ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୫ ସେପ୍ଟେମ୍ବର ୨୦୨୪
ତୁମେ ଅନିର୍ଵାଣ ଆଲୋକ ର ଶିଖା
ତୁମେ ଜ୍ଞାନ ଗନ୍ତାଘର
ତୁମେ ପୂର୍ଣ୍ଣଗର୍ଭା ସ୍ରୋତସ୍ବିନୀ ଗୁରୁ
ତୁମେ ଦିଶା ଜୀବନର.
ତୁମେ ମାତା ପିତା ସଖା ଏକ ରୂପେ
ତୁମେ ଅନନ୍ତ ଆକାଶ
ତୁମେ କର୍ଦ୍ଦମର ମୂର୍ତ୍ତିକାର ଗୁରୁ
ତୁମେ ବିଶାଳ ପୁରୁଷ.
ତୁମେ ଟାଣି ନିଅ ଶିଷ୍ୟ କୁ ତୁମର
ଭବରୁ ବୈକୁଣ୍ଠ ଯାଏ
ତୁମେ ଯେଉଁ ଶିକ୍ଷା ଦିଅ ଶିଷ୍ୟେ ଗୁରୁ
ସିଏ ସୁମଣିଷ ହୁଏ.
ତୁମେ ହିଁ ଫିଟାଅ ଜ୍ଞାନ ର ନୟନ
ଚିହ୍ନେ ସେ ନିଜେ ନିଜକୁ
ତୁମେ ଶିଷ୍ୟ ହୃଦ ମନ୍ଦିରରେ ବସି
ସାରଥୀ ହୁଅ ପଥକୁ.