• About
  • Contact
Tuesday, July 7, 2026
Tuesday, July 7, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଆହେ ଜଗନ୍ନାଥ, ଆହେ ଜଗନ୍ନାଥ!

ଆହେ ଜଗନ୍ନାଥ, ଆହେ ଜଗନ୍ନାଥ!
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୫ ଜୁନ୍ ୨୦୨୩

ଆହେ ଜଗନ୍ନାଥ ଆହେ ଜଗନ୍ନାଥ!(ଘୋଷା)
ତୁମେ ବଡ଼ ଦାଣ୍ଡ ନିଜେ ମହାପ୍ରଭୁ
ତୁମେ ସେ ଦାଣ୍ଡର ବାଲି ଅମୃତ.

ତୁମେ ତ ଅରୁଣ ସ୍ତମ୍ଭ ମହାପ୍ରଭୁ
ତୁମେ ହିଁ ସିଂହଦୁଆର,
ତୁମେ ସେ ଦୁଆରେ ନିଜେ ସିଂହ ହୋଇ
ନିଜର ସୁରକ୍ଷା କର.
ତୁମେ ନିଜେ ପ୍ରଭୁ ହୋଇ ଗଜ ରୂପ
ଶିକ୍ଷା ଦେଉଅଛ ଯାହା ସତ୍ୟ.
ଆହେ ଜଗନ୍ନାଥ——————-

ବାଇଶି ପାହାଚ ତୁମେ ମହାପ୍ରଭୁ
ପରଷ ରେ ପାପ ଧୁଅ
ବାଳ ମୁକୁନ୍ଦ ରୂପେ ଆହେ ନାଥ
ବଟ ପତ୍ରେ ଖେଳୁଥାଅ
ତୁମେ କଳ୍ପଦ୍ରୁମ ଆହେ ନୀଳାଦ୍ରୀଶ
କାମନା ପୂରଣ କର ନିତ୍ୟ.
ଆହେ ଜଗନ୍ନାଥ—————-

ତୁମେ ଶ୍ରୀ ଗଣେଶ ରୂପେ ବିରାଜିତ
ବିଘ୍ନ କର ବିନାଶନ
ନିଜେ ହୋଇ ହର ରୂପ ମହାବାହୁ
କର ତାଣ୍ଡବ ନର୍ତ୍ତନ
ଲୋକନାଥ ରୂପେ ସ୍ୱୟଂ ଉଭାହୋଇ
ଶ୍ରୀମନ୍ଦିର ରକ୍ଷା କର ନାଥ.
ଆହେ ଜଗନ୍ନାଥ—————-

ଆଦିଦେବ ପ୍ରଭୁ ତୁମେ ହିଁ ନୃସିଂହ
ନିଜେ ଉଗ୍ରରୂପ ଧରି
ଏ ବିଶ୍ୱ ବ୍ରହ୍ମାଣ୍ଡ ମଧ୍ୟେ ମହାବାହୁ
ପାପୀ ପାପ ଦିଅ ମାରି
ତୁମେ ସେହି ରୂପ ହୁଅ ମହାପ୍ରଭୁ
କରିବାକୁ ଭକ୍ତଜନ ହିତ.
ଆହେ ଜଗନ୍ନାଥ——————

ତୁମେ ତ ରୋହିଣୀ କୁଣ୍ଡ ମହାବାହୁ
ତୁମେ ଚତୁର୍ଭୁଜ କାକ
ତୁମେ ଶ୍ରୀ ମାଧବ ରୂପେ ମହାପ୍ରଭୁ
ଉଦ୍ଧାରଣ କର ଲୋକ
ତୁମେ ନିଜେ ସୂର୍ଯ୍ୟ ନାରାୟଣ ନାଥ
ବିଶ୍ୱ କରିଥାଏ ଆଲୋକିତ.
ଆହେ ଜଗନ୍ନାଥ—————–

ତୁମେ ନୀଳଚକ୍ର ନିଜେ ଆହେ ନାଥ
ଶ୍ରୀମନ୍ଦିର ଉର୍ଦ୍ଧ୍ୱେ ବାସ
ପତିତପାବନ ବାନା ନିଜେ ତୁମେ
କର ସବୁ ରିଷ୍ଟ ନାଶ
ତୁମେ ଶ୍ରୀମନ୍ଦିର ରତ୍ନସିଂହାସନ
ତୁମେ ଦାରୁବ୍ରହ୍ମ ହେ ଶାଶ୍ୱତ.
ଆହେ ଜଗନ୍ନାଥ——————

ଆନନ୍ଦ ବଜାରେ ତୁମେ ଅନ୍ନବ୍ରହ୍ମ
ତୁମେ ହିଁ ନାଥ ବ୍ୟଞ୍ଜନ
ତୁମେହିଁ ଛପନ ଭୋଗ ମହାପ୍ରଭୁ
ବୃକାଗ୍ନୀ କର ଦହନ
ନୀଳାଚଳେ ତୁମେ ସର୍ବ ବିଦ୍ୟମାନ
କୋଣ ଅନୁକୋଣେ ପରିବ୍ୟାପ୍ତ.
ଆହେ ଜଗନ୍ନାଥ ——————–

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

କେମିତିକା ଯୁଗ ଇଏରେ
Literature

କେମିତିକା ଯୁଗ ଇଏରେ

by ଭକ୍ତ ଚରଣ ସାହୁ
July 4, 2026

ଭକ୍ତ ଚରଣ ସାହୁ, ଯାଜପୁର, ୪ ଜୁଲାଇ ୨୦୨୬ ଭଲ ଲୋକ ଆଉ କାହିଁରେ ଖୋଜିଲେ ମିଳୁତ ନାହିଁରେ। ଚାରିଆଡେ ଦେଖେ ଅମଣିଷ ଗୁଡା ଯୁଆଡକୁ ଦେଲେ...

Read more
ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

July 3, 2026
ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

June 29, 2026
ଗାଆଁ ଟାଉଟର

ଗାଆଁ ଟାଉଟର

June 22, 2026
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
କୃଷକ

କୃଷକ

June 3, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.