• About
  • Contact
Wednesday, June 24, 2026
Wednesday, June 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Opinion

ଚକ୍ରବ୍ୟୁହ

ଚକ୍ରବ୍ୟୁହ
Share on FacebookShare on Xshare on Whatsappshare on Linkedin
ସୁଚରିତା ମହାନ୍ତି, କଟକ, ୫ ଜୁନ୍ ୨୦୨୩

ଏକଥା ସତ ଯେ ଦୁର୍ଘଟଣା କେତେବେଳେ କେଉଁଠାରେ କେମିତି ହେବ କିଛି କହିହେବ ନାହିଁ ତଥାପି ସଚେତନ ଏବଂ ଦାୟିତ୍ଵ ଏ ଦୁଇଟି ଥିଲେ ଦୁର୍ଘଟଣାରୁ ନିଶ୍ଚିତ ଭାବରେ ବର୍ତ୍ତି ଯାଇହେବ । ଏକଥା କ’ଣ ଅସ୍ୱୀକାର କରିହେବ କି? ଆମେ ସବୁବେଳେ ସବୁ ସମୟରେ ତର୍ଜମା କରୁ ସମାଲୋଚନା କରୁ ଯଦି ଏଇଟା ହେଇଥାନ୍ତା, ସେଇଟା ହେଇଥାନ୍ତା, ଏମିତି ହୋଇନଥାନ୍ତା କି ସେମିତି ହୋଇନଥାନ୍ତା ।

ଆମ ଆଲୋଚନା ସମାଲୋଚନା ତର୍ଜମା ସବୁ ବେକାର ଯାଏ ଯେତେବେଳେ ଦୁର୍ଘଟଣା ଘଟି ଏକ ରୁ ଅନେକ ଲୋକ ମୃତ୍ୟୁ ବରଣ କରନ୍ତି ଅବା ଜୀବନ ଯାକ ପଙ୍ଗୁ ହୋଇ ମରିମରି ବଞ୍ଚି ରହନ୍ତି। ସାରା ବିଶ୍ଵ ଏବେ ହତବାକ୍ ହୋଇଯାଇଛି ବାଲେଶ୍ବରର ବାହାନଗା ରେ ଘଟିଥିବା କରମଣ୍ଡଳ ଏବଂ ମାଲବାହୀ ଟ୍ରେନ ଭିତରେ ରୋମ ଟାଙ୍କୁରା ଦୁର୍ଘଟଣା ଦେଖି । ଦୁଃଖ ରେ ସମସ୍ତେ ମ୍ରିୟମାଣ ହୋଇପଡ଼ିଥିବା ସମୟରେ କିଏ କାହାକୁ ସମବେଦନା ଜଣାଇବ କାହା ଲୁହ କିଏ ପୋଛିବ? ରକ୍ତରଞ୍ଜିତ ବାହାନଗା ମାଟି ସ୍ଥାନ ପାଇଲା ଦୁର୍ଘଟଣାର ଇତିହାସ ପୃଷ୍ଠାରେ । ସାରା ବିଶ୍ଵ ଦେଖିଲା ଆମ ଓଡ଼ିଶା ତଥା ଭାରତ ସରକାରଙ୍କର ଅପାରଗତାକୁ। ସମସ୍ତେ ସମସ୍ତଙ୍କୁ ଦୋଷ ଦେଇ ପାରିହେବା ଡଙ୍ଗାରେ ଗୋଡ଼ ଦେଇଥିବା ବେଳେ ଛାତିରେ କୋହକୁ ଚାପି ରଖି ଶବ ଆଡ଼େଇ ବାପା ପୁଅ ର ମୁହଁ ଖୋଜୁଚି ପୁଣି ଆଉ କେଉଁଠି କିଏ ନିଜ ସମ୍ପର୍କୀୟମାନଙ୍କୁ ଖୋଜି ପାଗଳ ପ୍ରାୟ ହେଲାଣି। ଯେଉଁଠି ଦେଖିଲେ କୁଢ଼ କୁଢ଼ ଶବ। ଯନ୍ତ୍ରଣାର ଜଉଘରେ ତରଳୁଥିବା ମଣିଷ ଗୁଡ଼ାକ ରାହା ଟିକିଏ ପାଇବା ପାଇଁ ବିକଳ ହେଉଥିବା ସମୟରେ ପହଞ୍ଚି ଯାଇଥିଲେ ସ୍ଥାନୀୟ ଜନସାଧାରଣ ସାନ୍ତ୍ଵନା ଦେବାକୁ ଓ ସାହାଯ୍ୟ ସହଯୋଗ କରିବାକୁ। ପ୍ରଶାସନ ଠାରୁ ଆରମ୍ଭ କରି ସ୍ବେଚ୍ଛାସେବୀ ସମସ୍ତେ । ଏ ଛାତି ଥରା ଦୃଶ୍ୟ ଦେଖି କିଏ ବା’ନିଶ୍ଚିନ୍ତ ହୋଇ ବସି ରହିବ କିନ୍ତୁ ବାଲେଶ୍ଵର ର ଯୁବପିଢି ମାନଙ୍କ ର ସେବା ମନୋଭାବ ସମସ୍ତଙ୍କୁ ଆଚମ୍ବିତ କରିଦେଲା। ମାତ୍ର କେଇଟି ମୁହୂର୍ତ୍ତ ମଧ୍ୟରେ ରକ୍ତଦାନ କରିବାକୁ ପହଞ୍ଚି ଗଲେ ଶହଶହ ଯୁବକ।ଖାତିର କରି ନଥିଲେ ରାତିର ଅନ୍ଧାର କୁ କିମ୍ବା ନିଦାଘ ର ପ୍ରଚଣ୍ଡ ତାତିକୁ। ହଜାର ହଜାର ଲୋକ ମାନଙ୍କ ଭିତରେ ନିଜର ମାନବିକତାର ପ୍ରମାଣ ଦେଇ ଅନ୍ୟମାନଙ୍କ ପାଖରେ ସେବା ମନୋଭାବ ର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ।

ସାମାଜିକ ଗଣମାଧ୍ୟମରେ ଭୂୟସୀ ପ୍ରଶଂସା କରି ସେମାନଙ୍କୁ ଉତ୍ସାହିତ କରିବା ପାଇଁ କେହି ହେଲେ ପଛେଇ ନାହାନ୍ତି । ଏଇ ଦୁର୍ଘଟଣା ଘଟିବା ପରେ ପରେ ସମସ୍ତଙ୍କ ମନରେ ଏତେ ଭୟ ସୃଷ୍ଟି ହୋଇଛି ଯେ, ଟ୍ରେନ୍ ରେ କୁଆଡ଼େ ଯିବା କଥା ଉଠିଲେ ସଙ୍ଗେ ସଙ୍ଗେ ନାହିଁ କରୁଛନ୍ତି। ରେଳ ବିଭାଗ ଉପରେ ଭରସା ହରାଇବା କିଛି ଆଶ୍ଚର୍ଯ୍ୟ ଜନକ କଥା ନୁହେଁ । ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି। ଯେଉଁ ଭଳି ଭାବରେ ଜୀବନ ହାନି ହୋଇଛି ତା’ର ପ୍ରକୃତ ଆକଳନ ହେବନାହିଁ କି ସେମାନେ ନ୍ୟାୟ ପାଇପାରିବେ ନାହିଁ ଏହା ନିରାଟ ସତ୍ୟ । ଯେଉଁ ଅର୍ଥ ରାଶି ପ୍ରଦାନ କରାଯିବ ତାହା କ’ଣ ମଣିଷ ଜୀବନର ପ୍ରକୃତ ମୂଲ୍ୟ ? ସମୁଦ୍ରକୁ ଶଙ୍ଖେ ମାତ୍ର ଆଉ କିଛି ନୁହେଁ।

ଯେଉଁମାନେ ଏ ଭୟଙ୍କର ଦୁର୍ଘଟଣା ପଛରେ ଦାୟୀ ଅଛନ୍ତି, ଯାହାଙ୍କ ଦାୟିତ୍ଵ ହୀନତା ପାଇଁ ଏ ଦୁର୍ଘଟଣା ସେମାନଙ୍କୁ ଦଣ୍ଡ କେବେ ମିଳିବ ନା ଆଗକୁ ନିର୍ବାଚନ ରଣାଙ୍ଗନରେ ଜିତିବାର ରାଜନୈତିକ ଚକ୍ରବ୍ୟୁହ ଭିତରେ ସବୁ କିଛି ପାଣି ଫାଟିଯିବ କେବଳ ଏତିକି ଦେଖିବାକୁ ବାକି ରହିଲା ।

ସୁଚରିତା ମହାନ୍ତି

ସୁଚରିତା ମହାନ୍ତି

ଶ୍ରୀରାମ ଚଂଦ୍ର ଭଞ୍ଜ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସମ୍ପାଦିକା, ଭଞ୍ଜଦୀପ ପତ୍ରିକା ରେ ସମ୍ପାଦିକା, କବି, ଗାଳ୍ପିକା, ଔପନ୍ୟାସିକା, ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ କବିତା, ଗଳ୍ପ, ପ୍ରବନ୍ଧ, ସଂଗଠିକା ।

Related Posts

Agony of Pilgrims
Opinion

Agony of Pilgrims

by Subhamoy Banerjee
May 17, 2026

Subhamoy Banerjee, Mumbai, 17 May 2026 Want to witness organized human suffering? Visit the Jagannath temple at Puri during peak...

Read more
Resilient Relationships For A Flourishing Life

Resilient Relationships For A Flourishing Life

April 5, 2026
India-Nepal Relationship: Will Balen heal the wounds?

India-Nepal Relationship: Will Balen heal the wounds?

April 3, 2026
Why is Iran attacking Dubai? In this war, the modern-day city of immense wealth is being needlessly crushed

Why is Iran attacking Dubai? In this war, the modern-day city of immense wealth is being needlessly crushed

March 29, 2026
Thriving in the Age of Artificial Intelligence

Thriving in the Age of Artificial Intelligence

March 27, 2026
Fuel Crisis And The Need For Renewable Energy

Fuel Crisis And The Need For Renewable Energy

March 22, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.