• About
  • Contact
Tuesday, December 9, 2025
Tuesday, December 9, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଆସ ବଉଳ ଲୋ ଆସ ସଙ୍ଗାତ

ଆସ ବଉଳ ଲୋ ଆସ ସଙ୍ଗାତ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୬ ଜୁନ୍ ୨୦୨୩

ଆସ ବଉଳ ଲୋ ଆସ ସଙ୍ଗାତ
ଆସ ମକର ଲୋ ଆସ ମୋ ମିତ
ଗାଇ ଗାଇ ରଜ ଗୀତ,
ନାଚିବା ଗାଇବା ଦୋଳିରେ ଝୁଲିବା
କରି ମନ ପ୍ରଫୁଲ୍ଲିତ ।

ଆସ ଜେଜେ ମା ଆସ ମାଉସୀ
ଆସ ନୂଆବୋଉ ଆସ ପିଉସୀ
ଆସ ଆସ ହସି ହସି
ମସଲା ପୂରିତ ରଜ ପାନ ଖାଇ
ଥଟ୍ଟା ହେଉଥିବା ବସି ।

ଆସ ଭାଇ ଆସ ଆସ ମଉସା
ଆସ ମାମୁଁ ଆସ ଆସ ପିଉସା
ଧରି ଅଣ୍ଟାରେ ପଇସା
ରଜ ମିଠା କିଣି ବାଣ୍ଟି ଦେଉଥିଲେ
ହେବ ନାହିଁ ଲୋକ ହସା ।

ଆସ ସାଙ୍ଗ ସବୁ ସାଙ୍ଗରେ ଆସ
ଆସ ସାଙ୍ଗ ହୋଇ ଛକରେ ବସ
ଖେଳିବା ଲୁଡୁ ତାଆସ
ବାଗୁଡ଼ି ଖେଳରେ ମାତି ଯାଇ ସର୍ବେ
ରଜ କରିବା ସରସ ।

ଜାତି ଧର୍ମ ଛାଡ଼ି ସଭିଏଁ ଆସ
ଏକ ମନ ହୋଇ ମେଳରେ ବସ
ଆମେରେ ଦେବତା ଅଂଶ
ଆମର ଜୀବନ ଜାଣିଛେ ଘଡିଏ
ଛାଡ଼ିଦେବା ହିଂସା ଦ୍ୱେଷ ।

ମାଟି ମା’କୁ ଗଭୀରେ ଦେଖିବା
ସିଏ ସର୍ବଂସହା ବୋଲି ଜାଣିବା
ତା ଯୋଗ୍ୟ ସନ୍ତାନ ହୋଇବା
ତା’ର ପୂଜା ଏହି ରଜ ପରବରେ
ଭାଇଚାରା ମଞ୍ଜି ବୁଣିବା ।

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ଦିଲ୍ଲୀ ବହୁଦୂର (ଭାଗ ୫୩)
Literature

ଦିଲ୍ଲୀ ବହୁଦୂର (ଭାଗ ୫୩)

by Manas Ranjan Mahapatra
December 8, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୮ ଡିସେମ୍ବର ୨୦୨୫ ଦିଲ୍ଲୀ ବହୁଦୂର। ମୁଁ ତାକୁ ଛୁଇଁ ବି ଛୁଇଁ ପାରିନାହିଁ। ମୁଁ ପ୍ରଥମେ ଦିଲ୍ଲୀ ଯାଇଥିଲି ୧୯୮୧...

Read more
ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

December 3, 2025
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
Of Love And Peace

Of Love And Peace

November 29, 2025
କିଛି କଥା

କିଛି କଥା-୨

November 25, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.