• About
  • Contact
Friday, March 13, 2026
Friday, March 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବର୍ଷା

ବର୍ଷା
Share on FacebookShare on Xshare on Whatsappshare on Linkedin

ସସ୍ମିତା ପଣ୍ଡା, କଟକ, ୧୩ ଜୁଲାଇ ୨୦୨୩

ତୁମେ ଆସିଲେ
ଋତୁ ବଦଳାଏ ଦିଗ
ମାଟି ଛୁଇଁଲେ ରଜବତୀ
ଟୁପୁରୁ ଟାପୁରୁ ଗପରେ
ଭିଜିଯାଏ କବିତାର ପଂକ୍ତି ।।

ଯୁଆନ ଅନ୍ଧାର ତଳେ
ଚହଟେ ମୌସୁମୀ
ରେଶମୀ ଦେହ ଉଜାଏ ସାଧବ ବୋହୂ
ନିରୋଳାରେ ନୀଳ ଉଦ୍ଦୀପନା
ବଉଦର ହାଟ ବସେ
ତୁମକଥା କହୁକହୁ ।।

ଚାତକର ଆଷାଢି ଆଳାପ
ହୃଦୟର ପ୍ରିୟପତ୍ର ଲେଖି
ଛଳଛଳ ଶବ୍ଦରାସ
ନିରୁଦ୍ଧିଷ୍ଟ ପାଦଦେଶ
ସହଜରେ ମାଜି ହୁଏ ଆକାଶର ଛାତି ।।

ପଖାଳିଛି ଇନ୍ଦ୍ରଧନୁ
ଶୂନ୍ୟତାରୁ ରଙ୍ଗର ବିସ୍ମୟ
ମେଘରଥେ ମୟୂର ଚନ୍ଦ୍ରିକା
ପାଦେ ପାଦେ ଝୁଣ୍ଟି ପଡ଼େ
ଚତୁରୀ ରାଧିକା ।।

ଭଲପାଏ ବୋଲି
ସବୁଜ ସଙ୍କେତ ଆଙ୍କି
କେତେ ହୁଏ ଆନମନା କଦମ୍ବର ଗଭା
ପୀରତିର ମୁଲକରେ
ଯମୁନାର ଉଜାଣି ରେ
ପ୍ରେମ ଯାଚେ ନଇବେଦ୍ୟ
ପ୍ରଣୟିନୀ ଆଭା ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.