• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଭୋଟ ଗଣତି

ଭୋଟ ଗଣତି
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୪ ଜୁନ୍ ୨୦୨୪

ସକାଳେ ଭୋଟ ଗଣତି ଆରମ୍ଭ ହୋଇଚି
ବିଭିନ୍ନ ଚକ୍ରରେ ତାହା ଭାଗ କରାଯାଇଚି
କେତେବେଳେ ଜଣେ ପ୍ରାର୍ଥୀ ଆଗେଇ ଯାଉଚି
ଆଉ କେତେବେଳେ ସିଏ ପଛେଇ ରହୁଚି
ସାପ ସିଡ଼ି ଖେଳ ଭଳି ଆଗପଛ ଚାଲିଚି
ଜିତିବା ପ୍ରାର୍ଥୀଙ୍କୁ ଜାଣିବା ଅସ୍ପଷ୍ଟ ହେଉଚି ।। ୧ ।।

ମଧ୍ୟାହ୍ନେ ଭୋଟ ଗଣନା ଅବିରାମ ଚାଲିଛି
କେତେକ ଆସନେ ଗଣତି ଅଧା ଟପି ଯାଇଛି
ଲଢ଼େଇ ଯେହେତୁ ବେଶ୍ ଘମାଘୋଟ ହୋଇଛି
ତହିଁରୁ ପରିଣାମ କଳନା ଅସହଜ ହେଉଛି
ପ୍ରାର୍ଥୀମାନଙ୍କ ଛାତି ଖାଲି ଉଠୁଚି ପଡୁଛି
ଅଳ୍ପ ଭୋଟ ବ୍ୟବଧାନ ତାଙ୍କୁ ଅଥୟ କରୁଛି ।। ୨ ।।

ଅପରାହ୍ନେ ଭୋଟ ଗଣତି ଅବ୍ୟାହତ ରହିଚି
ଅନେକ ସ୍ଥାନରେ ଚିତ୍ର ସ୍ପଷ୍ଟ ହୋଇ ଯାଉଚି
ଜିତାପଟ ପ୍ରାର୍ଥୀଙ୍କ ଛାତି କୁଣ୍ଢମୋଟ ହେଉଚି
ତାଙ୍କ ସମର୍ଥକଙ୍କ ଶୋଭାଯାତ୍ରା ବାହାରି ପଡୁଚି
ପରାଜିତ ପ୍ରାର୍ଥୀଙ୍କ ମନେ ଗ୍ଲାନି ଭରି ଯାଉଚି
ଅନୁଶୋଚନାରେ ସିଏ ଘରେ ଶୋଇ ପଡ଼ୁଚି ।। ୩ ।।

ସଂଧ୍ୟାରେ ଭୋଟ ଗଣନାର ସ୍ପଷ୍ଟ ଚିତ୍ର ମିଳୁଛି
କ୍ଷମତା ଦଖଲ ଦଳଟି ଚିହ୍ନା ପଡ଼ି ଯାଉଛି
ବହୁମତ ପ୍ରାପ୍ତ ଦଳ ଉଲ୍ଲସିତ ହେଉଛି
ସରକାର ଗଠନର ବିଗୁଲ ବଜାଇ ଦେଉଛି
ଦିନବ୍ୟାପୀ ଉତ୍କଣ୍ଠାର ଅବସାନ ଘଟୁଛି
ଟିଭି ଷ୍ଟୁଡ଼ିଓ କୋଳାହଳ ଆସ୍ତେ ଥମି ଯାଉଛି ।। ୪ ।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଚିହ୍ନ
Literature

ଚିହ୍ନ

by ପ୍ରଭୁକଲ୍ୟାଣ ମହାପାତ୍ର
October 13, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୩ ଅକ୍ଟୋବର ୨୦୨୬ କିଛି ଚିହ୍ନ ଲିଭିଯାଏ ସମୟ ସୁଅରେ ଆଉ କିଛି ନିଶ୍ଚିହ୍ନ ହୁଏ ଅଳ୍ପ ଦିନରେ ବାକି କିଛି ଲିଭିବାକୁ...

Read more
ନିଆରା ମଣିଷ : ଶରତ ବାବୁ

ନିଆରା ମଣିଷ : ଶରତ ବାବୁ

October 12, 2026
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
ମନେ ପଡେ ଆଜି ଦିନ

ମନେ ପଡେ ଆଜି ଦିନ

October 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.