• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିଜେପି ଖୋଜୁଛି ସାଥୀ…

ବିଜେପି ଖୋଜୁଛି ସାଥୀ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୨ ଜୁନ୍ ୨୦୨୩

କିଛି ଦିନ ପୂର୍ବରୁ ଭାରତୀୟ ଜନତାପାର୍ଟି ନେତୃତ୍ୱାଧୀନ ଏନଡିଏ ର ରଣନୀତି ପରିବର୍ତ୍ତନ ନେଇ ଆଭାସ ମିଳିଛି । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନିଜର ଶକ୍ତି ହ୍ରାସ ହେଉଛି ବୋଲି ବଡ଼ ସଂକେତ ପାଇଥିଲା କର୍ଣ୍ଣାଟକ ନିର୍ବାଚନ ଫଳାଫଳରୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ପ୍ରଚାର ପରେ ମଧ୍ୟ କର୍ଣ୍ଣାଟକରେ ବିଜେପିକୁ ସଫଳତା ମିଳିଲା ନାହିଁ । ଏପରିକି ଆଗକୁ ଆସୁଥିବା ରାଜ୍ୟ ଗୁଡ଼ିକର ନିର୍ବାଚନରେ ବିଜେପି ଆଶାମୁତାବକ ଫଳ କରିନପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମଧ୍ୟ ଆକଳନ କରୁଛନ୍ତି । ବିଜେପି ନିଜର ସର୍ଭେ ଦ୍ୱାରା ମଧ୍ୟ ଆଗାମୀ ବିଧାନସଭା ନିର୍ବାଚନରେ ଭଲ ଫଳ ନକରିପାରେ ବୋଲି ଜାଣିପାରିଥିବା କଥା ଆଲୋଚନା ହେଉଛି ।

ଏଣୁ ଦରକାର ପଡ଼ିଲେ କେନ୍ଦ୍ରସରକାର ମଧ୍ୟ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇପାରନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ କଂଗ୍ରେସ ପ୍ରତି ଜନ ସମର୍ଥନ ବଢ଼ିବା ସହ ସହଯୋଗୀ ଦଳ ଗୁଡ଼ିକ ମଧ୍ୟ କଂଗ୍ରେସ ଉପରେ ଆସ୍ଥା ସ୍ଥାପନ କରୁଛନ୍ତି । ନୂଆ ସଂସଦ ଭବନ ଉଦଘାଟନ ବେଳେ କଂଗ୍ରେସ ସହିତ ୧୮ ଟି ରାଜନୈତିକ ଦଳ ବିଜେପିକୁ ବିରୋଧ କରିବା ସହ ଏହି ଉଦଘାଟନ ଉତ୍ସବକୁ ବୟକଟ୍ କରିଥିଲେ । ଏଣୁ ବିରୋଧୀଙ୍କ ଏକତା ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ପାଇଁ ଏବେ ବିପଦ ହୋଇଛି । ଏହି ପରିପ୍ରେକ୍ଷୀରେ ଏନଡିଏ ଠାରୁ ଦୂରେଇ ରହିଥିବା ପୂର୍ବ ସହଯୋଗୀ ଦଳ ମାନଙ୍କୁ ନିଜ ପାଖକୁ ଆଣିବାର ଉଦ୍ୟମ ଆରମ୍ଭ କରିଛି ବିଜେପି ।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହାମ୍ (ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା) ମୁଖ୍ୟ ଜିତନ ରାମ ମାଂଝି କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଜିତନ ରାମ ମାଂଝି ଏନଡିଏ ସହ ମେଣ୍ଟ କରି ୨୦୨୪ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି । ହାମ୍ ର ନେତା ତଥା ଜିତନ ରାମ ମାଂଝିଙ୍କ ପୁଅ ସନ୍ତୋଷ କୁମାର ସୁମନ ବିହାର ସରକାରଙ୍କର କ୍ୟାବିନେଟ୍ ମନ୍ତ୍ରୀ ପଦରୁ ଗତ ଜୁନ ୧୩ ତାରିଖରେ ଇସ୍ତଫା ଦେଇସାରିଛନ୍ତି । ଏପରିକି ହାମ୍ ର ମୁଖ୍ୟ ବିହାରର ରାଜ୍ୟପାଳଙ୍କୁ ଭେଟି ବିହାର ସରକାର ଠାରୁ ତାଙ୍କ ଦଳ ସମର୍ଥନ ପ୍ରତ୍ୟାହାର କରିଛି ବୋଲି ଜଣାଇଛନ୍ତି । ଏଣୁ ହାମ୍ ଏନଡିଏ ସହ ଯୋଗାଯୋଗରେ ଅଛି ଓ ଆଗାମୀ ସମୟରେ ଏହି ମେଣ୍ଟର ଅଂଶୀଦାର ହେବାର ପଥ ପରିଷ୍କାର ହୋଇଛି । ଏହା ପୂର୍ବରୁ ମଧ୍ୟ ତେଲୁଗୁ ଦେଶମ୍ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ବିଜେପି ନେତାଙ୍କୁ ଭେଟି ଏନଡିଏ ମେଣ୍ଟକୁ ଫେରିବା ପାଇଁ ନିଜର ସ୍ୱୀକୃତି ଦେଇସାରିଛନ୍ତି । ସେହିପରି ଅକାଳୀଦଳ ସମେତ ଅନେକ ଛୋଟ ଛୋଟ ଦଳ ବିଜେପି ସହ ମେଣ୍ଟ କରିବା ନେଇ ଆଲୋଚନା ଜାରୀ ରହିଛି ।

ଏଣୁ ୨୦୨୪ ପୂର୍ବରୁ ବିଜେପି ଏକାଧିକ ରାଜନୈତିକ ଦଳ ସହ ବୂଝାମଣା ପୂର୍ବକ ସେମାନଙ୍କୁ ନିଜ ମେଣ୍ଟରେ ସାମିଲ କରିବାର ସମ୍ଭାବନା ରହିଛି । ଯଦି ଏହି ଉଦ୍ୟମ ଜାରି ରହେ ତେବେ ୨୦୧୯ ପୂର୍ବରୁ ଏନଡିଏ ଛାଡ଼ିଥିବା ଦଳ ମଧ୍ୟରୁ ପ୍ରାୟ ୧୦ ଟି ଦଳ ପୂର୍ବର ଏନଡିଏ ମେଣ୍ଟକୁ ଫେରିବେ । ଆଗାମୀ ନିର୍ବାଚନ ବିଜେପି ପାଇଁ ସହଜ ହୋଇନଥିବାରୁ ବିଜେପି ଏବେ ପୂର୍ବ ସହଯୋଗୀ ମାନଙ୍କର ସାହାଯ୍ୟ ନେବାକୁ ବାଧ୍ୟ ହେବ । ଏପରିକି ବିଜେଡି, ୱାଇଏସଆର କଂଗ୍ରେସ ଆଦି ଦଳଗୁଡ଼ିକ ସହ ମଧ୍ୟ ଅଧିକ ସମ୍ପର୍କ ଖରାପ କରିବ ନାହିଁ । କାରଣ ଏମାନେ ଏନଡିଏ ମେଣ୍ଟରେ ନରହି ମଧ୍ୟ ବିଜେପିକୁ ସାହାଯ୍ୟ କରିବେ ଏ ବିଶ୍ୱାସ ବିଜେପିର ରହିଛି । ବିଜେପିର ଆବଶ୍ୟକତା ଏବେ ମେଣ୍ଟ ଭିତରକୁ ପୁରୁଣା ସାଥୀ ମାନଙ୍କୁ ଫେରାଇବା ଓ ମେଣ୍ଟ ବାହାରେ ମଧ୍ୟ ଅଘୋଷିତ ସାଥୀଭାବେ କିଛି ଦଳଙ୍କୁ ରଖିବା । ନଚେତ୍ ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବା ଓ ୨୦୧୯ ର ଫଳାଫଳ ଦୋହରାଇବା କଷ୍ଟକର ହୋଇପାରେ ।

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.