• About
  • Contact
Friday, March 13, 2026
Friday, March 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଆସୁଛନ୍ତି ନଡ୍ଡା…

ଆସୁଛନ୍ତି ନଡ୍ଡା…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୦ ଜୁନ୍ ୨୦୨୩

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧକ୍ଷ ଜେ. ପି. ନଡ୍ଡା ଓଡ଼ିଶା ଗସ୍ତରେ ଆସୁଛନ୍ତି । କଳାହାଣ୍ଡି ଠାରେ ମହାଜନସମ୍ପର୍କ ସମାବେଶରେ ସାମିଲ ହେବେ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ନଡ୍ଡାଙ୍କ ଗସ୍ତ ପୂର୍ବରୁ ରାଜ୍ୟ ପ୍ରଭାରୀ ଡି ପୂରନ୍ଦେଶ୍ୱରୀ କଳାହାଣ୍ଡି ଗସ୍ତ କରି ଦଳୀୟ କର୍ମୀ ଓ ନେତାମାନଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ବିଜେପି ନେତାଙ୍କ ସୂଚନା ଅନୁଯାୟୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ମୋଦୀ ସରକାରଙ୍କର ୯ ବର୍ଷର ସଫଳତା ବାବଦରେ କଳାହାଣ୍ଡି ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ଏହାସହିତ ୨୦୨୪ ସାଧାରଣ ନିର୍ବାଚନ ବାବଦରେ ମଧ୍ୟ ଦଳୀୟ ନେତାଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ବିଜେପି ରାଜ୍ୟ ସଭାପତିଙ୍କ ସହ ଦଳର ବହୁ ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।

ତେବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କ ଓଡ଼ିଶା ଗସ୍ତର ଆଭିମୁଖ୍ୟ କ’ଣ ହେବ ? କେବଳ ମୋଦୀ ସରକାରଙ୍କ ସଫଳତା ବଖାଣିବା ଏକ ମାତ୍ର ଉଦ୍ଦେଶ୍ୟ ହେବ କି ? ଓଡ଼ିଶାରେ ଆଗାମୀ ନିର୍ବାଚନରେ ବିଜେପିର ଆଭିମୁଖ୍ୟ ବିଜେଡି ପ୍ରତି କ’ଣ ରହିବ ସେନେଇ ନଡ୍ଡା କିଛି ସଂକେତ ଦେବେ କି ?

ତେବେ ଦଳୀୟ କର୍ମୀ ମହଲରେ ଏନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ରାଜ୍ୟରେ ବିଜେଡିର ଲୋକପ୍ରିୟତା ବିରୋଧରେ ବିଜେପି ନିର୍ବାଚନ ଲଢ଼ି ବାରମ୍ବାର ପରାସ୍ତ ହୋଇଛି। ମହାଜନସମ୍ପର୍କ ସମାବେଶରେ ବିଜେପିରୁ ବହୁ କେନ୍ଦ୍ରୀୟ ନେତା ଯୋଗ ଦେବା କାର୍ଯ୍ୟକ୍ରମ ରହିଥିବା ବେଳେ ଏପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ କେହି ଆସିନାହାନ୍ତି । ପୂର୍ବରୁ ଗୃହ ମନ୍ତ୍ରୀ ଅମିତ ଶାହଙ୍କର କାର୍ଯ୍ୟକ୍ରମ ମଧ୍ୟ ଦୁଇ ଦୁଇ ଥର ବାତିଲ ହୋଇଯାଇଛି । ଏଣୁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଏହି ଗସ୍ତ ରାଜନୈତିକ ଦୃଷ୍ଟିରୁ ବିଜେପି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ମାତ୍ର ନଡ୍ଡା କେବଳ କେନ୍ଦ୍ର ସରକାରଙ୍କର ପ୍ରଚାର କରିବାକୁ ଆସୁଥିଲେ ଏହା ରାଜ୍ୟ ବିଜେପିକୁ ବିଶେଷ ସହାୟକ ହୋଇ ନପାରେ । ୨୦୧୯ ପର ଠାରୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱର ସ୍ୱର ଓଡ଼ିଶାର ବିଜେଡି ସରକାର ବିରୋଧରେ ଏକ ପ୍ରକାର ନିରବ ହୋଇଯାଇଛି । ରାଜ୍ୟ ବିଜେପି ନେତାମାନେ ମଧ୍ୟ ଆଗାମୀ ରଣନୀତି କ’ଣ ହେବ ତାହା ବୁଝିପାରୁ ନାହାଁନ୍ତି । ରାଜ୍ୟ ସଭାପତି ବଦଳିବା ପରେ ରାଜ୍ୟ ବିଜେପିର ସଙ୍ଗଠନରେ ମଧ୍ୟ ନବକଳେବର ଏଯାଏଁ ହୋଇପାରିନାହିଁ । ନୂଆକରି ସଭାପତି ହୋଇଥିବା ମନମୋହନ ସାମଲ ନିଜର ଟିମ୍ ମଧ୍ୟ ଘୋଷଣା କରିବାରେ ସମର୍ଥ ହୋଇ ନାହାଁନ୍ତି । ଏହା ଦଳ ଭିତରର ଦୁର୍ବଳତାକୁ ସ୍ପଷ୍ଟ କରୁଥିବା ବେଳେ ଓଡ଼ିଶାରେ ବିଜେପିର ଆଭିମୁଖ୍ୟ ନେଇ ରାଜ୍ୟ ନେତାମାନେ ଏବେ ଦ୍ବନ୍ଦରେ । ଏଣୁ ରାଷ୍ଟ୍ରୀୟ ସଭାପତିଙ୍କ ଗସ୍ତ ହୁଏତ ଏନେଇ କିଛି ସଂକେତ ଦେଇପାରେ ବୋଲି ରାଜ୍ୟ ବିଜେପି ଭିତରେ ଆଲୋଚନା ହେଇଛି ।

ଯଦି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା କେବଳ ସରକାରଙ୍କ ପ୍ରଚାର ସାରି ଫେରି ଯାଆନ୍ତି ତେବେ ରାଜ୍ୟ ବିଜେପିର ନେତା ଓ କର୍ମୀ ମାନଙ୍କ ଭିତରେ ଦ୍ଵନ୍ଦ ଆହୁରି ବଢ଼ିଯିବ । ଆଗାମୀ ନିର୍ବାଚନ ପୂର୍ବରୁ ନଡ୍ଡାଙ୍କ ଗସ୍ତ ଓ କଳାହାଣ୍ଡି କାର୍ଯ୍ୟକ୍ରମରେ ସେ କ’ଣ ସମ୍ବୋଧନ କରିବେ ତାହା ଉପରେ ଏବେ ସମସ୍ତଙ୍କର ନଜର । କାରଣ ନଡ୍ଡାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବ ଯେ, ବିଜେପି ଓଡ଼ିଶାରୁ ଅଧିକ ଲୋକସଭା ଆସନ ଜିତିବାକୁ ଚାହିଁବ ନା ବିଧାନସଭା ଆସନ ଉପରେ ମଧ୍ୟ ଦଳ ଫୋକସ୍ କରିବ ।

Nirvik Bureau

Nirvik Bureau

Related Posts

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ
Politics

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

by Nirvik Bureau
March 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ମାର୍ଚ୍ଚ ୨୦୨୬ ଓଡ଼ିଶାରୁ ଖାଲି ପଡୁଥିବା ୪ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ଏବେ ବେଶ ରୋଚକ ମୋଡ଼ରେ...

Read more
ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

February 28, 2026
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.