• About
  • Contact
Tuesday, August 25, 2026
Tuesday, August 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଦକ୍ଷିଣରୁ ପଶ୍ଚିମ ମନ୍ତ୍ରୀପଦ ନେଇ ଚର୍ଚ୍ଚା : ରେସରେ ଦିପାଳୀ !

ଦକ୍ଷିଣରୁ ପଶ୍ଚିମ ମନ୍ତ୍ରୀପଦ ନେଇ ଚର୍ଚ୍ଚା : ରେସରେ ଦିପାଳୀ !
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୬ ମଇ ୨୦୨୩

ରାଜ୍ୟ ମନ୍ତ୍ରୀମଣ୍ଡଳରୁ ଦୁଇ ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଶ୍ରୀକାନ୍ତ ସାହୁ ବାଦ୍ ପଡ଼ିବା ପରେ ଏବେ ନୂଆ ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ରୂପରେଖ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାତି ଅଧିଆ ଦୁଇ ମନ୍ତ୍ରୀଙ୍କୁ ଇସ୍ତଫା ଦେବାପାଇଁ କୁହାଯିବା ପରେ ଏବେ ବିଜେଡି ଭିତରେ ମନ୍ତ୍ରୀପଦ ପାଇଁ ଦୌଡ଼ ଆରମ୍ଭ ହୋଇଥିବା ବେଳେ ଏଥିରେ ଅନେକ ପୁରୁଣା ଓ ନୂଆ ନେତା ମଧ୍ୟ ସାମିଲ ହୋଇଛନ୍ତି । ତେବେ ନୂଆକରି ଜିତିଥିବା ଝାରସୁଗୁଡ଼ା ବିଧାୟକ ଦିପାଳୀ ଦାସ ଏହି ରେସରେ ରହିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦିପାଳୀଙ୍କୁ ନୂଆ ବାଚସ୍ପତି ନିର୍ବାଚିତ ହେବା ପୂର୍ବରୁ ତରବରିଆ ଭାବେ ଉପବାଚସ୍ପତିଙ୍କ ଦ୍ୱାରା ଶପଥ ପାଠ କରାଇବା ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି ।

ଦିପାଳୀ ଦାସଙ୍କ ମନ୍ତ୍ରୀପଦ ନେଇ ତାଙ୍କ ସପକ୍ଷରେ ଅନେକ ଯୁକ୍ତି ରହିଛି। ସେ ଜଣେ ମହିଳା, ଉଚ୍ଚଶିକ୍ଷିତା, ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ପଶ୍ଚିମ ଓଡ଼ିଶାରେ ମନ୍ତ୍ରୀଙ୍କ ସଂଖ୍ୟା କମିଯାଇଛି ଏବଂ ଦିପାଳୀଙ୍କୁ ମନ୍ତ୍ରୀ କରାଗଲେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିରୋଧୀ ଦଳ ଯେଉଁ ବିବାଦ ସୃଷ୍ଟି କରିଛନ୍ତି ସେଥିରେ ମଧ୍ୟ ପୂର୍ଣ୍ଣଛେଦ ପଡ଼ିଯିବ । ଏହି କାରଣ ଗୁଡ଼ିକୁ ତର୍ଜମା କରାଗଲେ ମନ୍ତ୍ରୀପଦ ଦୌଡ଼ରେ ଦୀପାଳି ଦାସ ରହିବା ସ୍ୱାଭାବିକ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ ।

ସେହିପରି ପଶ୍ଚିମ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ସୁଶାନ୍ତ ସିଂ ମଧ୍ୟ ମନ୍ତ୍ରୀମଣ୍ଡଳକୁ ଫେରିବେ ବୋଲି ତାଙ୍କର ଅନୁଗତ ମାନେ କୁହାକୁହି ହେଉଛନ୍ତି । ଅନ୍ୟତମ ବରିଷ୍ଠ ନେତା ସାରଦା ନାୟକ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ବାଚସ୍ପତି ପଦରୁ ଇସ୍ତଫା ଦେବାପରେ ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରଭାବଶାଳୀ ନେତା ବିକ୍ରମ କେଶରୀ ଆରୁଖ ମଧ୍ୟ ପୁନର୍ବାର ମନ୍ତ୍ରୀମଣ୍ଡଳକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ଗଞ୍ଜାମ ରାଜନୀତିରେ ବରିଷ୍ଠ ନେତା ଭାବେ ବିକ୍ରମ ଆରୁଖ ବେଶ୍ ପ୍ରଭାବ ରଖି ଆସିଛନ୍ତି । ଅନ୍ୟ ପକ୍ଷରେ ୩ୟ ମହଲ ସହ ବିକ୍ରମ ଆରୁଖଙ୍କ ସମ୍ପର୍କ ମଧ୍ୟ ବେଶ୍ ଭଲ । ଏଣୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ଦାବିଦାର ଭାବେ ବିକ୍ରମ କେଶରୀ ଆରୁଖ ଏହି ଦୌଡ଼ରେ ରହିଛନ୍ତି ।

ସେହିପରି ପୁରୀ ଜିଲ୍ଲାରୁ ସମୀର ରଞ୍ଜନ ଦାସଙ୍କ ସ୍ଥାନ କିଏ ନେବ ତାହାକୁ ନେଇ ଚର୍ଚ୍ଚା ମଧ୍ୟ ଚାଲିଛି । ପିପିଲିରୁ ବିଧାୟକ ହୋଇଥିବା ରୁଦ୍ର ମହାରଥୀଙ୍କ ସମର୍ଥକ ମାନେ ମଧ୍ୟ ଏହି ନୂଆ ମନ୍ତ୍ରୀ ମଣ୍ଡଳରେ ତାଙ୍କ ନେତାଙ୍କୁ ସ୍ଥାନ ମିଳିବା ନେଇ ବେଶ ଆଶାବାଦୀ । ସେହିପରି ଉପକୂଳ ଓଡ଼ିଶାରୁ ବିଶେଷ କରି ଭଦ୍ରକ ଓ କେଉଁଝର ଜିଲ୍ଲାକୁ ମଧ୍ୟ ଏଥର ପ୍ରତିନିଧିତ୍ୱ ମିଳିବା ସମ୍ଭାବନା ଅଛି ବୋଲି ଉପକୂଳିଆ ନେତାମାନେ ଆଲୋଚନା କରୁଛନ୍ତି । ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପରେ ଗୋଟିଏ ମନ୍ତ୍ରୀ ପଦ ଖାଲି ପଡ଼ିଛି ଓ ଏବେ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେବା ପରେ ଏହାର ସଂଖ୍ୟା ୩ରେ ପହଞ୍ଚିଛି। ଏଣୁ ନୂଆ ମନ୍ତ୍ରିମଣ୍ଡଳରେ ଏହି ୩ଟି ଖାଲିପଡ଼ିଥିବା ପଦବୀକୁ ନେଇ ଅଶାୟୀଙ୍କ ତାଲିକା ମଧ୍ୟ ବେଶ ଲମ୍ବା। ଏପରିକି କିଛି ଭେଟେରାନ ନେତା ପ୍ରଫୁଲ ସାମଲ, ଦେବୀ ମିଶ୍ର, ଅମର ପ୍ରସାଦ ଶତପଥୀ ଆଦିଙ୍କ ମଧ୍ୟରୁ କାହାକୁ ବାଚସ୍ପତି ଆସନରେ ହୁଏତ ସୁଯୋଗ ଦେଇପାରନ୍ତି ବିଜେଡି ସୁପ୍ରିମୋ ।

ଏଣୁ ଏବେ ସମସ୍ତଙ୍କ ଅପେକ୍ଷା କେବେ ହେବ ନୂଆ ମନ୍ତ୍ରିମଣ୍ଡଳର ଗଠନ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରୁ କିଏ ହେବେ ମନ୍ତ୍ରୀ ? ଉପକୂଳ ଓଡ଼ିଶାରୁ କାହା ପାଳି ପଡ଼ିବ କି ? ବାଚସ୍ପତି ଆସନରେ କିଏ ବସିବେ ? ନୂଆ ଓ ପୁରୁଣା ନେତାଙ୍କ ମଧ୍ୟରୁ କାହାକୁ ସୁଯୋଗ ଦେବେ ବିଜେଡିର କ୍ଷମତାକେନ୍ଦ୍ର ତାହା ଉପରେ ସମସ୍ତଙ୍କ ନଜର ।

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.