• About
  • Contact
Monday, June 15, 2026
Monday, June 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅତିରୁ ଇତି

ଅତିରୁ ଇତି
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୮ ଜୁନ ୨୦୨୪

ପରଦେଶୀ ବନ୍ଧୁ, କପାଳକୁ ନିନ୍ଦୁ
ନିନ୍ଦୁ ଓଡିଆଙ୍କୁ ଆଜି,
ହିତାହିତ ଜ୍ଞାନ, ହୋଇଥିଲା ଶୂନ୍ୟ
କ୍ଷମତା ମୋହରେ ହଜି ।।
ଦିନ କାଳ ବେଳ, ନୁହଁଇ ସରଳ
ନୁହଁଇ ସପକ୍ଷ ବାଦୀ,
କଡ଼ ଓଲଟାଏ, କ୍ଷମତା ହଟାଏ
ଦିନ ଯାଏ କାନ୍ଦି କାନ୍ଦି ।।
କରମଟି ସାକ୍ଷ୍ୟ, ଦିଏ ଦୁଃଖ, ସୁଖ
ଶତ୍ରୁ, ମିତ୍ର କରେ ସେହି,
କରେ ସଇତାନି, କରେ ବେହିମାନୀ
ଦେବ, ଦାନବରେ ଥୋଇ ।।
ଶାଗ କାଟି ବାଳ, ବାଛି ଏବେ ଭାଳ
କି ଲାଭ ହୋଇବ ତାହା,
ଇନ୍ଦ୍ର, ଚନ୍ଦ୍ର ଭଳି, ନିଜକୁ ତ କଳି
ଧରିଥିଲ ନିଜ ରାହା ।।
ଏକ ଛତ୍ରବାଦୀ, ସମ୍ରାଟଙ୍କ ଗାଦି
ଭୁଶୁଡ଼ି ପଡଇ ଦିନେ,
ସାକ୍ଷୀ ଇତିହାସ, କଲେ ଅଧ୍ୟୟନ
ଚେତନା ଆସିବ ମନେ ।।
ହିଟଲର, ଅଶୋକ, କେତେ ଯେ ପ୍ରମୁଖ
ଲାଡେନ, ଡାଏର ଖେଳ
ଫରାସୀ ଶାସକ, ଲଭି କେତେ ଦୁଃଖ
ବିଷାଦରେ ଗତି କାଳ ।।
ଏକ ଛତ୍ରବାଦ, ବହୁତ ପ୍ରମାଦ
ଦିଏ ସାମୟିକ ସୁଖ,
ସୁଖ ଠାରୁ ଦୁଃଖ, ବଳି ବଳିଆର
କ୍ଷିପ୍ରଗତି ହୁଏ ଦେଖ ।।
ସୁଯୋଗ ହାତେଇ, ଅବାଟରେ ଯାଇ
କେହି କେବେ ତିଷ୍ଟି ନାହିଁ,
ପୁରାଣ ଶାସ୍ତ୍ରଟି, ପ୍ରମାଣର କୋଠି
ଆଖି ଖୋଲି ଦେଖ ଚାହିଁ ।।
ରାଜା ଦୁର୍ଯ୍ୟୋଧନ, ରାବଣର ମାନ
ପତନରେ ଧରାଶାୟୀ,
ଧର୍ମର ବିଜୟ, କାଳେ କାଳେ ଶ୍ରେୟ
ଚିରଞ୍ଜିବି ମୃତ୍ୟୁ ନାହିଁ ।।
ଉଚ୍ଚ ଶିକ୍ଷିତଏଁ, ସବୁ ଜାଣି ଥାଏ
କ୍ଷମତା ଅନ୍ଧ ବାଇ,
ଅତି ଅହଂକାରୀ, ହିତାହିତ ହାରି
ଅବାଟେ ବାଟୋଇ କେହି ।।
ଜଗତର ନାଥ, ସେହି ଜଗନ୍ନାଥ
ଦେଖେ ଚକାଆଖି ରହି,
ଅନୀତି, ଦୁର୍ନୀତି, ପକ୍ଷପାତି ନୀତି
ଜାଣୁଛନ୍ତି ଭାବଗ୍ରାହୀ ।।
ବଳିକୁ ଚାପିଲେ, ପୋତନା ମାଇଲେ
କଂସକୁ ନିଧନ କଲେ,
ଦୁଷ୍ଟ ଜନ ମରି, ଶିଷ୍ଟଙ୍କୁ ଆଦରି
ମଥାରେ ଶିରିପା ଦେଲେ ।।
ପାପ ଯେତେ ବଢ଼େ, ପୁଣ୍ୟ ସେତେ ଛିଡ଼େ
ଅସହ୍ୟ ହୁଅନ୍ତି ସାଇଁ,
ଦେଖି କାଳ, ବେଳ, ଦେଇ ଫଳାଫଳ
ସାବାଡ କରନ୍ତି ସେହି ।।
ପ୍ରଜାଙ୍କ ଧନରେ, ଭୋଗ ବିଳାସରେ
ଯିଏ ଅବା କାଟୁ ଦିନ,
ପରିଣତି ତାର, ବଡ଼ ଭୟଙ୍କର
(ହୁଏ) କୁକୁର ପରାଏ ହୀନ ।।
ନିରୀହଙ୍କ ଲୁହ, ଗରିବଙ୍କ କୋହ
ଗୁରୁ ଅଭିଶାପ ବାଣୀ,
ବୃଥାରେ ଯିବନି, ହେଉ ଧନୀ ମାନୀ
ସମାଧିକୁ ନେବ ଟାଣି ।।
କେତେ ମାମୁଁ ଘର, ଶେଷ ଗତି ତାର
ବନ୍ଧା ହୋଇ ଚାଲି ଯିବେ,
ଆୟ ବହିର୍ଭୁତ, ହୋଇବ ବ୍ୟଜପ୍ତ
ଘରେ ପଶି ବୋହି ନେବେ ।।
ପାପର ସମ୍ପତ୍ତି, ପ୍ରାୟଶ୍ଚିତେ ଗତି
ଅତିରୁ ଇତିଟି ହୁଏ,
ଏତ ଧ୍ରୁବସତ୍ୟ, ବଚନ ମହତ
ସବୁରିଙ୍କୁ କାମ ଦିଏ ।।
ଅଖା ଧୋଉଥିବ, ଗୁଣ ଗାଉଥିବ
ଏକାନ୍ତରେ କାଳ କାଟି,
ନିର୍ଜନ ଦ୍ବୀପର, ରାଜା ବୋଲାଇବ
ସାହା ରୁଦ୍ଧଦ୍ୱାର କୋଠି ।।

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ଦେଖଣା ସୁନ୍ଦର, କଖାରୁ ବଡ଼ି
Literature

ଦେଖଣା ସୁନ୍ଦର, କଖାରୁ ବଡ଼ି

by ଜୟ କୁମାର ମିଶ୍ର
June 15, 2026

ଜୟ କୁମାର ମିଶ୍ର, ଗଜପତି, ୧୫ ଜୁନ ୨୦୨୬ ଡଉଲ ଡାଉଲ, ରୂପ ଝଲ ମଲ ମିଠା ମିଠା, କଥା ଭାଷା, ଦେଖେ, ଶୁଣେ ଯିଏ, ଆକର୍ଷିତ...

Read more
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.