• About
  • Contact
Friday, June 13, 2025
Friday, June 13, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Governance

ବିଧାନସଭାରେ ବାବୁଙ୍କ ଚର୍ଚ୍ଚା…

ବିଧାନସଭାରେ ବାବୁଙ୍କ ଚର୍ଚ୍ଚା…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୬ ମାର୍ଚ୍ଚ ୨୦୨୩

ବିଧାନସଭାର ବଜେଟ ଅଧିବେଶନ ଚାଲିଛି । ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେଉଥିବା ବେଳେ ଲୋକସେବା ଭବନର କିଛି ନିର୍ଦ୍ଦିଷ୍ଟ ବାବୁ ଓ କେନ୍ଦୁଝର, ମୟୁରଭଂଜ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଥିଲେ । କାହିଁକି ଜଣେ ଜଣେ ବାବୁ ଗୋଟିଏ ଗୋଟିଏ ବିଭାଗରେ ବର୍ଷ ବର୍ଷ ଧରି ରହିଛନ୍ତି ? ବଦଳି ନୀତି ସେମାନଙ୍କ କ୍ଷେତ୍ରରେ କାହିଁକି ଲାଗୁ କରାଯାଉନାହିଁ ? ଜଣେ ଜଣେ ବାବୁଙ୍କ ହାତରେ କାହିଁକି ଏକାଧିକ ବିଭାଗ ଧରେଇ ଦିଆ ଯାଉଛି ? ନିର୍ଦ୍ଦିଷ୍ଟ କିଛି ଅଫିସରଙ୍କ ହାତରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେବାର କାରଣ କ’ଣ ? କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲାର ଜିଲ୍ଲାପାଳ ଦୀର୍ଘ ସମୟ ଧରି ସେହି ଜିଲ୍ଲାରେ ରହିବାର କାରଣ କ’ଣ ?

ଏଭଳି ପ୍ରଶ୍ନ ପଚାରି ଉଭୟ ବିଜେପି ଓ କଂଗ୍ରେସ ଶାସକ ଦଳକୁ ଘେରିଛନ୍ତି । ଏପରିକି ଏ ବାବଦରେ ମଧ୍ୟ ଗଣମାଧ୍ୟମ ଆଗରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳର ନେତାମାନେ । ବିରୋଧୀ ଦଳର ଟାର୍ଗେଟ୍ ରେ ଥିଲେ ବରିଷ୍ଠ ଆଇଏଏସ ଅଫିସର ଜି. ମାଥିଭାତନନ, ସୁଶୀଲ ଲୋହାନୀ, ବୀର ବିକ୍ରମ ଯାଦବ, ଆଇପିଏସ ଅଫିସର ଅରୁଣ ବୋଥ୍ରା, କେନ୍ଦୁଝର ଓ ମୟୁରଭଂଜର ଜିଲ୍ଲାପାଳ । କାହିଁକି ଏମାନଙ୍କୁ ସରକାର ଗୋଟିଏ ଗୋଟିଏ ବିଭାଗରେ ବର୍ଷ ବର୍ଷ ଧରି ଅବସ୍ଥାପିତ କରିଛନ୍ତି ଓ ବଦଳିନୀତି ଏମାନଙ୍କ କ୍ଷେତ୍ରରେ କାହିଁକି ଲାଗୁ କରୁନାହାନ୍ତି ବୋଲି ବିରୋଧୀଦଳ ପକ୍ଷରୁ ବିଧାନସଭାରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏପରିକି ଏହି ଅଫିସରମାନେ ମଧ୍ୟ ବିରୋଧୀ ଦଳରେ ନେତା ଓ ବିଧାୟକ ମାନଙ୍କ ଫୋନ କଲ ରିସିଭ କରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ ବିରୋଧୀ ଦଳର ନେତା । ପୁରୀ ଶ୍ରୀମନ୍ଦିର ପ୍ରଶାସକ ଭାବେ ଜଣେ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ନଦେଇ ଏକାଧିକ ବିଭାଗ ଥିବା ଜଣେ ଅଫିସରଙ୍କ ହାତରେ ସରକାର ଲଦିଦେଇଥିବା କଥାକୁ ମଧ୍ୟ ଗୃହରେ ଉଠାଇଥିଲେ ଉଭୟ ବିଜେପି ଓ କଂଗ୍ରେସର ସଦସ୍ୟ ମାନେ । ଏପରିକି ଅଭିଯୋଗ ମଧ୍ୟ କରିଥିଲେ ଯେ, ରାଜ୍ୟ ସରକାର ହାତ ଗଣତି କିଛି ଅଫିସରଙ୍କ ଉପରେ ବିଶ୍ୱାସ ରଖି ସେମାନଙ୍କୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମର୍ପି ଦେଇଛନ୍ତି ଓ ଅନ୍ୟ ଅଫିସର ମାନଙ୍କୁ ଜାଣି ଶୁଣି ଅଣଦେଖା କରୁଛନ୍ତି ବୋଲି । କେନ୍ଦୁଝର ଓ ମୟୁରଭଂଜର ଜିଲ୍ଲାପାଳ ମାନଙ୍କୁ ବଦଳି ନକରିବା ଉଦ୍ଦେଶ୍ୟ କ’ଣ ତାହା ଗୃହରେ ସରକାର ଉତ୍ତର ଦିଅନ୍ତୁ ବୋଲି ଏମାନେ ମଧ୍ୟ ଦାବୀ କରିଥିଲେ ।

ଲୋକସେବା ଭବନର ଏହି ଅଧିକାରୀ ମାନେ ଓ ଦୁଇ ଜିଲ୍ଲାର ଜିଲାପାଳ ବୁକ୍ ସର୍କୁଲାର – ୪୭କୁ ମାନୁନାହାଁନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ଓ ବିରୋଧୀ ଦଳ ନେତା ଅଭିଯୋଗ ମଧ୍ୟ କରିଛନ୍ତି। ଶ୍ରୀ ମନ୍ଦିର ପ୍ରଶାସନ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ମଧ୍ୟ ରାଜ୍ୟ ସରକାର କାହିଁକି ମାନୁନାହାନ୍ତି ତାର ଜବାବ ଗୃହରେ ରଖିବାକୁ ଉଭୟ ମଧ୍ୟ ଦାବି କରିଛନ୍ତି।

କେବଳ ଏହି ସରକାରୀ ବାବୁ ମାନଙ୍କୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଛି ତାହା ନୁହେଁ ବରଂ ଏହି ଅଧିବେଶନରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ରାଜ୍ୟ ସରକାରଙ୍କର ୫ଟି ବିଭାଗ । ଏହି ବିଭାଗ କ’ଣ, ଏହାର କାମ କ’ଣ? ଏହି ବିଭାଗରେ କେତେଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି ଓ ଏହି ବିଭାଗ କେଉଁ ମନ୍ତ୍ରୀଙ୍କ ଦାୟିତ୍ୱରେ ଅଛି ଆଦି ଅନେକ ପ୍ରଶ୍ନ ଉଠାଇ ଶାସକ ଦଳକୁ ବେଶ୍ ଅଡ଼ୁଆରେ ପକାଇଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । ତେବେ ଦୀର୍ଘ ଦିନ ଧରି ନିର୍ଦ୍ଦିଷ୍ଟ କିଛି ବାବୁ ଓ ସେମାନଙ୍କ କ୍ଷମତାକୁ ନେଇ ଲୋକସେବା ଭବନର ପାୱାର କରିଡର ରେ ଚାପା ଅସନ୍ତୋଷ ଲାଗିରହିଛି । ପୁଣି ଏହି ଅସନ୍ତୋଷ ଏବେ ବିଧାନସଭାରେ ପହଞ୍ଚିବା ଓ ନିର୍ଦ୍ଦିଷ୍ଟ କିଛି ଅଫିସରଙ୍କ କ୍ଷମତା ଓ ବିଭାଗରେ ଲମ୍ବା ସମୟ ଧରି କାର୍ଯ୍ୟ କରିବା ଉପରେ ଆଙ୍ଗୁଠି ଉଠିବା ପ୍ରଶାସନିକ ବ୍ୟବସ୍ଥା ପାଇଁ ଭଲ ସଙ୍କେତ ନୁହେଁ । ଏପରିକି ଆଗାମୀ ସମୟରେ ମଧ୍ୟ ପ୍ରଶାସନିକ ସ୍ତରରେ ବଢ଼ୁଥିବା ଅସନ୍ତୋଷ ଯେ, ରାଜ୍ୟ ସରକାରଙ୍କୁ ଅସୁବିଧାରେ ନ ପକାଇବ ତାହା କହିବା ମୁସ୍କିଲ୍ ।

Nirvik Bureau

Nirvik Bureau

Related Posts

ଲୋକସେବାରେ ଲୋକସେବକଙ୍କ ରେକର୍ଡ …
Governance

ଲୋକସେବାରେ ଲୋକସେବକଙ୍କ ରେକର୍ଡ …

by Nirvik Bureau
March 1, 2023

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧ ମାର୍ଚ୍ଚ ୨୦୨୩ ସଚିବାଳୟର ନାଁ ପରିବର୍ତ୍ତନ ହେବାପରେ ଏହା ଲୋକସେବା ଭବନ ଭାବେ ପରିଚିତ ହୋଇଛି । ଏହାର ଉଦ୍ଦେଶ୍ୟ...

Read more
ବଦଳିଲେ ବାବୁ..

ବଦଳିଲେ ବାବୁ..

February 27, 2023
କେମିତି ଅଛନ୍ତି ବାବୁ ମାନେ… ?

କେମିତି ଅଛନ୍ତି ବାବୁ ମାନେ… ?

September 15, 2022
ଲୋକ ସେବା ଭବନର ଅପେକ୍ଷା ଓ ଉପେକ୍ଷା …

ଲୋକ ସେବା ଭବନର ଅପେକ୍ଷା ଓ ଉପେକ୍ଷା …

August 26, 2022
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.