ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୮ ନଭେମ୍ବର ୨୦୨୨
ଆମେରେ ଓଡ଼ିଆ
କେତେଯେ ବଢିଆ
ଆମର ସଂସ୍କୃତି ଆମ ପରମ୍ପରା
ବିଶ୍ୱରେ ନିଆରା.
ସାରା ବିଶ୍ୱ ମା
ଜାତି କହେ ତାହା
ନିଜ ଜୀବନକୁ ପକାଇ ନର୍କରେ
ଦିଏ ମୁକ୍ତି ରାହା.
ଏ ଜାତି ଠାକୁର
ଜଗତ ଈଶ୍ୱର
ଜଗନ୍ନାଥ ତାଙ୍କୁ କହୁଅଛି ବିଶ୍ୱ
(ସିଏ)ସୃଷ୍ଟିର ଆଧାର.
ଆମର ଚଳଣି
ଆମର କାହାଣୀ
ଧର୍ମ ଧାରଣା ର ନିଚ୍ଛକ ପ୍ରକାଶ
କରେ ନାହିଁ(କା’ର)ହାନୀ.