• About
  • Contact
Sunday, August 2, 2026
Sunday, August 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଆଜିର ଖରାପ ମଣିଷ

ଆଜିର ଖରାପ ମଣିଷ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୧୪ ଡିସେମ୍ବର ୨୦୨୪

ଖରାପ ମଣିଷ, ହୋଇବ ଅବଶ୍ୟ
ଆଜିର ସମାଜ ଭାବ,
ଯିଏ ଯାହା ମାଗେ, ନଦେଲେଟି ସଙ୍ଗେ
ନିନ୍ଦାଟି ପ୍ରଚାର ହେବ ।।
ମାଡ଼ିବେନି ପାଖ, ହୋଇ କେ’ବିମୁଖ
କରି, କେତେ ହାଟ, ବାଟ
ଛଅକୁ ଛପନ, ଭଲକୁ ଗୋପନ
କହି କରୁ ଥିବେ ନାଟ ।।
ଦେଇ ଧାର, ଋଣ, ନମାଗିଲେ ଜାଣ
ହୋଇଯିବ ଭଲ ଲୋକ,
ଯେବେ ମାଗି ଦେବ, ମନ ପକାଇବ
ହେବେ, ଦୁଃଖେ ବକବକ ।।
କଟିବ ସମ୍ପର୍କ, ବଢ଼ିଯିବ ଦୁଃଖ
ଦୂର ବ୍ୟବଧାନ ରେଖା,
ଅପ ପ୍ରଚାରର, ଶୁଭୁଥିବ ସ୍ୱର
ଏଠି, ସଠି ତ’ ଅଲେଖା ।।
ବୋଲହାକ ପାଇଁ, ସମୟ ନଦେଇ
ନିଜ ବାଟେ ନିଜେ ଥିଲେ,
ଗୋଠରୁ ଖଣ୍ଡିଆ, କରିଦେବେ ଯାହା
ଜନ ମନ୍ଦବୁଦ୍ଧି ତୁଲେ ।।
ଆହାର, ବିହାର, ନିଶା, ପଶା, ପର
ଲମ୍ପଟ ନଥିଲେ ଜମା,
କାଢ଼ି ତାଲିକାରୁ, ସାଙ୍ଗ ସୁଖ ଘରୁ
ମାଡିବେନି ତୁମ ସୀମା ।।
ସତକୁ କହିଲେ, ଶତ୍ରୁ ହେବେ ପଲେ
ବିଷ ଓଗାଳିବେ ଭାରି,
ସଚୋଟ ପଣକୁ, ମନ ଜାଣିବାକୁ
ହୁଏ ନାହିଁ, ଇଛା କା’ରି ।।
କେରାଣ୍ଡିକୁ ଗୁନ୍ଥି, ବଳିଆ ଧରନ୍ତି
ଚତୁର ପଣରେ କେହି,
ନୋହି ସହଭାଗି, ହୋଇଲେ ବିରାଗୀ
କେହି ପଚାରିବେ ନାହିଁ ।।
କୋଠକାଠ ଧନ, ଚଳୁ ପାଇଁ ମନ
ହୋଇଲେ ଅମଙ୍ଗ କେହି,
ଦୁରାଇ ରୁହନ୍ତି, କଟୁକ୍ତି କୁହନ୍ତି
ବୁଲି ଗାଆଁ, ଗଣ୍ଡା ଯାଇ ।।
ଚିଲେଇ କହିବେ, ଅପମାନ ଦେବେ
ଗାନ୍ଧୀ, ଗୋପବନ୍ଧୁ କହି,
ଆଖି ଠରାଠରି, ଇସାରାକୁ କରି
ମୁଖ ଭଙ୍ଗୀମା ବଚନ ଥୋଇ ।।
ତୋଷାମଦ କଥା, କଳ୍ପିତ ବାରତା
କହି ନଜାଣିଲେ ଓଠ,
ଦେଖି ପାଗ, ବେଗ, ବଦଳାଇ ଦିଗ
ଗତି ନକରିଲେ ଶଠ ।।
ସ୍ୱାଧୀନ ଚିନ୍ତନ, ସ୍ୱାଧୀନତା ମନ
ହଇରାଣ ହରକତ,
ପାଦେ, ପାଦେ କଥା, ନିନ୍ଦାର ବାରତା
ଆସି ମେଳୁଥିବ ନିତ୍ୟ ।।
ଥୁଲେ ଦୁଃଖେ କେହି, ପଚାରିବେ ନାହିଁ
ସୁଖ କାଳେ ମୁଣ୍ଡ ବିନ୍ଧା,
ଅସହିଷ୍ଣୁ ହୋଇ, ପ୍ରକାରନ୍ତେ କହି
ଦେବେ କେତେ ଗୋବା, ଖୁନ୍ଦା ।।
କହିବେ କୃପଣ, ନାହିଁ ତ୍ୟାଗପଣ
ସୁଣ୍ଠାରେ କରିଛି ଘର,
ଓଦା ହାତେ କୁଆ, ଉଡ଼ାଏନି ଯାହା
ଏହି ତାର କାରବାର ।।
ଯିଏ ଯାହା କହୁ, ବ୍ୟବହାର ଦେଉ
ସହିଗଲେ ହେବ ଭଲ,
ତୁଣ୍ଡକୁ ଖୋଲିଲେ, ପ୍ରତିବାଦ କଲେ
କମିବ ସରାଗ ମୁଲ ।।

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

You, Me and Tea
Literature

You, Me and Tea

by Sudipta Mishra
August 1, 2026

Sudipta Mishra, Puri, 1 August 2026 Every time I hold a cup of tea, I remember: there was a time,...

Read more
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
ନିର୍ବାଚନ ପୂର୍ବ, ରାତି

ନିର୍ବାଚନ ପୂର୍ବ, ରାତି

July 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.