• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିଜେଡି ପାଇଁ ଅପରାଜିତା ଏବେ ଆଦର୍ଶ…

ବିଜେଡି ପାଇଁ ଅପରାଜିତା ଏବେ ଆଦର୍ଶ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୦ ମଇ ୨୦୨୩

ବିଜେଡି ରାଜନୀତିରେ ଏବେ ବଦଳୁଛି ସମୀକରଣ । ରାଜ୍ୟ ବିଜେପି ନେତାଙ୍କୁ ନେଇ ଶାସକ ଦଳର ଆଭିମୁଖ୍ୟରେ ପରିବର୍ତ୍ତନ ହୋଇଥିବା ଭଳି ମନେ ହେଉଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ବିଜେଡି ମୁଖପାତ୍ରଙ୍କ ବୟାନ ହିଁ ଶାସକ ଦଳ ଆଭିମୁଖ୍ୟରେ ପରିବର୍ତ୍ତନକୁ ସୂଚାଉଛି । କପିଳେଶ୍ୱର ମନ୍ଦିରକୁ ଏଏସ୍ ଆଇ ନିଜ ଅଧୀନକୁ ନେବା ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଚିଠି ଲେଖିଥିଲେ । ଏହା ପରେ ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏଏସଆଇ ର ଗେଜେଟ ନୋଟିଫିକେସନ ସହ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ସେ ଭେଟିଥିବାର ଫଟୋ ଓ ନିଜେ ମନ୍ଦିର ଚାରିପଟେ ବୁଲିବାର ଫଟୋ ଟ୍ୱିଟ କରିଥିଲେ । ଭୁବନେଶ୍ୱର ସାଂସଦଙ୍କ ଟ୍ୱିଟକୁ ସମର୍ଥନ କରି ଗଣମାଧ୍ୟମରେ ବୟାନ ରଖିଥିଲେ ଶାସକ ଦଳର ଜଣେ ପ୍ରବକ୍ତା ଲେନିନ ମହାନ୍ତି। ଏପରିକି କହୁ କହୁ ସେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାମକୁ ବେଶ୍ ପ୍ରଶଂସା କରିବା ସହ ତାଙ୍କଠାରୁ କିଭଳି କାମ କରାଯାଏ, ତାହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିଖନ୍ତୁ ବୋଲି ଉପଦେଶ ଦେଇଥିଲେ।

ତେବେ ବିଜେଡି ମୁଖପାତ୍ରଙ୍କର ମୁହଁରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରଶଂସାକୁ ନେଇ ରାଜନୈତିକ ସମୀକ୍ଷକ ମାନେ ଦ୍ବନ୍ଦରେ ପଡ଼ିଛନ୍ତି । ପୂର୍ବତନ ଆଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଯୋଗଦେବା ପରଠାରୁ ଶାସକ ଦଳ ସହ ତାଙ୍କର ସମ୍ପର୍କ ସମସ୍ତଙ୍କୁ ଜଣା । ଏପରିକି ପ୍ରତ୍ୟେକ କ୍ଷେତ୍ରରେ ଅପରାଜିତା ଷଡ଼ଙ୍ଗୀ ଓ ଶାସକ ବିଜେଡିର ନେତାମାନେ ମୁହାଁମୁହିଁ ହୋଇ ଥିବାର ଲକ୍ଷ୍ୟ କରାଯାଇଛି । ହଠାତ୍ ବିଜେଡି ଶୀର୍ଷ ନେତୃତ୍ୱଙ୍କ ଟାର୍ଗେଟ୍ ରେ ଥିବା ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତି ବିଜେଡି ନେତାଙ୍କ ମନୋଭାବ ବଦଳିଯିବାର କାରଣ କ’ଣ ହୋଇଥାଇପାରେ ? ବିଜେପିର ଆଭ୍ୟନ୍ତରୀଣ କନ୍ଦଳ ବଢ଼ାଇବା ପାଇଁ ଶାସକ ଦଳର ଉଦ୍ୟମ ନା ଅପରାଜିତାଙ୍କ ନିଜ ଆଡ଼କୁ ଆଣିବାକୁ ଚାହୁଁଛି ଶାସକ ଦଳ ?

କାରଣ ଯାହା ହୋଇଥାଉ ନା କାହିଁକି ଏକଥା ସ୍ପଷ୍ଟ କରିଛି ଯେ, ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ଦଳ ନିଜର ରଣନୀତିରେ ପରିବର୍ତ୍ତନ କରିବାକୁ ଯାଉଛି ତାହାର ଏକ ସଂକେତ ଏବେ ମିଳିଯାଇଛି । ଯେହେତୁ ରାଜ୍ୟ ବିଜେପିର ପ୍ରଭାବଶାଳୀ ଚେହେରା ଭାବେ ସାଧାରଣ ଲୋକଙ୍କ ନିକଟରେ ଗ୍ରହଣୀୟ ହୋଇ ସାରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ଲଗାତାର ଶାସକ ଦଳ ଓ ସରକାରଙ୍କୁ ଅଡ଼ୁଆରେ ପକାଇ ଚାଲିଛନ୍ତି ଓ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ଚେଷ୍ଟା କରୁଛନ୍ତି, ଏଣୁ ଅପରାଜିତାଙ୍କ ସହଯୋଗ ନେଇ ବିଜେପିର ରାଜ୍ୟ ନେତୃତ୍ୱ ଭିତରେ ଦ୍ୱନ୍ଦ୍ୱ ତିଆରି କରିବା ପାଇଁ ଶାସକ ଦଳ ଉଦ୍ୟମ ଆରମ୍ଭ କରିଥାଇ ପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଦି ନେତାମାନଙ୍କ ଶାଣିତ ଆକ୍ରମଣ ଏବେ ଶାସକ ବିଜେଡିକୁ ଅସୁବିଧାରେ ପକାଇ ଦେଇଛି । ଏଣୁ ବିଜେପିର ପୁରୁଣା ନେତା ମାନଙ୍କୁ ନିଜ ନିୟନ୍ତ୍ରଣକୁ ନେବା ବିଜେଡି ପକ୍ଷରେ ସମ୍ଭବ ହେବ ନାହିଁ ଜାଣିବା ପରେ ଶାସକ ଦଳ ବିଜେପି ଭିତରେ ଉଚ୍ଚ ଅଭିଳାଷ ରଖୁଥିବା କିଛି ଆମଦାନୀ ନେତାମାନଙ୍କୁ ନିଜ ଆଡ଼କୁ ଆଣିବାର ପ୍ରୟାସ ଆରମ୍ଭ କରିଛି । ଯେଉଁମାନେ ବିଜେପି ଭିତରେ ନିଜର ଇଚ୍ଛାକୁ ପୂରଣ କରିପାରିନାହାନ୍ତି ଅବା କ୍ଷମତାଶାଳୀ ହୋଇପାରିନାହାନ୍ତି ସେମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା ଆଦି ନେତାମାନେ ।

ଏଣୁ ଶାସକ ଦଳର ନୂଆ ରଣନୀତି ଅନୁଯାୟୀ ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଦି ଯେଉଁ ନେତା ମାନେ ବିଜେଡି ସହ ସାଲିସ କରିବା ମୁଡ଼ରେ ନାହାଁନ୍ତି ସେମାନଙ୍କୁ ଅସୁବିଧାରେ ପକାଇବା ପାଇଁ ଅପରାଜିତା ଷଡ଼ଙ୍ଗୀଙ୍କ ଭଳି ଉଚ୍ଚାଭିଳାଷୀ ନେତାଙ୍କୁ ମୋହରା କରାଯାଉଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.