାଚନକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଭାବେ ଅଙ୍କ କଷା ଚାଲିଛି । ୩ ଟି ପ୍ରମୁଖ ରାଜନୈତିକ ଦଳର ପ୍ରଚାରକୁ ଅନୁଧ୍ୟାନ କଲେ ଜଣାଯାଏ, ପ୍ରଥମ ପର୍ଯାୟରେ ଶାସକ ଦଳ ବିଜେଡି ଅନ୍ୟ ମାନଙ୍କ ଠାରୁ ଢେର ଆଗରେ ଥିଲା । ମାତ୍ର ପ୍ରଚାରର ଶେଷ ପର୍ଯାୟରେ ବିରୋଧୀ ବିଜେପି ମଧ୍ୟ ବେଶ ଜୋରଦାର ଲଢ଼େଇ କରିବ ବୋଲି ଲୋକଙ୍କ ମନରେ ଏକ ପ୍ରକାର ଆଶା ସଞ୍ଚାର କରିପାରିଛି । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ନିଜ ସାମର୍ଥ୍ୟ ମୁତାବକ ଏହି ପ୍ରଚାର କାର୍ଯ୍ୟରେ ଲାଗିପଡ଼ିଥିବାର ଦେଖିବାକୁ ମିଳିଛି । ପ୍ରଚାରର ଶେଷ ଭାଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର ଝାରସୁଗୁଡ଼ାବାସୀଙ୍କୁ ଉଣାଅଧିକେ ପ୍ରଭାବିତ କରିବ ନିଶ୍ଚୟ । ବିଜେପି ପାଇଁ ପ୍ରଚାର ଶେଷ ପର୍ଯାୟରେ ମଇଦାନରେ ଓହ୍ଲାଇଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜେଡି ସରକାର ବିରୋଧରେ ଶାଣିତ ଆକ୍ରମଣ ବିଜେପି ଶିବିରରେ ଉତ୍ସାହ ଭରିଦେଇଥିଲା । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, କେନ୍ଦ୍ରୀୟ ଯୋଜନାରୁ ଅର୍ଥ ବାଟମାରଣା, ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ସରକାର, ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଆଦି କଥା କହି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଆଉ ଶାସନର ନିୟନ୍ତ୍ରଣ ନାହିଁ ବୋଲି କହି ଜୋରଦାର ହମଲା କରିଥିଲେ ଶାସକ ଦଳ ଉପରେ ।

ସେହିପରି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିବା ମୁଖ୍ୟମନ୍ତ୍ରୀ ନିଜ ଭାଷଣ ଆରମ୍ଭରେ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ଲୋକପ୍ରିୟତା କଥା ମନେପକାଇଥିଲେ । ପ୍ରଚାର ସମୟରେ ଶାଳୀନତା ରକ୍ଷା କରିବାକୁ ବିରୋଧୀଙ୍କୁ ପରାମର୍ଶ ଦେଇଥିଲେ । ବିଜେଡି ମା” ମାନଙ୍କର ବିକାଶରେ ବିଶ୍ୱାସ କରେ ବୋଲି କହିବା ସହ ପ୍ରାର୍ଥୀ ଦୀପାଳି ଦାସଙ୍କୁ ଭୋଟ ଦେଇ ଜିତାଇବା ପାଇଁ ଅନୁରୋଧ କରିଥିଲେ । ପୂର୍ବପରି ମୁଖ୍ୟମନ୍ତ୍ରୀ ମହିଳାଙ୍କ ବିକାଶ ପ୍ରସଙ୍ଗକୁ ଦୋହରାଇବା ସହ ପୂର୍ବତନ ମନ୍ତ୍ରୀଙ୍କ ବିୟୋଗ ଜନିତ ଅନୁକଂପା ଭୋଟ ହାତେଇବାର ଭରପୁର ପ୍ରୟାସ କରିଥିଲେ ।

କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକ ନିଜ ଦଳର ତୁଙ୍ଗ ନେତାମାନଙ୍କୁ ନେଇ ଶେଷ ପର୍ଯ୍ୟନ୍ତ ପ୍ରଚାର ମଇଦାନରେ ରହିଥିଲେ । ପଶ୍ଚିମ ଓଡ଼ିଶାର ସମସ୍ତ କଂଗ୍ରେସ ନେତାଙ୍କୁ ଧରି ଲଢ଼େଇରେ କଂଗ୍ରେସ ଅଛି ବୋଲି ଏକ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରିଥିଲେ କଂଗ୍ରେସ ସଭାପତି।

ତେବେ ୩ଟି ରାଜନୈତିକ ଦଳ ନିଜର ସାମର୍ଥ୍ୟ ମୁତାବକ ପ୍ରଚାର କରିଛନ୍ତି । ଭୋଟରଙ୍କୁ ପ୍ରଭାବିତ କରିବାକୁ ଯଥା ସମ୍ଭବ ଚେଷ୍ଟା କରିଛନ୍ତି । ବିଜେଡି, ବିଜେପି ଓ କଂଗ୍ରେସର ଶୀର୍ଷ ନେତୃତ୍ୱ ଏହି ପ୍ରଚାର ମଇଦାନରେ ସ୍ଥାନୀୟ ନେତାମାନଙ୍କୁ ଅଧିକ ଗୁରୁତ୍ୱ ଦେଇଥିବାର ଦେଖିବାକୁ ମିଳିଛି । ଏପରିକି ପ୍ରଚାରର ଶେଷ ଭାଗରେ ବିଜେପି ଓ ବିଜେଡି ଭିତରେ ବାକ୍ ଯୁଦ୍ଧ ଜୋର ହୋଇଛି ଓ ଦୁଇ ଦଳ ପକ୍ଷରୁ ମଧ୍ୟ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ପରସ୍ପର ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିବାର ଦେଖିବାକୁ ମିଳିଛି । ଯାହାକି ପ୍ରଚାର ପରେ ମଧ୍ୟ ଝାରସୁଗୁଡ଼ା ବାତାବରଣକୁ ସରଗରମ କରି ରଖିଛି । ତେବେ ପ୍ରଚାର ଶେଷ ହେବା ପରେ ବାକି ସମୟରେ ମଧ୍ୟ ଶାସକ ଦଳ ନେତାମାନେ ଭୋଟରଙ୍କୁ ମନେଇବାର ଜୋରଦାର ପ୍ରୟାସ କରିଥିବା ଶୁଣିବାକୁ ମିଳିଛି । ତେବେ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପ୍ରସଙ୍ଗକୁ ଶାସକଦଳ ବିରୋଧରେ ବିଜେପି ପ୍ରମୁଖ ଅସ୍ତ୍ର କରିଥିବା ବେଳେ ତାଙ୍କ ଝିଅଙ୍କୁ ଟିକେଟ ଦେଇ ବିଜେଡି ଅନୁକମ୍ପା ଭୋଟ ହାତେଇବା ଲକ୍ଷ୍ୟରେ ରହିଛି।

Nirvik Bureau

Nirvik Bureau

Related Posts

ଅସୁରକ୍ଷିତ ଲୋକସେବା ଭବନ ?
Politics

ଅସୁରକ୍ଷିତ ଲୋକସେବା ଭବନ ?

by Nirvik Bureau
June 16, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୬ଜୁନ୍ ୨୦୨୬ ଓଡିଶାର ପ୍ରଶାସନିକ ଇତିହାସରେ ଏକ ନୂଆ ଘଟଣା ଏବେ ସାମ୍ନାକୁ ଆସିଛି। ରାଜ୍ୟର ସବୁଠାରୁ ସୁରକ୍ଷିତ ଓ ଶୀର୍ଷସ୍ଥାନ କୁହାଯାଉଥିବା...

Read more
ଗେରୁଆ ମଠର ହାଲଚାଲ…

ଗେରୁଆ ମଠର ହାଲଚାଲ…

June 5, 2026
ହେ ସନ୍ୟାସୀ ତୁମେ ଫେରିଆସ …

ହେ ସନ୍ୟାସୀ ତୁମେ ଫେରିଆସ …

May 20, 2026
ବାଲିଅନ୍ତାର ଭିଡ଼ ହିଂସା : ଦାୟୀ କିଏ ?

ବାଲିଅନ୍ତାର ଭିଡ଼ ହିଂସା : ଦାୟୀ କିଏ ?

May 13, 2026
ଡିଜିଟାଲ ଇଣ୍ଡିଆ, ଡବଲ ଇଞ୍ଜିନ ସରକାର ଓ ମରିଯାଇଥିବା ମାନବିକତା…

ଡିଜିଟାଲ ଇଣ୍ଡିଆ, ଡବଲ ଇଞ୍ଜିନ ସରକାର ଓ ମରିଯାଇଥିବା ମାନବିକତା…

May 1, 2026
ପୋଲିସ ବିଫଳ, ଗୃହ ବିଭାଗ ନିଷ୍କ୍ରିୟ :  ଦାୟୀ କିଏ ?

ପୋଲିସ ବିଫଳ, ଗୃହ ବିଭାଗ ନିଷ୍କ୍ରିୟ : ଦାୟୀ କିଏ ?

April 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.