• About
  • Contact
Tuesday, August 25, 2026
Tuesday, August 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଆମ ସଂସ୍କୃତିରେ ରାକ୍ଷୀ ପୂର୍ଣ୍ଣିମା

ଆମ ସଂସ୍କୃତିରେ ରାକ୍ଷୀ ପୂର୍ଣ୍ଣିମା
Share on FacebookShare on Xshare on Whatsappshare on Linkedin
ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୯ ଅଗଷ୍ଟ ୨୦୨୫

ଆମ ସଂସ୍କୃତିରେ ରାକ୍ଷୀ ପୂର୍ଣ୍ଣିମା ଏକ ପାରମ୍ପରିକ ପର୍ବ । ସାମାଜିକ ଚଳନିରେ ଭାଇ ଭଉଣୀ ର ଦୃଢ଼ ସଂପର୍କ ର ମହିମା ମୟ ଗାଥା ବହନ କରୁଥିବା ଏହି ପର୍ବ ଆମ ଦେଶର ବିଭିନ୍ନ ଅଞ୍ଚଳରେ ବେଶ ଲୋକପ୍ରିୟ ହୋଇପାରିଛି । ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ତାର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିବାର ପରମ୍ପରା ରେ ସମୃଦ୍ଧ ଏହି ପର୍ବର ଇତିହାସ । ପ୍ରତିବଦଳରେ ଭଉଣୀ କୁ ଯେକୌଣସି ପରିସ୍ଥିତିରେ ଭାଇର ପ୍ରତିବଦ୍ଧତା ସ୍ଵୀକାର କରିବାର ବିଧି ଏହି ପର୍ବର ମହାନ୍ ଦୃଷ୍ଟାନ୍ତ ବୋଲି କୁହାଯାଏ ।

ଆମ ସଂସ୍କୃତିରେ ବାର ମାସରେ ତେର ପର୍ବ ପାଳନର ପରଂପର ରହିଛି । ତନ୍ମଧ୍ୟରୁ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିକୁ ଓଡ଼ିଶାରେ ଗହ୍ମା ପୂର୍ଣ୍ଣିମା, ଝୁଲଣ ପୂର୍ଣ୍ଣିମା ଅଥବା ରାକ୍ଷୀ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । କିନ୍ତୁ ଭାରତର ଅନ୍ୟ କେତେକ ରାଜ୍ୟ (ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୋଆ) ପ୍ରଭୃତି ଅଞ୍ଚଳରେ ଏହାକୁ ନାରିକେଳ ପୂର୍ଣ୍ଣିମା ବୋଲି କୁହାଯାଏ । ସମୁଦ୍ର ଉପକୂଳବର୍ତ୍ତୀ ସ୍ଥାନ ମାନଙ୍କରେ ଜୀବନ ଜୀବିକା ପାଇଁ ସମୁଦ୍ର ଉପରେ ନିର୍ଭରଶୀଳ ଲୋକେ ଏହି ଦିନ ସମୁଦ୍ର ଦେବତା ବରୁଣ ଙ୍କ ଉଦ୍ଦେଶ୍ୟରେ ନାରିକେଳ ଅର୍ପଣ କରି ଉତ୍ସବ ପାଳନ କରିଥାନ୍ତି । ପୁଣି ଦକ୍ଷିଣ ଭାରତର କେତେକ ଅଞ୍ଚଳ ରେ ଏହି ଶ୍ରାବଣ ପୂର୍ଣ୍ଣିମା ତିଥିକୁ “ଅବନୀ ଅୱିଟ୍ଟମ୍” ନାମରେ ଏକ ସ୍ବତନ୍ତ୍ର ପର୍ବ ପାଳିତ ହେଉଥିବା ଜଣାଯାଏ । ଅନୁରୂପେ ଉତ୍ତର ଭାରତରେ (ଉତ୍ତର ପ୍ରଦେଶ, ଛତିଶଗଡ଼, ମଧ୍ୟ ପ୍ରଦେଶ ଆଦି) କେତେକ ଅଞ୍ଚଳରେ ଏହା କାଜରି ପୂର୍ଣ୍ଣିମା ଭାବେ ପରିବ୍ୟାପ୍ତ ହୋଇଛି ।

ମୋଟ୍ ଉପରେ କହିବାକୁ ଗଲେ ଏହା ଏକ କୃଷି ଭିତ୍ତିକ ପର୍ବ ବୋଲି ସ୍ଵୀକୃତି ଲାଭ କରିଛି । କାରଣ : କୃଷି ର ଦେବତା ଶ୍ରୀ ବଳଭଦ୍ର ଙ୍କ ଜନ୍ମଦିନ ବୋଲି ବିଶ୍ୱାସ ରହିଛି । ପୂର୍ବେ କୃଷି କର୍ମ ପାଇଁ ହଳ ଲଙ୍ଗଳ ଓ ବଳଦ ବ୍ୟବହୃତ ହେଉଥିଲେ । ତେଣୁ, ଆମ ସଂସ୍କୃତିରେ ହଳ ମୁଷଳଧାରୀ ବଳରାମଙ୍କ ଜୟନ୍ତୀକୁ କୃଷିଭିତ୍ତିକ ପର୍ବର ମାନ୍ୟତା ଦିଆଯିବା ସ୍ଵାଭାବିକ । ଏହି ପର୍ବରେ ଶ୍ରୀ ବଳଦେବଙ୍କ ଆୟୁଧ ଲଙ୍ଗଳ ସହିତ ବଳଦକୁ ଫୁଲ, ଚନ୍ଦନ ସିନ୍ଦୂର ଅର୍ପଣ କରାଯାଇ ପୂଜା ଅର୍ଚ୍ଚନା କରାଯିବା ବିଧି ବ୍ୟବସ୍ଥିତ ହୋଇ ଆସିଛି । ଏଥି ସହିତ ବଳଦ ମାନଙ୍କୁ ନବ ବସ୍ତ୍ର, ଘାଗୁଡ଼ି ମାଳା, ରକ୍ଷା ସୂତ୍ର ରେ ସଜ୍ଜିତ କରାଯିବା ସହିତ କୃଷିଜାତ ସାମଗ୍ରୀରେ ପ୍ରସ୍ତୁତ ପିଠା ପଣା ସ୍ଵାଦିଷ୍ଟ ବ୍ୟଞ୍ଜନ ଅର୍ପଣ କରାଯାଇଥାଏ । ଉତ୍କୃଷ୍ଟ କୃଷି ଉତ୍ପାଦନ କରି ମାନବ ସମାଜକୁ ବର୍ଷସାରା ଆହାର ଯୋଗାଇବା ପାଇଁ, କର୍ମଠ ଓ ବଳଶାଳୀ ହେବା ପାଇଁ କୃଷି ଓ କୃଷ୍ଟିର ଦେବତା ତଥା ପରାକ୍ରମୀ ପ୍ରଭୁଙ୍କ ପ୍ରତୀକ ସ୍ବରୂପ ଏପରି ଶ୍ରୀ ବଳଦେବଙ୍କ ଉପାସନା ପରମ୍ପରା କ୍ରମେ ଆମ ସଂସ୍କୃତିରେ ପ୍ରଚଳିତ ହୋଇ ଆସିଛି କେଉଁ ଯୁଗରୁ । ଓଡ଼ିଶାରେ ଆଉ ଏକ ପ୍ରଥା ରହିଛି – ଏହି ଦିନ ଶାସନୀ ବ୍ରାହ୍ମଣ ମାନେ ବୈଦିକ ଉପକର୍ମ କରିଥାନ୍ତି, ପବିତ୍ର ଯଜ୍ଞ ଉପଵୀତ ଧାରଣ କରିବା ପାଇଁ ଏକ ସ୍ବତନ୍ତ୍ର ଉତ୍ସବ ପାଳନ କରନ୍ତି ।

ଏହି ରାକ୍ଷୀ ପୂର୍ଣ୍ଣିମା ପର୍ବର ମହତ୍ତ୍ଵ ସମ୍ପର୍କରେ ଅନେକ ପୌରାଣିକ ଉପାଖ୍ୟାନ ବିଦ୍ୟମାନ । ତନ୍ମଧ୍ୟରୁ ଗୋଟିଏ / ଦୁଇଟି ଉଦାହରଣ ଏଠାରେ ଉଲ୍ଲେଖଯୋଗ୍ୟ । ଶ୍ରୀ ବିଷ୍ଣୁଙ୍କ ପରମ ଭକ୍ତ ମହାରାଜା ବଳି ଙ୍କୁ ସଦ ବିପଦ ମୁକ୍ତ ରଖିବା ପାଇଁ ସ୍ଵୟଂ ବିଷ୍ଣୁ ବୈକୁଣ୍ଠ ପରିତ୍ୟାଗ କରି ବଳିଙ୍କ ରାଜ ପ୍ରାସାଦ ରେ ଅବସ୍ଥାନ କରିବାକୁ ଲାଗିଲେ । ଏହାଦେଖି ମହାଲକ୍ଷ୍ମୀ ଚିନ୍ତିତ ହୋଇ ପଡିଲେ । ଛଦ୍ମ ବେଶରେ ଏକ ବ୍ରାହ୍ମଣୀ ରୂପ ଧାରଣ କରି ବଳି ଙ୍କ ରାଜପ୍ରାସାଦରେ ଉପସ୍ଥିତ ହେଲେ । ସେଦିନ ଥିଲା ଏହି ଶ୍ରାବଣ ମାସର ପୂର୍ଣ୍ଣିମା ତିଥି । ମହାରାଜା ବଳିଙ୍କ ହାତରେ ରାକ୍ଷୀ ବାନ୍ଧି ନିଜର ଅଭିପ୍ରାୟ ବ୍ୟକ୍ତ କରିଥିଲେ । ଫଳରେ ବ୍ରାହ୍ମଣୀ ରୂପୀ ଭଉଣୀର ଇଚ୍ଛା ପୂରଣ ପାଇଁ ମହାରାଜ ବଳି ସଂକଳ୍ପ କରି ବିଷ୍ଣୁଙ୍କୁ ବୈକୁଣ୍ଠ ପ୍ରତ୍ୟାବର୍ତ୍ତନ ପାଇଁ ବିବଶ କରିଥିଲେ । ସେହିଦିନ ଟି ରାକ୍ଷୀ ପୂର୍ଣ୍ଣିମାର ମର୍ଯ୍ୟାଦା ଲାଭ କଲା ।

ଆଉ ଏକ ପୌରାଣିକ ଉପାଖ୍ୟାନ ମଧ୍ୟ ଦ୍ଵାପର ଯୁଗର ଶ୍ରୀକୃଷ୍ଣ ଓ ଦ୍ରୌପଦୀ ଙ୍କୁ ନେଇ ଏହି ରାକ୍ଷୀ ପୂର୍ଣ୍ଣିମାର ମହତ୍ତ୍ଵ ପ୍ରତିପାଦନ କରୁଛି। ଭଗବାନ ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ରରେ ଶିଶୁପାଳକୁ ନିଧନ କରି ଥିଲେ । ସୁଦର୍ଶନ କୃଷ୍ଣ ହସ୍ତ ମଣ୍ଡନ କାଳରେ ଏକ ଅଙ୍ଗୁଳି କ୍ଷେତାକ୍ତ ହେବାରୁ ସେଠାରେ ଉପସ୍ଥିତ ଥିବା ଦ୍ରୌପଦୀ ନିଜ ପଣତ ଛିନ୍ନ କରି କୃଷ୍ଣଙ୍କ ହାତରେ ବାନ୍ଧି ଥିଲେ । ରକ୍ତସ୍ରାବ ରୁ ରକ୍ଷା ମିଳିଥିଲା । ଏହି ରକ୍ଷା ବନ୍ଧନ ର ପ୍ରତିଦାନ ସ୍ବରୂପ ଭଗବାନ ଶ୍ରୀକୃଷ୍ଣ କୁରୁସଭା ରେ ଦୁଃଶାସନ ଦ୍ଵାରା ବିବସନା ଦ୍ରୌପଦୀଙ୍କୁ କୋଟି ବସ୍ତ୍ର ପ୍ରଦାନ କରି ସୁରକ୍ଷା ଦେଇଥିଲେ । ଏଥିରେ ଶ୍ରୀକୃଷ୍ଣ ଓ ଦ୍ରୌପଦୀ (ଭାଇ ଭଉଣୀ) ଙ୍କ ପବିତ୍ର ଅତୁଟ ସ୍ନେହ ବନ୍ଧନ ଯୁଗ ଯୁଗ ପାଇଁ ପରମ୍ପରା ପାଲଟି ଯାଇଛି ।

ଏମିତି ଅନେକ ପୌରାଣିକ ତଥା ଐତିହାସିକ ଉପାଖ୍ୟାନ ମାନ ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କକୁ ଆମ ସାମାଜିକ ଚଳନି ଅବା ସଂସ୍କୃତିରେ ପାରମ୍ପରିକ ପର୍ବ ପର୍ବାଣୀ ମାଧ୍ୟମରେ ପ୍ରଖ୍ୟାପନ କରି ଆସୁଛି । ଭଉଣୀ ଭାଇର ଶୁଭ ମନାସି ରାକ୍ଷୀ ବାନ୍ଧିବା ଏବଂ ଭାଇ ନିଜର ସମସ୍ତ ବାଧା ବନ୍ଧନ ଅତିକ୍ରମ କରି ସୁଖ ସୁବିଧା କୁ ଜଳାଞ୍ଜଳି ଦେଇ ଭଉଣୀକୁ ସବୁ କ୍ଷେତ୍ରରେ ସୁରକ୍ଷା ଦେବା ହିଁ ଆମ ସଂସ୍କୃତି ର ପ୍ରଚଳିତ ପରମ୍ପରା । ଏଥିପାଇଁ ସାମାଜିକ କ୍ଷେତ୍ରରେ ସାଂସ୍କୃତିକ ବାର୍ତ୍ତା ବହନ କରୁଥିବା ବହୁ ନାଟକ ଚଳଚ୍ଚିତ୍ର ମାଧ୍ୟମରେ ସଚେତନ କରାଯାଉଥିଲେ ମଧ୍ୟ ଆମ ସଂସ୍କୃତିରେ ଅବକ୍ଷୟ ଦେଖାଯାଉଛି । ଏହା ବିଲକ୍ଷଣ ନିଶ୍ଚୟ । ଭାଇ ଭଉଣୀ ର ପବିତ୍ର ସମ୍ପର୍କର ସୂତ୍ର ଏହି ରାକ୍ଷୀ ପୂର୍ଣ୍ଣିମାର ରକ୍ଷା ବନ୍ଧନ । ସମ୍ପ୍ରସାରିତ ହୋଇଛି ଏହାର ପରିଧି । ଭାଇ ଭଉଣୀ ଭିତରେ ସୀମିତ ନାହିଁ ଆଉ ରାକ୍ଷୀ ବାନ୍ଧିବା । ପତ୍ନୀ ନିଜ ପତି ହାତରେ, ମାଆ ନିଜ ପୁଅ ହାତରେ ରାକ୍ଷୀ ବନ୍ଧୁଛି । ଶାଳୀକା ଭଗ୍ନିପତି ହାତରେ କିମ୍ବା ବାନ୍ଧବୀ ପ୍ରେମିକ ବନ୍ଧୁ ହାତରେ ରାକ୍ଷୀ ବାନ୍ଧିବାର ନଜିର ଦେଖିବାକୁ ବାକି ନାହିଁ ଅଧୁନା । କେଉଁଠି ଅବା ଯୁବତୀ / ମହିଳା ମାନେ ଦପ୍ତର ଅଧିକାରୀ, ପୁରୁଷ କର୍ମଚାରୀ, ସାହି ପଡିଶାରେ ଧର୍ମ ସମ୍ପର୍କୀୟ ତଥାକଥିତ ପରପୁରୁଷଙ୍କୁ ମଧ୍ୟ ରାକ୍ଷୀ ବାନ୍ଧୁଥିବା ପରିଲକ୍ଷିତ ହେଉଛି । ଶିକ୍ଷକ, ଚିକିତ୍ସକ, ପ୍ରଶାସନିକ ଅଧିକାରୀ, କ୍ଷମତାସୀନ ରାଜନେତା ମାନଙ୍କୁ ରାକ୍ଷୀ ପିନ୍ଧାଇବା ଏକ ଲୋକ ଦେଖାଣିଆ ଫ୍ୟାସନ ରେ ପରିଣତ ହୋଇଗଲାଣି । କ୍ରମ ବର୍ଦ୍ଧିଷ୍ଣୁ ଅପସଂସ୍କୃତି ର ପ୍ରଭାବରେ କେତେ ସଂଗଠନ ମଧ୍ୟ ମୁଣ୍ଡ ଟେକିଛି । ନିଜ ମହାନ୍ ସଂସ୍କୃତି କୁ ଉପେକ୍ଷା କରି ତଥାକଥିତ ପରମ୍ପରାର ଦ୍ୱାହିଦେଇ ଯେଉଁ ସବୁ ଘଟଣା ର ସୂତ୍ରପାତ କରାଯାଉଛି, ତାହା କେବେ ଅବାଞ୍ଛିତ ଅଘଟଣ ର କାରଣ ହୋଇଯାଉଛି ।

କେଉଁଠି ଭାଲେଣ୍ଟାଇନ୍ ଦିବସ ର ପ୍ରତୀକ ଉପହାର ପରି ରାକ୍ଷୀ କୁ ବ୍ୟବହାର କରାଯାଉଛି ତ ‘ କେଉଁଠି ରାକ୍ଷୀ ବାନ୍ଧି ମୋଟା ଅଙ୍କର ଅର୍ଥରାଶି ଅବା ଦାମୀ ପରିଧାନ ଅଳଙ୍କାର ଆଦି ଉପହାର / ଉପଢୌକନ ଆଶା ରହୁଛି । ରାକ୍ଷୀ ବଦଳରେ କେବେ କେଉଁଠି ଦୈହିକ ପ୍ରେମ ପ୍ରତ୍ୟାଶା ଅଥବା କେଉଁ ଉପଭୋଗ୍ୟ ଜାନ୍ତବ ଲାଳସା ଜାଗି ଉଠୁଛି ମନରେ … ରାକ୍ଷୀ ର ଅସଲ ମର୍ଯ୍ୟାଦା କ୍ଷୂର୍ଣ୍ଣ ହେଉଛି । ଏଣୁ, ରାକ୍ଷୀ ପୂର୍ଣ୍ଣିମା ରେ ରାକ୍ଷୀ ବାନ୍ଧିବା ଲୋକ ଦେଖାଣିଆ ପ୍ରହସନରେ ପରିଣତ ନହେଉ। ଆମ ସଂସ୍କୃତିରେ ରାକ୍ଷୀ ପୂର୍ଣ୍ଣିମା ର ମହତ୍ତ୍ଵ ବଜାୟ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ହେଉ ।

ଅବନୀ ଚନ୍ଦ୍ର ଦାସ

ଅବନୀ ଚନ୍ଦ୍ର ଦାସ

(ସାହିତ୍ୟିକ, ସ୍ତମ୍ଭକାର, ଗବେଷକ, ସୁସଂଗଠକ)
ସଂପାଦକ, ନିର୍ଭିକ
ସଂପାଦକ, ମାହାଙ୍ଗା ମୈତ୍ରୀ ମଞ୍ଚ
ସଂପାଦକ, ଉତ୍କଳୀୟ ସାହିତ୍ୟ ସଂସ୍କୃତି ପରିଷଦ
ପ୍ରଶାନ୍ତି ବିହାର, ଭୁବନେଶ୍ବର-୨୪
ଫୋନ୍ ନଂ. ୯୯୩୭୫୩୭୯୭୪

Related Posts

ଭାରତର ସନ୍ତାନ
Literature

ଭାରତର ସନ୍ତାନ

by ଦେବେନ୍ଦ୍ର କୁମାର ସାହୁ
August 15, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୬ ମୁହିଁ ଭାରତର ଅମୃତ ସନ୍ତାନ ମୋ ଜନ୍ମ ପାଇଁକି ମୁହିଁ ଧନ୍ୟ ବିବିଧତା ମଧ୍ୟେ ଏକତା ଗୀତିକା...

Read more
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.