• About
  • Contact
Monday, August 31, 2026
Monday, August 31, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିରୋଧୀ ମେଳି : ପାଟନାରୁ ଶିମଲା…

ବିରୋଧୀ ମେଳି : ପାଟନାରୁ ଶିମଲା…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୬ ଜୁନ୍ ୨୦୨୩

ବହୁ ପ୍ରତୀକ୍ଷିତ ବିରୋଧୀ ମେଳି ବିହାରର ପାଟନାରେ ଶେଷ ହୋଇଛି। ୧୭ଟି ଦଳ ଏହି ବିରୋଧୀ ମେଳିରେ ସାମିଲ ହୋଇଥିଲେ । ବିରୋଧୀ ଦଳର ନେତାମାନଙ୍କ ଏହି ବୈଠକ ୪ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା । ଏହି ବୈଠକରେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଲଢ଼ିବା ପାଇଁ ସହମତି ପ୍ରକାଶ ପାଇଛି । ପାଟନା ବୈଠକର ମୁଖ୍ୟ ଆୟୋଜକ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯଦି ସମସ୍ତେ ଏକାଠି ରହିବେ ତେବେ ମିଳିତ ଭାବେ ବିଜେପିକୁ ୧୦୦ଟି ଆସନରେ ହରେଇଦେବେ । ଯାହାଦ୍ୱାରା ବିଜେପି କେନ୍ଦ୍ରରେ ସରକାର ଗଠନ କରିବା ଆଉ ସମ୍ଭବପର ହେବନାହିଁ । ସେହିପରି ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯଦି ମହାରାଷ୍ଟ୍ରରେ ଏନସିପି ଓ ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ଏକାଠି ରହି ପାରିଲେ ତେବେ ଅନ୍ୟ ମାନେ କାହିଁକି ଏକାଠି ରହିପାରିବେନି । କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଲେ ଦେଶର ସମ୍ବିଧାନ ଓ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ କଂଗ୍ରେସ ସମସ୍ତ ପ୍ରକାର ବଳିଦାନ ଦେବାକୁ ପ୍ରସ୍ତୁତ ଅଛି, ମାତ୍ର ବଡ଼ କଥା ହେଉଛି ସମସ୍ତେ ଏକାଠି ହୋଇ ରହିବାର ନିଷ୍ପତ୍ତି ନିଅନ୍ତୁ ।

ଏହି ବୈଠକରେ ଯୋଗଦେଇଥିବା ଅନ୍ୟ ଦଳର ନେତାମାନେ ମଧ୍ୟ ନୀତିଶ କୁମାର, ଶରଦ ପାୱାର ଓ ରାହୁଲ ଗାନ୍ଧୀଙ୍କ ସହ ଏକମତ ହୋଇଥିଲେ । ମାତ୍ର ଆପ୍ ନେତା ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସହ ରହିବା ନିଷ୍ପତ୍ତିକୁ ନେଇ ସହମତି ପ୍ରକାଶ କରିପାରି ନାହାଁନ୍ତି । ଦିଲ୍ଲୀ ସରକାର ବିରୋଧରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ଯଦି କଂଗ୍ରେସ ବିରୋଧ କରେ, ତେବେ ଏହି ମେଣ୍ଟରେ ରହିବା ପାଇଁ ଆପ୍ ନିଷ୍ପତ୍ତି ନେଇପାରେ ବୋଲି ଦର୍ଶାଇଛନ୍ତି । ଅନ୍ୟପକ୍ଷରେ ରାହୁଲ ଓ କେଜ୍ରିୱାଲଙ୍କୁ ମନାଇବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅନେକ ଉଦ୍ୟମ କରିଛନ୍ତି । ଏହି ବୈଠକ ଶେଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସମସ୍ତ ବିରୋଧୀ ଏକାଠି ରହିବେ ବୋଲି ସୂଚନା ଦେବା ସହ ଆଗାମୀ ଜୁଲାଇ ମାସରେ ସମସ୍ତ ବିରୋଧୀ ଦଳର ନେତାମାନେ ଶିମଲାରେ ପୁଣି ଏକାଠି ହେବେ ବୋଲି ସୂଚନା ଦେଇଥିଲେ । ଏପରିକି ବିରୋଧୀ ମେଣ୍ଟର ନାମକରଣ ହେବା ସହ ଏକ ସର୍ବନିମ୍ନ ସହମତି ଆଧାରରେ କାର୍ଯ୍ୟସୂଚୀ ପ୍ରସ୍ତୁତ ହେବ । ଯାହାକୁ ନେଇ ପରସ୍ପର ବିରୋଧରେ ଏବେ ବି ଲଢ଼ୁଥିବା ଏହି ଦଳମାନେ ଏକଜୁଟ ହୋଇ ବିଜେପି ବିରୋଧରେ ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବେ ।

ଅପରପକ୍ଷେ ବିରୋଧୀଦଳ ମାନଙ୍କ ଏହି ବୈଠକକୁ ବିଜେପି ପକ୍ଷରୁ ଏକ “ଫଟୋ ସେସନ” ବୋଲି ସମାଲୋଚନା କରାଯାଇଛି । ଏମାନେ ଏକାଠି ରହି ପାରିବେ ନାହିଁ ଅବା ମୋଦୀଙ୍କ ବିରୋଧରେ ଲଢ଼ିପାରିବେ ନାହିଁ ବୋଲି ବିଜେପି କହିଛି । ମାତ୍ର ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ଅନୁଯାୟୀ ଯଦି କଂଗ୍ରେସ ସହ ଆପ୍ ଓ ଟିଏମସି ଏକାଠି ରହିବେ ତେବେ ବିରୋଧୀ ମେଣ୍ଟ ଶକ୍ତିଶାଳୀ ହୋଇ ପାରିବ ନହେଲେ ଏହି ମେଣ୍ଟ ବିଜେପି ସହ ମୁକାବିଲା କରିବା ସମ୍ଭବପର ହୋଇନପାରେ ।

ତେବେ ଅରବିନ୍ଦ କେଜ୍ରିୱାଲଙ୍କ ଭଳି ଉଚ୍ଚଭିଳାଷୀ ନେତା କଂଗ୍ରେସ ସହ ରହିବା ସମ୍ଭବପର ହେବ ନାହିଁ ଅବା କଂଗ୍ରେସକୁ ଛାଡ଼ି ଅନ୍ୟମାନେ ବିଜେପି ସହିତ ମୁକାବିଲା କରିବାରେ ସମର୍ଥ ହୋଇପାରିବେ ନାହିଁ ବୋଲି ବହୁ ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି । ଆପ୍, ଟିଏମସି ଆଦିକୁ ସାଙ୍ଗରେ ଧରି କଂଗ୍ରେସ, ଜେଡିୟୁ ଓ ଆରଜେଡି, ଡ଼ିଏମକେ ଆଦି ଆସନ୍ତା ଜୁଲାଇ ମାସରେ ଶିମଲାରେ କିପରି ଏକ ସର୍ବନିମ୍ନ ସହମତି ଭିତ୍ତିକ କାର୍ଯ୍ୟ ସୂଚୀ ପ୍ରସ୍ତୁତ କରିବେ ତାହାକୁ ସମସ୍ତଙ୍କ ଅପେକ୍ଷା ରହିଛି । ଶିମଲାରେ ହେବାକୁ ଥିବା ବିରୋଧୀଙ୍କ ୨ୟ ବୈଠକ ହିଁ ସ୍ପଷ୍ଟ କରିବ ବିରୋଧୀ ମେଳିର ଭବିଷ୍ୟତ।

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.