• About
  • Contact
Wednesday, July 8, 2026
Wednesday, July 8, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଆସ ବଉଳ ଲୋ ଆସ ସଙ୍ଗାତ

ଆସ ବଉଳ ଲୋ ଆସ ସଙ୍ଗାତ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୬ ଜୁନ୍ ୨୦୨୩

ଆସ ବଉଳ ଲୋ ଆସ ସଙ୍ଗାତ
ଆସ ମକର ଲୋ ଆସ ମୋ ମିତ
ଗାଇ ଗାଇ ରଜ ଗୀତ,
ନାଚିବା ଗାଇବା ଦୋଳିରେ ଝୁଲିବା
କରି ମନ ପ୍ରଫୁଲ୍ଲିତ ।

ଆସ ଜେଜେ ମା ଆସ ମାଉସୀ
ଆସ ନୂଆବୋଉ ଆସ ପିଉସୀ
ଆସ ଆସ ହସି ହସି
ମସଲା ପୂରିତ ରଜ ପାନ ଖାଇ
ଥଟ୍ଟା ହେଉଥିବା ବସି ।

ଆସ ଭାଇ ଆସ ଆସ ମଉସା
ଆସ ମାମୁଁ ଆସ ଆସ ପିଉସା
ଧରି ଅଣ୍ଟାରେ ପଇସା
ରଜ ମିଠା କିଣି ବାଣ୍ଟି ଦେଉଥିଲେ
ହେବ ନାହିଁ ଲୋକ ହସା ।

ଆସ ସାଙ୍ଗ ସବୁ ସାଙ୍ଗରେ ଆସ
ଆସ ସାଙ୍ଗ ହୋଇ ଛକରେ ବସ
ଖେଳିବା ଲୁଡୁ ତାଆସ
ବାଗୁଡ଼ି ଖେଳରେ ମାତି ଯାଇ ସର୍ବେ
ରଜ କରିବା ସରସ ।

ଜାତି ଧର୍ମ ଛାଡ଼ି ସଭିଏଁ ଆସ
ଏକ ମନ ହୋଇ ମେଳରେ ବସ
ଆମେରେ ଦେବତା ଅଂଶ
ଆମର ଜୀବନ ଜାଣିଛେ ଘଡିଏ
ଛାଡ଼ିଦେବା ହିଂସା ଦ୍ୱେଷ ।

ମାଟି ମା’କୁ ଗଭୀରେ ଦେଖିବା
ସିଏ ସର୍ବଂସହା ବୋଲି ଜାଣିବା
ତା ଯୋଗ୍ୟ ସନ୍ତାନ ହୋଇବା
ତା’ର ପୂଜା ଏହି ରଜ ପରବରେ
ଭାଇଚାରା ମଞ୍ଜି ବୁଣିବା ।

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

କେମିତିକା ଯୁଗ ଇଏରେ
Literature

କେମିତିକା ଯୁଗ ଇଏରେ

by ଭକ୍ତ ଚରଣ ସାହୁ
July 4, 2026

ଭକ୍ତ ଚରଣ ସାହୁ, ଯାଜପୁର, ୪ ଜୁଲାଇ ୨୦୨୬ ଭଲ ଲୋକ ଆଉ କାହିଁରେ ଖୋଜିଲେ ମିଳୁତ ନାହିଁରେ। ଚାରିଆଡେ ଦେଖେ ଅମଣିଷ ଗୁଡା ଯୁଆଡକୁ ଦେଲେ...

Read more
ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

July 3, 2026
ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

June 29, 2026
ଗାଆଁ ଟାଉଟର

ଗାଆଁ ଟାଉଟର

June 22, 2026
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
କୃଷକ

କୃଷକ

June 3, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.