• About
  • Contact
Thursday, March 5, 2026
Thursday, March 5, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବାହାନଗା ଟ୍ରେନ୍ ଦୁର୍ଘଟଣା : ଶବ ଚିହ୍ନଟ ଓ ତଦନ୍ତକୁ ନେଇ ପ୍ରଶ୍ନ…

ବାହାନଗା ଟ୍ରେନ୍ ଦୁର୍ଘଟଣା : ଶବ ଚିହ୍ନଟ ଓ ତଦନ୍ତକୁ ନେଇ ପ୍ରଶ୍ନ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୬ ଜୁନ୍ ୨୦୨୩

ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଏବେ ମୃତକଙ୍କ ସଂଖ୍ୟା, ଶବ ଚିହ୍ନଟ ଓ ତଦନ୍ତ ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନ । ବିଭିନ୍ନ ସୂତରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍ ରେ ୧୯୩ ଟି ମୃତଦେହ ରହିଥିବା ବେଳେ ସେଥିମଧ୍ୟରୁ ୯୫ଟି ଚିହ୍ନଟ ହୋଇପାରିଛି । ଏମ୍ସ ଭୁବନେଶ୍ୱରରେ ସର୍ବାଧିକ ୧୨୩ ଟି ମୃତଦେହ ମଧ୍ୟରୁ ୭୧ ଟି ଚିହ୍ନଟ ହୋଇଛି । ୬୨ ଟି ପରିବାରକୁ ହସ୍ତାନ୍ତର କରାଯାଇଛି । ଏଠାରେ ମୃତକଙ୍କ ପରିବାରକୁ ୪ କୋଟି ୭୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି । କ୍ୟାପିଟାଲ ହସ୍ପିଟାଲ୍ ରେ ଥିବା ୧୪ ଟି ମୃତଦେହ ମଧ୍ୟରୁ ୪ ଟି ଚିହ୍ନଟ ହୋଇଥିବା ବେଳେ ୩ ଟି ପରିବାରକୁ ହସ୍ତାନ୍ତର କରାଯାଇଛି ଓ ସେମାନଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି । ସମ୍ ହସ୍ପିଟାଲ୍ ରେ ୨୦ ଟି ମୃତଦେହ ମଧ୍ୟରୁ ୯ ଟିକୁ ଚିହ୍ନଟ କରି ପରିବାରକୁ ହସ୍ତାନ୍ତର କରାଯାଇଛି ଓ ମୃତକଙ୍କ ପରିବାରକୁ ୯୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି । ହାଇଟେକ୍ ହସ୍ପିଟାଲ୍ ରେ ୧୦ ଟି ମୃତଦେହ ମଧ୍ୟରୁ ୨ ଟି ଚିହ୍ନଟ କରି ହସ୍ତାନ୍ତର କରିବା ସହ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି । ଅପରପକ୍ଷରେ କିମ୍ସ ହସ୍ପିଟାଲ୍ ରେ ଥିବା ୨୦ ଟି ମୃତଦେହ ମଧ୍ୟରୁ ୭ ଟିକୁ ଚିହ୍ନଟ କରାଯାଇ ପରିବାରକୁ ହସ୍ତାନ୍ତର କରିବା ସହ ମୃତକଙ୍କ ପରିବାରକୁ ୭୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି । ସେହିପରି ଆମ୍ରି ହସ୍ପିଟାଲ୍ ରେ ଥିବା ୬ ଟି ମୃତଦେହ ମଧ୍ୟରୁ ୨ ଟି ଚିହ୍ନଟ ହୋଇଥିବା ବେଳେ ଗୋଟିଏକୁ ହସ୍ତାନ୍ତର କରିବାସହ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଥିବା ଜଣାପଡ଼ିଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆହୁରି ଅନେକ ମୃତ ଦେହ ଚିହ୍ନଟ ହୋଇପାରିନାହିଁ । ଏପରିକି ଅନେକ ମୃତକଙ୍କ ପରିବାର ମଧ୍ୟ ଏଯାଏଁ ଆସିନାହାଁନ୍ତି । ଯଦି ବାକି ମୃତକଙ୍କ ଶବ ଚିହ୍ନଟ ନହୋଇପାରେ ଓ କେହି ପରିବାର ସଦସ୍ୟ ଏହାକୁ ନେବା ପାଇଁ ଆସନ୍ତି ନାହିଁ ତେବେ, ମୃତକଙ୍କ ଶବକୁ ଅଧିକ ଦିନ ସୁରକ୍ଷିତ କରି ରଖାଯାଇ ପାରିବ କି ? ଚିହ୍ନଟ ନ ହୋଇପାରିଲେ ଏନେଇ ସରକାରୀ ନିଷ୍ପତ୍ତି କ’ଣ ହେବ ? ବିନା ଚିହ୍ନଟରେ ଶବ ଗୁଡ଼ିକ ସରକାରୀ ନିଷ୍ପତ୍ତି ଅନୁଯାୟୀ ସଂସ୍କାର କରାଯିବ କି ? ଯଦି ଏଭଳି ଭାବେ ମୃତକଙ୍କ ଶବକୁ ସଂସ୍କାର କରାଯାଏ, ତେବେ ପରବର୍ତ୍ତୀ ସମୟରେ ଏନେଇ ବିବାଦ ହେବ ନା ନାହିଁ ? ଏଣୁ ମୃତକଙ୍କ ପ୍ରକୃତ ସଂଖ୍ୟା ବିବାଦ ପରେ ଏବେ ଶବ ଚିହ୍ନଟ ପ୍ରକ୍ରିୟାକୁ ନେଇ ମଧ୍ୟ ଆଉ ଏକ ବିବାଦ ମୁଣ୍ଡ ଟେକିଛି । ବିନା ଚିହ୍ନଟରେ ସରକାରୀ ଅଧିକାରୀ ମାନେ କିଭଳି ମୃତକଙ୍କ ଶବକୁ ସଂସ୍କାର କରିବେ ସେ ନେଇ ଦ୍ବନ୍ଦରେ ରହିଛନ୍ତି ।

ଅନ୍ୟପକ୍ଷରେ ଏହି ଭୟାବହ ଟ୍ରେନ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ଏବେ ସିବିଆଇ ନେଇଛି । ପୂର୍ବରୁ ୨୦୧୦ ମସିହାରେ ଲୋକମାନ୍ୟ ତିଳକ-ଜ୍ଞାନେଶ୍ୱରୀ ସୁପର ଡିଲକ୍ସ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୧୫୦ ଜଣ ଯାତ୍ରୀ ମୃତ୍ୟୁ ବରଣ କରିବା ସହ ୩୦୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏହି ଦୁର୍ଘଟଣାର ତଦନ୍ତ ଭାର ନେଇଥିଲା ସିବିଆଇ । ୧୩ ବର୍ଷ ହେଲାଣି ଏହାର ତଦନ୍ତ ଶେଷ ହୋଇନାହିଁ । ଏପରିକି ସିବିଆଇ ଚାର୍ଜସିଟ ଅନୁଯାୟୀ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ମଧ୍ୟ ପରବର୍ତ୍ତୀ ସମୟରେ ଜାମିନ ପାଇ ଯାଇଥିଲେ। ତେବେ ବାହାନଗା ଘଟଣାରେ ସିବିଆଇ ତଦନ୍ତର ଫଳାଫଳ କ’ଣ ହେବ ? କେତେ ସମୟ ଲାଗିବ ଏହି ତଦନ୍ତ ଶେଷ ହେବାକୁ ? ଅଭିଯୁକ୍ତଙ୍କୁ ଧରିବାରେ ସିବିଆଇ ସଫଳ ହେବ ତ ?

ତେବେ ଟ୍ରେନ ଚଳାଚଳ ସ୍ୱାଭାବିକ ହେଲା, ମୃତକଙ୍କ ପରିବାର କ୍ଷତିପୂରଣ ପାଇବେ, ମାତ୍ର ସମସ୍ତ ମୃତକ ଚିହ୍ନଟ ହେବେ କିପରି ଓ ସିବିଆଇ ତଦନ୍ତରେ ପ୍ରକୃତ ଦୋଷୀ ଧରାପଡ଼ିବା ସହ ଏକ ନିର୍ଦ୍ଦିଷ୍ଟ ସମୟ ଭିତରେ ଏହି ତଦନ୍ତ ଶେଷ ହେବ କି ନାହିଁ ତାହା ଏବେବି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି ।

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.