• About
  • Contact
Sunday, March 15, 2026
Sunday, March 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଆଜିକା ସାବିତ୍ରୀ ମହିମା

ଆଜିକା ସାବିତ୍ରୀ ମହିମା
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ବୁଦୁରା, ଗଜପତି, ୨୬ ମଇ ୨୦୨୫

ସାବିତ୍ରୀ ବ୍ରତଟି, ଆସଇ ଝପଟି
ସାବିତ୍ରୀଏଁ ସଜବାଜ,
ବଜାର ଗମନ, କିଣେ ଇଛା ମନ
ମୁଖଟି ବହୁତ ତେଜ ll
ବ୍ରତକୁ କରିବେ, ଆୟୁଷ ରଖିବେ,
ହେଉ ଥାନ୍ତି ହମ ହମ,
ସାହି, ପଡୋସୀଏଁ, ମିଶି ସାବିତ୍ରୀଏଁ
ପଚରା, ଉଚୁରା ପ୍ରେମ ll
ଦାମିକିଆ, ପାଟ, ଶଙ୍ଖା, ଚୁଡ଼ି ଭେଟ
କେତେ କଣ ଅନା ବନା,
ଘରେ କଳି ଗୋଳ, ଗର୍ଜନ ପ୍ରବଳ
ସତ୍ୟବାନ କଲେ ମନା ll
ହୋଇ କାନ୍ଦ କାନ୍ଦ, ରନ୍ଧା ହୁଏ ବନ୍ଦ,
ଘରେ, ଘରେ, ଧର୍ମ ଘଟ,
ମିଥ୍ୟାରେ ବାହାନା, ହୋଇଛି ବେଦନା
ଧରି କେହି, ଘର ଖଟ ll
ସତ୍ୟବାନଙ୍କର, ସାତ ପୁରୁଷର
ବାହୁନାରେ ଗଇ ଖୋଳା,
ଫୁଲାଇ ହୋଇବେ, ଦେଖାଇ କହିବେ
ଆସି ଥିଲେ, ଶାଳୀ, ଶଳା ll
ଗ୍ରୀଷ୍ମ ତାତି ଠାରୁ, ସେତ ବଡ଼ ତାତି
ବଜାର ଦରଟି ଚଢ଼ା
ବଢ଼େ ତାପମାତ୍ରା, ଡେଇଁ ବାଡ଼, ବତା
ଲଗାମ ଛଡ଼ା ସେ’ ଘୋଡ଼ା ll
ହଜାର ହଜାର, ବ୍ୟୟରେ ସମ୍ଭାର
ଋଣ କରି ଘିଅ ଖିଆ,
ଯମର ଦୁଃଖଠୁ, ବଳି ଯାଏ ଦୁଃଖ
ଅକୁହା ବେଦନା ଯାହା ll
ସାବିତ୍ରୀ ବ୍ରତଟି, ସେହିକାଳେ ଇତି
ଜଙ୍ଗଲେ ଆରମ୍ଭ ହୋଇ,
ଭାବଭକ୍ତି ଉଣା, ବେଶି ଦେଖାଣିଆ
ଘରେ, ଘରେ ଲାଗେ ନିଆଁ ll
ନିଦ ହଜିଯାଏ, ରାତି ପାଇଯାଏ
ଭାବିଭାବି ଋଣ କଥା,
ସତ୍ୟବାନଙ୍କର, ମନରେ ବିକାର
ଅନ୍ୟ ମନସ୍କରେ ଚିନ୍ତା ll
ବଢ଼େ ରକ୍ତ ଚାପ, ମଉନ ପ୍ରଳାପ
କହିବାକୁ ନାହିଁ ବାଟ,
ସାବିତ୍ରୀ, ରାଗିବେ, ପ୍ରଳୟ ରଚିବେ
ଦୁନିଆ ଯାକର ହାଟ ll
ନୂଆ ନୂଆ ପ୍ରଥା, କାଢ଼େ ମୁଣ୍ଡ ବ୍ୟଥା
ଦେଖାଶିଖା ବୁଦ୍ଧି ଘେନା,
ଶସ୍ତା ପ୍ରଶଂସାକୁ, ମନ ହାଇଁ ଫାଇଁ
ଉଡାଇ ପଉରଷେ ବନା ll
ଶାଢ଼ୀ, ଚୁଡ଼ି ଦେଖା, ତା’ ମାନ ପରଖା
ଛଅକୁ ଛପନ କୁହା,
ଫୁଲି ଗଉରୀଏଁ, ହୁଅନ୍ତି ଫୁଲାଇ
ବହୁ ମିଛ କଥା କୁହା ll

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

“ଟଙ୍କା ଖିଆ, ନରାସୁର”
Literature

“ଟଙ୍କା ଖିଆ, ନରାସୁର”

by ଜୟ କୁମାର ମିଶ୍ର
March 14, 2026

ଜୟ କୁମାର ମିଶ୍ର, ଗଜପତି, ୧୪ ମାର୍ଚ୍ଚ ୨୦୨୬ ଗତ ଜନ୍ମ ଥିଲ, ବ୍ରହ୍ମ ରାକ୍ଷାସଟି ଏ ଜନମେ ହେଲ ନର ମହତଟି ଯାଉ, ହୁଅ ହାଉଁ,...

Read more
ଶାସ୍ତ୍ରୀୟ ମୋ ଭାଷା

ଶାସ୍ତ୍ରୀୟ ମୋ ଭାଷା

March 11, 2026
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.