• About
  • Contact
Tuesday, May 13, 2025
Tuesday, May 13, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Governance

ବଦଳିଲେ ବାବୁ..

ବଦଳିଲେ ବାବୁ..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୭ ଫେବୃଆରୀ ୨୦୨୩

ଲୋକସେବା ଭବନରେ ଚାଲିଥିବା ବହୁଦିନର ଚର୍ଚ୍ଚାର ଘଟିଲାଅବସାନ। ରାଜ୍ୟ ସରକାର ୧୯୮୯ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ଫେବୃଆରୀ ୨୮ ତାରିଖରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଛି । ସେହିପରି ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ୧୯୯୧ ବ୍ୟାଚ୍ ର ଆଇଏଏସ୍ ଅଫିସର ଅନୁ ଗର୍ଗଙ୍କୁ ରାଜ୍ୟ ସରକାର ଉନ୍ନୟନ କମିସନର ଏବଂ ଯୋଜନା ଓ ସଂଯୋଜନା ବିଭାଗର ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ମୁଖ୍ୟ ଶାସନ ସଚିବ ଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ଶେଷ ହେବାପରେ ୨ଥରରେ ୧ବର୍ଷ ପାଇଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଥିଲେ । ଯାହା ଫେବୃଆରୀ ୨୮ରେ ଶେଷ ହେଉଛି । ଅପରପକ୍ଷେ ପ୍ରଦୀପ ଜେନା ମୁଖ୍ୟ ସଚିବ ହେବାପରେ କୃଷି ଉତ୍ପାଦ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଓସଡମା ର ପରିଚାଳନା ନିର୍ଦ୍ଦେଶକ ପଦବୀ ଏବେ ଖାଲି ପଡ଼ିବ । ଅନ୍ୟ ପକ୍ଷରେ ଦୁଇ ଦୁଇ ଥର କାର୍ଯ୍ୟକାଳ ବଢ଼ିଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ରାଜ୍ୟ ସରକାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ପୂର୍ବରୁ ଓଇଆରସି ଅଧକ୍ଷ ଭାବେ କାର୍ଯ୍ୟ କରୁଥିବା ଉପେନ୍ଦ୍ରନାଥ ବେହେରାଙ୍କ କାର୍ଯ୍ୟକାଳ ୧୫ ଜାନୁୟାରୀ ୨୦୨୨ ରେ ଶେଷ ହୋଇଥିଲା । ଏହି ପଦବୀ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ହୋଇଥିବା ବେଳେ ଏଥିରେ କାହାରିକୁ ନିଯୁକ୍ତି ମିଳିନଥିଲା । ଏପରିକି ଶ୍ରୀ ବେହେରାଙ୍କ କାର୍ଯ୍ୟକାଳ ଶେଷ ହେବା ପରଦିନ ରାଜ୍ୟସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ ମଧ୍ୟ ଏହି ପଦବୀରେ କାହାରିକୁ ନିଯୁକ୍ତି ଦେଇନଥିଲେ । ନିୟମ ମୁତାବକ ଏହି ପଦବୀ ଖାଲି ହେବାର ୬ମାସ ପୂର୍ବରୁ ରାଜ୍ୟସରକାର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା କଥା । ମାତ୍ର ୧୩ ମାସ ଧରି ଖାଲି ପଡ଼ିଥିବା ଏହି ପଦବୀରେ ରାଜ୍ୟ ସରକାର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ନିଯୁକ୍ତି ଦେଇ ସ୍ପଷ୍ଟ କରିଦେଲେ ଯେ, ଏହି ପଦବୀ ପାଇଁ ପୂର୍ବରୁ ବୋଧହୁଏ ଶ୍ରୀ ମହାପାତ୍ରଙ୍କୁ ପ୍ରତିଶୃତି ଦିଆଯାଇଥିଲା । ତେଣୁ ଖାଲି ପଡ଼ିଥିବା ଏହି ପଦବୀରେ ସୁରେଶ ମହାପାତ୍ରଙ୍କୁ ଅବସ୍ଥାପିତ କରି ରାଜ୍ୟ ସରକାର ଶ୍ରୀ ମହାପାତ୍ରଙ୍କ ରାଜ୍ୟସରକାର ତଥା ୩ୟ ମହଲା ପ୍ରତି ଥିବା ଆନୁଗତ୍ୟର ପୁରସ୍କାର ଦେଇଛନ୍ତି ବୋଲି ଏବେ ଲୋକସେବା ଭବନରେ ଚର୍ଚ୍ଚା ହେଉଛି ।

ସେହିପରି ମୁଖ୍ୟ ଶାସନ ସଚିବ ପଦବୀ ରେସ୍ ରେ ଥିଲେ ଅନେକ ବରିଷ୍ଠ ପଦାଧିକାରୀ । ମାତ୍ର ଶେଷରେ ପ୍ରଦୀପ ଜେନାଙ୍କୁ ଏହି ପଦବୀରେ ଅବସ୍ଥାପିତ କଲେ ରାଜ୍ୟ ସରକାର । ଯାହାକୁ ନେଇ ବହୁ ବରିଷ୍ଠ ଅଫିସର ଖୁସି ନାହାଁନ୍ତି ବୋଲି ଶୁଣିବାକୁ ମିଳୁଛି ।

ଏପରିକି ନୂଆ ମୁଖ୍ୟ ସଚିବ ନିଯୁକ୍ତିକୁ ନେଇ ଏବେ ଲୋକସେବା ଭବନରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ଯଦି ପ୍ରଦୀପ ଜେନା ସରକାରଙ୍କ ପ୍ରଥମ ପସନ୍ଦର ବ୍ୟକ୍ତି ଥିଲେ ତେବେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ୨ ଥର ବଢ଼ା ଗଲା କାହିଁକି ? ପ୍ରଦୀପ ଜେନାଙ୍କୁ ବିଳମ୍ବରେ ଏହି ପଦବୀରେ ନିଯୁକ୍ତି ଦେବାର କାରଣ କ’ଣ ହୋଇଥାଇପାରେ? ଏହି ପଦବୀ ପାଇଁ ଦକ୍ଷତା,ଆନୁଗତ୍ୟ ନା ତୃତୀୟ ମହଲାର କିଛି ସୁପାରିଶ ଦରକାର ହୁଏ କି ? ଉନ୍ନୟନ କମିଶନର ଥିବା ପ୍ରଦୀପ ଜେନାଙ୍କୁ ଏହି ସାର୍ଟିଫିକେଟ ପାଇବା ପାଇଁ କ’ଣ ବର୍ଷେ ସମୟ ଲାଗିଗଲା କି ? ନା ସରକାର ବାଧ୍ୟ ବାଧକତାରେ ଏଭଳି ନିଷ୍ପତ୍ତି ନେଲେ?

ତେବେ ଶୁଣାଯାଉଥିବା ଚର୍ଚ୍ଚା ଅନୁଯାୟୀ ଓଡ଼ିଶା ସରକାର ଏହି ପଦବୀରେ ଜଣେ ଅଣ ଓଡ଼ିଆ ଅଫିସରଙ୍କୁ ବସାଇବାକୁ ଚେଷ୍ଟାକରି ବିଫଳ ହେଲେ । ଏପରିକି କେନ୍ଦ୍ରୀୟ ଡେପୁଟେସନ୍ ରେ ଥିବା କିଛି ପସନ୍ଦର ଅଧିକାରୀ ଆଉ ଲୋକସେବା ଭବନକୁ ଫେରିବାକୁ ଚାହିଁଲେ ନାହିଁ, ତେଣୁ ବାଧ୍ୟ ହୋଇ ରାଜ୍ୟ ସରକାର ଏ ନିଷ୍ପତ୍ତି ନେଇଛନ୍ତି। ଆଜିର ଦିନରେ ମୁଖ୍ୟ ଶାସନ ସଚିବ ପଦବୀରେ କାର୍ଯ୍ୟ କରିବା, ତା ପୁଣି ତୃତୀୟ ମହଲାର ବିଶ୍ୱାସ ଭାଜନ ହେବା ସହ ଆନୁଗତ୍ୟ ବଜାୟ ରଖିବା କେତେ କଷ୍ଟକର ତାହା ରାଜ୍ୟର ବରିଷ୍ଠ ପଦାଧିକାରୀ ମାନେ ବେଶ୍ ଭଲ ଭାବରେ ଜାଣନ୍ତି । ପ୍ରଥମରୁ କିଛି ପ୍ରସଙ୍ଗରେ ବିବାଦୀୟ ହୋଇଥିବା ତଥା ରାଜ୍ୟ ସରକାରଙ୍କର ଗୁଡ଼ବୁକ୍ ରେ ନଥିବା ପ୍ରଦୀପ ଜେନା କେତେ ଦିନ ସରକାରଙ୍କର ଏହି ଆସ୍ଥା ଓ ବିଶ୍ୱାସକୁ ବଜାୟ ରଖିବେ ତାହା କୁହାଯାଇ ପାରିବ ନାହିଁ । ଏପରିକି ସେ ନିଜର ବାକିଥିବା କାର୍ଯ୍ୟକାଳକୁ ପୂରା କରିବେ ଅବା ପୂର୍ବତନ ପୋଲିସ ଡିଜି ବି.କେ. ଶର୍ମାଙ୍କ ଭଳି ବିବାଦୀୟ ହୋଇ ପଦବୀ ଛାଡ଼ିବେ ତାହା କହିବା ମୁସ୍କିଲ୍ ବୋଲି ଲୋକସେବା ଭବନରେ ଚର୍ଚ୍ଚା ହେଉଛି ।

Nirvik Bureau

Nirvik Bureau

Related Posts

ବିଧାନସଭାରେ ବାବୁଙ୍କ ଚର୍ଚ୍ଚା…
Governance

ବିଧାନସଭାରେ ବାବୁଙ୍କ ଚର୍ଚ୍ଚା…

by Nirvik Bureau
March 16, 2023

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୬ ମାର୍ଚ୍ଚ ୨୦୨୩ ବିଧାନସଭାର ବଜେଟ ଅଧିବେଶନ ଚାଲିଛି । ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେଉଥିବା ବେଳେ ଲୋକସେବା...

Read more
ଲୋକସେବାରେ ଲୋକସେବକଙ୍କ ରେକର୍ଡ …

ଲୋକସେବାରେ ଲୋକସେବକଙ୍କ ରେକର୍ଡ …

March 1, 2023
କେମିତି ଅଛନ୍ତି ବାବୁ ମାନେ… ?

କେମିତି ଅଛନ୍ତି ବାବୁ ମାନେ… ?

September 15, 2022
ଲୋକ ସେବା ଭବନର ଅପେକ୍ଷା ଓ ଉପେକ୍ଷା …

ଲୋକ ସେବା ଭବନର ଅପେକ୍ଷା ଓ ଉପେକ୍ଷା …

August 26, 2022
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.