• About
  • Contact
Sunday, September 20, 2026
Sunday, September 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବୃଥା ପ୍ରତିଶୃତି

ବୃଥା ପ୍ରତିଶୃତି
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୧୭ ଜୁନ୍ ୨୦୨୩

ସୁବିଧା ବାଦୀଏଁ, ମଉଜରେ କୁହେ
ବୃଥା ପ୍ରତିଶୃତି ଦିଏ,
ଏଇସା କରିବି, ତେଇସା କରିବି
ବୃଥାଟାରେ କହୁଥାଏ ll

ସୁଯୋଗକୁ ଉଣ୍ଡି, କେତେ ଜଟି, ଭଣ୍ଡି
ତଣ୍ଡି ଖାଇ ଯାଏ ଧନ,
ଏଣୁ ତେଣୁ କୁହେ, ଭୁଆକୁ ବୁଲାଏ
ମୋହି ଅନୁଗାମୀ ମନ ll

ସବୁ କରିଦେବ, ସାହା ହୋଇଥିବ
କାୟା ପଛେ, ଛାୟା ପରି,
ମନର ବାଞ୍ଛାକୁ, ସବୁ ଭରିବାକୁ
ସଦା କରୁଥିବ ହୁରି ll

ଦେବ ସେ ସମ୍ମାନ, ସମ୍ବର୍ଦ୍ଧନା, ମାନ
କରେ ଦେଇ ମାନ ପତ୍ର,
ସଭାର ନାମରେ, ପାଉଣାଟି ପାରେ
ବଢ଼ାଏ ଭଦ୍ରାମୀ ହାତ ll

ଯିଏ ଯେତେ ଦେଲା, ପ୍ରଶ୍ୱସ୍ତିଟି ହେଲା
ନହେବା, ହେବାଟି ଭାରୀ,
ମଞ୍ଚ ଦୁଲିକିବ, ତାଳି ବାଜୁଥିବ
ମିଥ୍ୟା ଗୁଣାର୍ଣ୍ଣବ ହୁରି ll

ସେ ଏକ ବେପାର, ଶଠ ବୁଦ୍ଧିଆର
ଲୋକ ଦେଖାଣିଆ କାମ,
ମାଛର ତେଲରେ, ମାଛ ଭାଜି ବାରେ
ଆତ୍ମ ପ୍ରଚାରର ଶ୍ରମ ll

ବୋଲଇ ସେବକ, ସବୁରି ରକ୍ଷକ
ଗଣ ମାଧ୍ୟମରେ ଛପା,
କାମ ହେଉ ଛୋଟ, ପ୍ରଚାରଟି ମୋଟ
ଆପେ ହଳଦୀକୁ ଲିପା ll

ଏ ଏକ ଫେସନ, ବେଇମାନି ମନ
ଘର ବୁଡ଼ା, କଛା କଟା,
ବଡ଼ ପାରିବାର, ସବୁ କରମର
ଜନତାଙ୍କ ଠାରେ ହଟା ll

ହାତ ଲମ୍ବା ତାର, ପରିଚୟେ ବୀର
ରାଜ୍ୟ ରାଜଧାନୀ ଯାଏ,
ଦିଲ୍ଲୀରୁ ଡାକରା, ଝୁରା ଓ ମହୁରା
ସରଗ ଚାନ୍ଦଟି ସିଏ ll

ନିତି ପ୍ରଭାତରୁ, ରାତ୍ରି ହେବା ଯାଏ
ଧୋବ ଧଉଳିଆ ବେଶ,
ମଗା ତରକାରି, ପର ଗାଡ଼ି ଧରି
ଏଣେ ତେଣେ ଯାଆ ଆଶ ll

କଥାଟି ମଧୁର, ବିନମ୍ର ଓ ଧୀର
ସରୁ ସୂତା ଶଂଖୀ କାଟେ,
ଜଳନ୍ତା ଅନଳେ, କୀଟ ପଶେ ବଳେ
ନିରୀହ ସରଳ ପଟେ ll

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ପକ୍ଷୀଘର।
Literature

ପକ୍ଷୀଘର।

by ସଚ୍ଚିଦାନନ୍ଦ ବେହେରା
September 19, 2026

ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୧୯ ସେପ୍ଟେମ୍ବର ୨୦୨୬ ନୀଡ଼ହରା ଏକ କ୍ଲାନ୍ତ ପକ୍ଷୀ ମୁଁ ମୋ ଠିକଣା ଯାଇଛି ହଜି ନୀଳ ଆକାଶରେ ଉଡ଼ି ବୁଲୁଛି...

Read more
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.