• About
  • Contact
Thursday, July 16, 2026
Thursday, July 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସେତେବେଳେ
ଛୁଆ ବଦଳୁ ନଥିଲା

ସେତେବେଳେ ଛୁଆ ବଦଳୁ ନଥିଲା
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୧ ନଭେମ୍ବର ୨୦୨୩

କ୍ୟାପିଟାଲ ହସ୍ପିଟାଲରେ
ଛୁଆ ବଦଳି ଯାଇଛି ବୋଲି
ହୁରି ପଡ଼ିଗଲା,
ରାଜଧାନୀ ଉଠିଲା ପଡ଼ିଲା,
ସେଥିନେଇ ମିଡ଼ିଆରେ
ଘନ ଘନ ପ୍ରଚାର ଜମିଲା ।

ଝାଡୁଦାର କହିଗଲା –
ପୁଅଟିଏ ଜନମ ହେଲା,
ନର୍ସ କିନ୍ତୁ ଝିଅଟେ ଆଣି
ମା’ କୋଳରେ ଥୋଇଦେଇ ଗଲା ।

ବାସ !
ସେତିକିରେ ରାଜ୍ୟ ସାରା
ଚହଳ ପଡ଼ିଲା,
ଟିଭି ଆଉ ରେଡ଼ିଓରେ
ତୁହା ତୁହା ଖବର ବାଜିଲା ।

ଡି.ଏନ. ଏ. ପରୀକ୍ଷା ଯାଏଁ
କଥା ପୁଣି ଗଲା,
ରିପୋର୍ଟ ଆସିବା ପରେ
ଛୁଆ ବଦଳ ବିବାଦଟି
ଧୀରେ ଥମିଗଲା ।

୬୭ ବର୍ଷ ତଳେ ବୋଉ ମୋତେ
ଭଦ୍ରକ ଡାକ୍ତରଖାନରେ
ଜନ୍ମ ଦେଇଥିଲା,
ସେତେବେଳେ ଆଉ ଜଣେ
ମୁସଲମାନ ମହିଳା ବି
ମା’ ହୋଇଥିଲା ।

ସେହି ମହିଳା ଜଣକ କିନ୍ତୁ
ନିଜ ଛୁଆ ବଦଳରେ
ମୋତେ ନେବା ପାଇଁ
ଅଡ଼ି ବସିଥିଲା,
କାରଣ ମୋ ଚେହେରା କୁଆଡ଼େ
ଅତି ଡଉଲ ଡାଉଲ ଥିଲା,
ମୋର ଗୋରା ତକ୍ ତକ୍ ରଙ୍ଗ ସହିତ
ପୁଚୁକା ଗାଲ ଓ କୁଞ୍ଚୁକୁଞ୍ଚିଆ ଚୁଟି
ମହିଳା ଜଣକୁ ବାୟା କରିଥିଲା ।

ତେବେ ମୋ ବୋଉର
ଅପଲକ ଦୃଷ୍ଟି ଆଉ
ଅକାଟ୍ୟ ଯୁକ୍ତି ତାକୁ
ଶକ୍ତିହୀନ କଲା,
ତା’ର ମୋତେ ନେବା ଚାଲ
ସବୁ କାଟ ଖାଇଗଲା ।
ସେତେବେଳେ ଡି.ଏନ. ଏ. ପରୀକ୍ଷା ନଥିଲା,
ବୋଉମାନଙ୍କ ସଜାଗ ପଣିଆ ଯୋଗୁଁ
ଛୁଆ ବଦଳୁ ନଥିଲା ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଘୋଷ ଯାତ୍ରା
Literature

ଘୋଷ ଯାତ୍ରା

by ବିଜୟ କୁମାର ପାଣି
July 16, 2026

ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୬ ଜୁଲାଇ ୨୦୨୬ ହୋ ଡାହୁକେ ହୋ, ହୋ ଭକତେ ହୋ ବଡ଼ଦାଣ୍ଡେ ଆଜି ଗହଳି ଲାଗିଛି ଛୁଟୁଅଛି କେତେ...

Read more
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
ନିର୍ବାଚନ ପୂର୍ବ, ରାତି

ନିର୍ବାଚନ ପୂର୍ବ, ରାତି

July 11, 2026
କେମିତିକା ଯୁଗ ଇଏରେ

କେମିତିକା ଯୁଗ ଇଏରେ

July 4, 2026
ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

July 3, 2026
ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

June 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.