• About
  • Contact
Thursday, April 16, 2026
Thursday, April 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସଭିଙ୍କ ମଙ୍ଗଳ ହେଉ

ସଭିଙ୍କ ମଙ୍ଗଳ ହେଉ
Share on FacebookShare on Xshare on Whatsappshare on Linkedin
ଭକ୍ତ ଚରଣ ସାହୁ, ଯାଜପୁର, ୩୦ ଅଗଷ୍ଟ ୨୦୨୩

ଆଜି ପରା ପ୍ରଭୁ
ବଳଦେବଙ୍କର
ଶୁଭ ଜନ୍ମ ଦିନ ତିଥି ।
ତାଙ୍କରି ଦୟାରୁ
ଆଜିର ଦିନଟି
ଶୁଭେ ଶୁଭେ ଯାଉ ବିତି ।।
ତାଙ୍କ ନାମ ତୁଣ୍ଡ ନେଉ।
ତାଙ୍କରି ଆଶିଷେ
ଆଜିର ଦିନଟି
ସଭିଙ୍କ ମଙ୍ଗଳ ହେଉ ।।

ଆଜି ପରା ରକ୍ଷା-
ବନ୍ଧନ ଉତ୍ସବ
ପୁର ପଲ୍ଲୀ ମୁଖରିତ ।
ଭଉଣୀ ବାନ୍ଧିବ
ଭାଇ ହାତେ ରାକ୍ଷୀ
ବିଭୁ ନାମ ସୁମରିତ ।।
ରାକ୍ଷୀଟି ରହିବ ସାକ୍ଷୀ ।
ଭାଇ ପାଖେ ଥିଲେ
ଦେଖାଇବନି କେ
ଭଉଣୀକୁ ନାଲି ଆଖି ।।

ଘରେ ଘରେ ଆମେ
ପାଳି ଆସୁଥିବା
ଆନନ୍ଦେ ଗୋମାତା କୁଳ ।
ଆଜି ଭଳି ଦିନେ
ସେମାନଙ୍କୁ ପୂଜି
ଆଶିଷ କରିବା ଠୁଳ ।।
ବେକେ ଲମ୍ବାଇବା ମାଳ ।
ଖାଇବାକୁ ଦେବା
ସୁସ୍ୱାଦୁ ଭୋଜନ
ଦୂରେ ହଟିଯିବ କାଳ ।।

ଏଭଳି ଗୋଟିଏ
ପବିତ୍ର ଦିନରେ
ଶୁଭେଚ୍ଛା ଅଭିନନ୍ଦନ ।
ଜଣାଉଛି ବନ୍ଧୁ
ଘେନିଲେ ସାଦରେ
ଖୁସି ହୋଇଯିବ ମନ ।।
କଥା ରହିଯିବ ଅଧା ।
ଆଜି ଭଳି ଦିନେ
ନ ଦେଉଛି ଯଦି
ଲଘୁଜନେ ସ୍ନେହ ଶ୍ରଦ୍ଧା ।।

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ, ସଭାପତି, ମାହାଙ୍ଗା-ବଡ଼ଚଣା, ସାହିତ୍ୟ ଓ ସଂସ୍କୃତି ପରିଷଦ, ବାଲିଚନ୍ଦ୍ରପୁର, ଯାଜପୁର, ଓଡ଼ିଶା
ଦୂରଭାଷ ନଂ ୯୪୩୭୨୭୬୬୩୩

Related Posts

ମହା ବିଷୁବ ସଂକ୍ରାନ୍ତି
Literature

ମହା ବିଷୁବ ସଂକ୍ରାନ୍ତି

by ଦେବେନ୍ଦ୍ର କୁମାର ସାହୁ
April 14, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ଅପ୍ରେଲ ୨୦୨୬ ତୁମେ ଓଡ଼ିଆ ର ଆରାଧ୍ୟ ପ୍ରଭୁହେ ତୁମେ ଓଡ଼ିଆ ର କର୍ମ ଧର୍ମ ତୁମେ ଓଡ଼ିଆ ର...

Read more
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
ମୋ ରାଇଜ ଓଡ଼ିଶା

ମୋ ରାଇଜ ଓଡ଼ିଶା

April 1, 2026
ଜୟ ଶ୍ରୀରାମ

ଜୟ ଶ୍ରୀରାମ

March 27, 2026
ଶେଷ ସଂଳାପ (ଭାଗ ୬୪)

ଶେଷ ସଂଳାପ (ଭାଗ ୬୪)

March 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.