• About
  • Contact
Saturday, March 7, 2026
Saturday, March 7, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିଜେପିର ବିଜୁଳି ବନାମ୍ ବିଜେଡିର ଗ୍ୟାସ୍…

ବିଜେପିର ବିଜୁଳି ବନାମ୍ ବିଜେଡିର ଗ୍ୟାସ୍…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୪ ଜୁନ୍ ୨୦୨୩

ନିର୍ବାଚନ ବର୍ଷରେ ଏବେ ପୁଣି ମୁହାଁମୁହିଁ ହେବା ଆରମ୍ଭ କରିଦେଇଛନ୍ତି ବିଜେଡି ଓ ବିଜେପି । ବେଶ୍ କିଛି ଦିନର ନିରବତା ପରେ ଦୁଇ ଦଳର ନେତା ଓ କର୍ମୀମାନେ ଏବେ ପରସ୍ପର ବିରୋଧରେ ରାସ୍ତାକୁ ଓହ୍ଲେଇଲେଣି । ରାଜ୍ୟବ୍ୟାପି ଅଘୋଷିତ ବିଦ୍ୟୁତ କାଟ କୁ ନେଇ ଜନ ସାଧାରଣ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଏହାକୁ ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ କରିଛି ଭାରତୀୟ ଜନତା ପାର୍ଟି ର ଓଡ଼ିଶା ଶାଖା । ଏପରିକି ବିଦ୍ୟୁତ କାଟ୍ କୁ ନେଇ ରାଜ୍ୟ ବିଜେପି ସାରା ରାଜ୍ୟରେ ଦୁଇ ଦିନିଆ ବିକ୍ଷୋଭ ଓ ଆନ୍ଦୋଳନ କରିବା ନେଇ ସୂଚନା ଦେଇଛି । ବିଜେପିର ନେତାମାନେ ସାମ୍ବାଦିକ ସମ୍ମିଳନୀ କରି ଅଘୋଷିତ ବିଦ୍ୟୁତ କାଟ୍ ବାବଦରେ ରାଜ୍ୟ ବ୍ୟାପି ପ୍ରତିବାଦ କରିବା ନିଷ୍ପତ୍ତି ଗଣମାଧ୍ୟମ ଜରିଆରେ ନିଜର କର୍ମୀ ମାନଙ୍କ ନିକଟରେ ପହଞ୍ଚାଇଛନ୍ତି । ବିଦ୍ୟୁତ ସଂସ୍କାର ନେଇ ଖର୍ଚ୍ଚ ହୋଇଥିବା ଅର୍ଥ କୁଆଡ଼େ ଗଲା ବୋଲି ବିଜେପି ପ୍ରଶ୍ନ କରିଛି । ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର ଉପରେ ରାଜ୍ୟ ସରକାର କାହିଁକି ନରମ ମନୋଭାବ ପୋଷଣ କରୁଛନ୍ତି ତାର ଜବାବ ଦିଅନ୍ତୁ ବୋଲି ବିଜେପିର ନେତା ମାନେ କହିଛନ୍ତି । ଏଣୁ ଟାଟା ପାୱାରର ବିଫଳତା,ଶକ୍ତି ବିଭାଗର ନିରବତା ଓ ଅଘୋଷିତ ବିଦ୍ୟୁତ କାଟ୍ ର ପ୍ରତିବାଦ କରିବା ସହ ଶାସକ ଦଳକୁ ଅଡୁଆରେ ପକାଇବା ପାଇଁ ବିରୋଧୀ ବିଜେପି ତାର ପ୍ରସ୍ତୁତି କରିଛି ।

ସେହିପରି ବିଜେପିର ବିଦ୍ୟୁତ କାଟ୍ ପ୍ରସଙ୍ଗ କୁ ମୁକାବିଲା ପାଇଁ ଶାସକ ଦଳ ମଧ୍ୟ ଜୋରଦାର ପ୍ରସ୍ତୁତି କରିଛି। ବିଜେପିର ଆନ୍ଦୋଳନର ଜବାବରେ ଗ୍ୟାସ୍ ଦର ବୃଦ୍ଧି ନେଇ ପ୍ରତିବାଦ କରିବାର ନିଷ୍ପତ୍ତି ବିଜେଡି ନେଇଛି। ଏହି ନିଷ୍ପତ୍ତି ମୁତାବକ ବିଜେଡିର ନେତା ଓ କର୍ମୀ ମାନେ ରାଜଭବନ ନିକଟରେ ଧାରଣା ଦେଇଛନ୍ତି । ରନ୍ଧନ ଗ୍ୟାସ୍ ର ଦର ବୃଦ୍ଧିକୁ ନେଇ ବିଜେଡି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ଏହି ଦରକୁ ନିୟନ୍ତ୍ରଣ ନକଲେ ଆନ୍ଦୋଳନକୁ ଜୋରଦାର କରିବ ବୋଲି ଚେତାବନୀ ଦେଇଛି । ୨୦୧୪ ରୁ ୨୦୨୩ ମସିହା ମଧ୍ୟରେ ରନ୍ଧନ ଗ୍ୟାସ୍ ଦର ୩ ଗୁଣା ବଢ଼ିଯାଇଛି ବୋଲି ବିଜେଡି ନେତାମାନେ କହିବା ସହ ଉଜ୍ଜଳା ଯୋଜନାର କାର୍ଯ୍ୟକାରୀତା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏପରିକି ଯଦି କେନ୍ଦ୍ର ସରକାର ଗ୍ୟାସ୍ ଦର ତୁରନ୍ତ ହ୍ରାସ ନକରନ୍ତି ତେବେ, ବିଜେଡି ରାଜ୍ୟର ସମସ୍ତ ଆରଡିସି , ଜିଲ୍ଲାପାଳ, ବ୍ଲକ, ପଞ୍ଚାୟତ ସ୍ତରରେ ଏହି ଆନ୍ଦୋଳନକୁ ପହଞ୍ଚାଇବ ବୋଲି କହିଛି ।

୨୦୧୯ ସାଧାରଣ ନିର୍ବାଚନ ପରଠାରୁ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ଓ ଅନ୍ୟାନ୍ୟ ଖାଉଟି ସାମଗ୍ରୀର ଦର ବଢ଼ିଥିବା ବେଳେ ବିଜେଡି ନିରବ ରହିଥିଲା । ତେବେ ହଠାତ୍ ବିଜେପିର ନେତାମାନେ ବିଜେଡି ବିରୋଧରେ ବିଦ୍ୟୁତ କାଟ୍ କୁ ନେଇ ଆନ୍ଦୋଳନ ଆରମ୍ଭ କରିବା ପରେ ବିଜେଡି ମଧ୍ୟ ବିଜେପିକୁ ଟକ୍କର ଦେବାକୁ ସାମ୍ନାକୁ ଆସିଛି । ତେବେ ଉଭୟ ବିଜେପି ଓ ବିଜେଡି ଏବେ ଅନେକ ପ୍ରସଙ୍ଗ ନେଇ ମୁହାଁ ମୁହିଁ ହେବାର ସମ୍ଭାବନା ରହିଛି ।

ଆଗକୁ ବିଜେପିର ମହା ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଓଡ଼ିଶାରେ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହ ମନ୍ତ୍ରୀ ଅମିତ ଶାହ, ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ମହା ଜନସମ୍ପର୍କ ସମାବେଶରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱର ଆଭିମୁଖ୍ୟ କ’ଣ ହେବ ତାହା ଉପରେ ରହିଛି ସମସ୍ତଙ୍କର ନଜର । ଯଦି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ବିଜେଡି ସରକାର ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରନ୍ତି ତେବେ, କେବଳ ବିଜୁଳି ଓ ଗ୍ୟାସ୍ ଲଢ଼େଇ ନୁହେଁ ଆହୁରି ଅନେକ ପ୍ରସଙ୍ଗରେ ବିଜେପି ଓ ବିଜେଡି ମଧ୍ୟରେ ଲଢ଼େଇ ହେବ ଓ ଓଡ଼ିଶାର ରାଜନୈତିକ ବାତାବରଣ ସରଗରମ ହେବ । ନଚେତ୍ ଦୁଇ ଦଳ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଲଢ଼େଇ ମଧ୍ୟ କିଛି ସମୟ ରାଜନୈତିକ ଉତ୍ତେଜନା ସୃଷ୍ଟି କରି ପୁଣି ମଇଦାନରୁ ଅପସରି ଯିବ।

Nirvik Bureau

Nirvik Bureau

Related Posts

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ
Politics

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

by Nirvik Bureau
March 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ମାର୍ଚ୍ଚ ୨୦୨୬ ଓଡ଼ିଶାରୁ ଖାଲି ପଡୁଥିବା ୪ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ଏବେ ବେଶ ରୋଚକ ମୋଡ଼ରେ...

Read more
ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

February 28, 2026
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.