ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୪
ତ୍ରିରଙ୍ଗା ଆମର ଗର୍ବ ଗଉରବ
ତ୍ରିରଙ୍ଗା ଆମର ସ୍ୱାଭିମାନ
ଶାନ୍ତି ମୈତ୍ରୀ ଶୌର୍ଯ୍ୟ ପ୍ରତୀକ ତ୍ରିରଙ୍ଗା
ଭାରତ ବାସୀ ହୃଦ ସ୍ପନ୍ଦନ.
ମୁକ୍ତେ ଉଡୁଥିବା ତ୍ରିରଙ୍ଗା ପତାକା
ସଗୌରବେ ମୁଣ୍ଡ ରଖେ ଉଚ୍ଚରେ
ଭାରତୀୟଙ୍କର ଛାତି ସ୍ଫିତ କରେ
ପ୍ରଗତି ବାରତା ଗାୟନ କରେ.
ଜାତୀୟ ସଂଗୀତ ତାଳରେ ତାଳରେ
ତ୍ରିରଙ୍ଗା ଉଡଇ ହଲି ଦୋହଲି
ଆଳସ୍ୟ ବିନାଶୀ ଚଞ୍ଚଳତା ଭରେ
ଦେଶପ୍ରେମ ବହ୍ନି ଦିଅଇ ଜାଳି.
ଆସ ଦେଶ ବାସୀ ହାତେ ହାତ ଛନ୍ଦି
ଗାଇବା ଜାତୀୟ ପତାକା ଜୟ
ପ୍ରତ୍ୟେକ ଘରରେ ଉଡାଇ ତ୍ରିରଙ୍ଗା
ଦେଶର ଗୌରବେ ରଖିବା ଲୟ.