ସସ୍ମିତା ପଣ୍ଡା, କଟକ, ୧୭ ନଭେମ୍ବର ୨୦୨୨
ମହାନ ସଂସ୍କୃତି
ଉତ୍କଳ ମହିମା
ଶବ୍ଦରେ ନୁହଁଇ କହି ।
ପ୍ରଥା ପରମ୍ପରା
ସବୁ ତ ନିଆରା
ଆଉ ଯେ କେଉଁଠି ନାହିଁ ।।
ବଡ଼ ଠାକୁରଙ୍କ
ବଡ଼ ପଣ ଆଜି
ଓଡ଼ିଶାର ମାଟି କହେ ।
ସବୁଜ ସତେଜ
ସଦ୍ୟ ଅନୁଭବ
ଯେଉଁଠାରେ ହେଉଥାଏ ।।
ବାର ମାସେ ତାର
ତେର ପରବରେ
ଓଡ଼ିଆ ସଂସ୍କାର କଥା ।
ପୂର୍ବ ପରିଚିତି
ଗୌରବ ଗାରିମା
ଆପେ ନଇଁ ଯାଏ ମଥା ।।
ଯେଉଁ ମାଟି ପରେ
ଆଦ୍ୟ ମାର୍ଗଶିର
ଧରି ନୂଆ ଉପହାର ।
ବଡ଼ ଠାକୁରଙ୍କୁ
ଲାଗି କରିଥାଏ
ପାଟ ବସନରେ ତା’ର ।।
ସଦ୍ୟ ଶିଶିର ଯେ
ମୋତି ଝଲକରେ
ମାଟିର ମହକ ତୋଳି ।
ହଳଦୀ ପତର
ବିଭୋର ପଣରେ
ଭିନ୍ନ ଏକ ବାସ୍ନା ବୋଳି ।।
ପହିଲି ଶୀତର
ମଖମଲି ବେଶ
ଦିଏ ନୂଆ ସମ୍ଭାବନା ।
କୁଝ୍ଝଟିକା ମେଳେ
ସକାଳ ସବିତା
ତୋଳିଆଣେ ବିଭାବନା ।।
ନୂଆ ନୂଆ ଲାଗେ
ଅଗ୍ରଜ ସଂସ୍କାର
ଶ୍ରେଷ୍ଠତ୍ବର ପ୍ରତିଦାନ ।
ପ୍ରଥମାଷ୍ଟମୀର
ମହତ୍ବ ଯେଉଁଠି
ଭରା ଆନନ୍ଦରେ ମନ ।।
ଆଜି ମନେପଡେ
ବୋଉ ପିଠା ପଣା
ଅଭୁଲା ଆଗ୍ରହ ବାଣୀ ।
ଏବେବି ମହକେ
ତା’ ହାତର ବାସ୍ନା
ଫେରି ଆସନ୍ତା କି ପୁଣି ।।
ଏଇତ ମୋ ସଂସ୍କୃତି
ଏଇ ମୋ ସଂପର୍କ
ନିବିଡ଼ ବନ୍ଧନେ ସଦା ।
ଯେତେ ପଢ଼ିଲେ ବି
ଇତିହାସ ତା’ର
ସବୁବେଳେ ଲାଗେ ଅଧା ।।