• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ତାମିଲନାଡ଼ୁରେ ୨୫ ଓଡ଼ିଶାରେ କେତେ ?

ତାମିଲନାଡ଼ୁରେ ୨୫ ଓଡ଼ିଶାରେ କେତେ ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୩ ଜୁନ୍ ୨୦୨୩

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତାପାର୍ଟି ତାର ପ୍ରସ୍ତୁତିକୁ ଜୋରଦାର କରିଛି । ଏପରିକି ଅଣ ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏବେ ଅଧିକ ଫୋକସ୍ କରିବା ଆରମ୍ଭ କରିଦେଇଛନ୍ତି । ତାମିଲନାଡ଼ୁ ଗସ୍ତରେ ଯାଇ ଗୃହମନ୍ତ୍ରୀ ଅମିତ ଶାହା ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ସହ ଏହି ଦକ୍ଷିଣ ଭାରତୀୟ ରାଜ୍ୟ ଉପରେ ବିଜେପି ଆଗାମୀ ନିର୍ବାଚନରେ ଅଧିକ ନିର୍ଭର କରିବ ବୋଲି ସୂଚନା ଦେଇଛନ୍ତି । ତାମିଲନାଡ଼ୁ ଗସ୍ତ ସମୟରେ ଅମିତ ଶାହ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସହ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଭେଟି ଆଲୋଚନା କରିଛନ୍ତି । ଶାହଙ୍କ ଏହି ଗସ୍ତ ବେଳର ଦୁଇଟି କଥା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି । ତାମିଲନାଡ଼ୁରୁ ଏନଡିଏ କୁ ଅତି କମ୍ ରେ ୨୫ଟି ଲୋକସଭା ଆସନ ମିଳିବା ଦରକାର ବୋଲି ଶାହ କହିବା ସହ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ୩୦୦ରୁ ଅଧିକ ଆସନ ପାଇବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଶାହଙ୍କ ଏହି କଥାକୁ ଯଦି ବିଶ୍ଳେଷଣ କରାଯାଏ, ତେବେ ଏହା ସ୍ପଷ୍ଟ ହେଉଛି ଯେ, ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଜାତୀୟ ରାଜନୀତିରେ ୨୦୧୯ ରେ ପାଇଥିବା ସଫଳତାକୁ ଦୋହରାଇ ନପାରେ ଓ ଏକାକୀ ବିଜେପି ସରକାର ଗଢ଼ିବା ମଧ୍ୟ ସମ୍ଭବ ନ ହୋଇପାରେ । ବୋଧହୁଏ ବିଜେପି ନିଜର ସର୍ଭେ ମୁତାବକ ଆଗାମୀ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛି । ଏକାକୀ ସରକାର ଗଢ଼ିବା ସମ୍ଭବ ନହେଲେ ଅନ୍ୟ ଆଞ୍ଚଳିକ ଦଳ ଉପରେ ବିଜେପି ଅଧିକ ନିର୍ଭର କରିବ । ଏଣୁ ଅଣ ବିଜେପି ଆଞ୍ଚଳିକ ରାଜନୈତିକ ଦଳ ଉପରେ ବିଜେପି ଆଗାମୀ ୨୦୨୪ ନିର୍ବାଚନ ପୂର୍ବରୁ ଅଧିକ ଭାବେ ମିତ୍ରତା ସ୍ଥାପନ କରିବାପାଇଁ ଚାହିଁବ ।

ଶାହଙ୍କ ଏହି ଦୁଇ ପଦ କଥା ଏବେ ଓଡ଼ିଶା ରାଜନୀତିକୁ ପ୍ରଭାବିତ କରିବା ଭଳି ମନେହୁଏ । ଆସନ୍ତା ଜୁନ୍ ୧୭ ତାରିଖରେ ଅମିତ ଶାହ ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ଏଣୁ ଶାହ ଓଡ଼ିଶା ଗସ୍ତରେ ଆସି ଓଡ଼ିଶାର ଶାସକ ଦଳ ପ୍ରତି ଓ ନିଜ ଦଳର କର୍ମୀ ଓ ନେତାଙ୍କ ପ୍ରତି କେଉଁ ମନୋଭାବ ପୋଷଣ କରିବେ ତାହାକୁ ନେଇ ଏବେଠାରୁ ରାଜନୈତିକ ମହଲରେ ଅଙ୍କକଷା ଆରମ୍ଭ ହୋଇଯାଇଛି । ଗତ ଲୋକସଭା ନିର୍ବାଚନରେ ବିଜେପି ଓଡ଼ିଶାରୁ ୮ଟି ଆସନ ପାଇବାରେ ସମର୍ଥ ହୋଇଥିଲା । ଚଳିତ ଥର ଅତି କମରେ ୧୨ଟି ଆସନ ଉପରେ ବିଜେପିର ନଜର ରହିଛି ବୋଲି ଶୁଣିବାକୁ ମିଳୁଛି । ଏଣୁ ଓଡ଼ିଶାର କେତୋଟି ଲୋକସଭା ଆସନ ଉପରେ ବିଜେପି ଫୋକସ୍ କରିବ ତାହା ଉପରେ ଶାହ ମୁହଁ ଖୋଲିବେ ବୋଲି ତାଙ୍କ ଦଳ ଅପେକ୍ଷା କରିଛି ।

ତେବେ କିଛି ରାଜନୈତିକ ସମୀକ୍ଷକଙ୍କ ମତରେ ଏଥର ନିର୍ବାଚନ ଏକ ନୂଆ ଫର୍ମୁଲାରେ ହେବାପାଇଁ ଯାଉଛି, ଯେଉଁଥିରେ ବିଜେପି ଓଡ଼ିଶାରୁ ୧୫ ଅଧିକ ଲୋକସଭା ଆସନ ନେବ ଓ ପ୍ରତିବଦଳରେ ବିଜେଡିକୁ ବିଧାନସଭା ଆସନରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ଛାଡ଼ିଦେବ, ଅର୍ଥାତ ବିଜେପିର ଦିଲ୍ଲୀ ଓ ବିଜେଡିର ପଲ୍ଲୀ ଦଖଲ ସ୍ଵପ୍ନ ସାକାର ହୋଇପାରିବ । ତେବେ ଏହି ଆକଳନ ଉପରେ ଅଧିକ ସମ୍ଭାବନା ସୃଷ୍ଟି କରିବ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ । ଯଦି ଶାହା ଏଠି ରାଜ୍ୟ ସରକାରଙ୍କ ବିରୋଧରେ ପାଟି ଫିଟାଇବେ ନାହିଁ, ତାହା ହେଲେ ଧରିନେବାକୁ ହେବ ଯେ, ବିଜେପି ଓ ବିଜେଡି ମଧ୍ୟରେ ଅଘୋଷିତ ବୁଝାମଣା ହୋଇସାରିଛି । ଅନ୍ୟ ପକ୍ଷରେ ଯଦି ଶାହା ଏଠାରେ ୨୦୧୯ ନିର୍ବାଚନ ଭଳି ରାଜ୍ୟ ସରକାରଙ୍କ ଉପରେ ଶାଣିତ ଆକ୍ରମଣ କରନ୍ତି ତେବେ ବୁଝାପଡ଼ିବ ଯେ, ଏପର୍ଯ୍ୟନ୍ତ କୌଣସି ବୁଝାମଣା ହୋଇନାହିଁ ।

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.