• About
  • Contact
Thursday, March 12, 2026
Thursday, March 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବାପା ବିନା ଜୀବନଟା ଶୁନ୍ୟ

ବାପା ବିନା ଜୀବନଟା ଶୁନ୍ୟ
Share on FacebookShare on Xshare on Whatsappshare on Linkedin
ଭକ୍ତ ଚରଣ ସାହୁ, ଯାଜପୁର, ୨୪ ଜୁନ୍ ୨୦୨୩

ବାପା ମୋର
ସବୁଠାରୁ ବଡ଼
ବାପା ମୋର
ସାହାସ ଓ ଶକ୍ତି ।
ବାପା ମୋର
ଆଶିଷର ପୁଞ୍ଜି
ବାପା ପାଇଁ
ହୃଦେ ମୋର ଭକ୍ତି ।।

ବାପା ମୋର
ଜୀବନର ଶ୍ରେଷ୍ଠ
ବାପା ମୋର
କୋଟି ଯୁଗ ପୂଣ୍ୟ ।
ବାପା ମୋର
ପଥ ପ୍ରଦର୍ଶକ
ବାପା ବିନା
ଜୀବନଟା ଶୂନ୍ୟ ।।

ବାପା ମୋର
ରକ୍ଷାର କବଚ
ବାପା ମୋର
ଦେବତା ଠୁଁ ବଡ଼ ।
ବାପା ମୋର
ଅନ୍ଧାରେ ଆଲୁଅ
ବାପା ପାଇଁ
ଜିଣୁଛି ମୁଁ ଗଡ଼ ।।

ବାପା ଏବେ
ନାହାନ୍ତି ମୋ ପାଖେ
ବାପା ଏବେ
ମୋ ଠୁଁ ବହୁ ଦୂରେ ।
ଜଣା ଯାଏ
ଅଛନ୍ତି ମୋ ପାଖେ
ତେଣୁ କାର୍ଯ୍ୟ
ବାହେ ସୁରୁଖୁରୁରେ ।।

ବାପା ମୋର
ଶୂନ୍ୟେ ଥାଇ ବୋଧେ
ମଥାରେ ମୋ
ରଖିଛନ୍ତି ହାତ ।
ସେଥିପାଇଁ
ସଂସାର ନୌକାରେ
ଆନନ୍ଦରେ
ମାରି ଚାଲେ କାତ ।।

ବାପାଙ୍କର
ଆଜି ପୂଣ୍ୟ ତିଥି
ଏ ତିଥିରେ
ନୁଆଇଁ ମୋ ମଥା ।
ଭକ୍ତି ଭରେ
ପ୍ରଣତି ଜଣାଏ
ଭିଜାଇ ମୋ
ଦୁଇ ଆଖି ପତା ।।

ବାପା ମୋର
ଯେଉଁଠି ଥାଆନ୍ତୁ
ତାଙ୍କ ଆତ୍ମା
ସେଠି ଶାନ୍ତି ପାଉ ।
ଜୀଇଥିବା
ଯାଏ ମୁଁ ସଂସାରେ
ଏ ମନଟା
ତାଙ୍କ ପାଖେ ଥାଉ ।।

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ, ସଭାପତି, ମାହାଙ୍ଗା-ବଡ଼ଚଣା, ସାହିତ୍ୟ ଓ ସଂସ୍କୃତି ପରିଷଦ, ବାଲିଚନ୍ଦ୍ରପୁର, ଯାଜପୁର, ଓଡ଼ିଶା
ଦୂରଭାଷ ନଂ ୯୪୩୭୨୭୬୬୩୩

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.