• About
  • Contact
Thursday, June 25, 2026
Thursday, June 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଆସିଲା ଶରତ ହସିଲା ମରତ

ଆସିଲା ଶରତ ହସିଲା ମରତ
Share on FacebookShare on Xshare on Whatsappshare on Linkedin
ଭକ୍ତ ଚରଣ ସାହୁ, ଯାଜପୁର,୨୪ ସେପ୍ଟେମ୍ବର ୨୦୨୨

ଆସିଲା ଶରତ
ହସିଲା ମରତ
ଚଉଦିଗ ଶୋଭା ଦିଶିଲା ।
ନଈ ପଠା ମଣ୍ଡି
ଫୁଲ କାଶତଣ୍ଡି
ମୁରୁକି ମୁରୁକି ହସିଲା ।।
ଆକାଶରେ ନାହିଁ ବରଷା ।
ବାଟ ଘାଟ ସବୁ
ଶୁଖିତ ଗଲାଣି
ଗାଁ ଦାଣ୍ଡ ହେଲା ସରସା ।।

ନିରିମଳ ଶଶୀ
ଆକାଶେ ବିକଶି
ଧରା ଆଲୋକିତ କରିଲା ।
ଟପ ଟପ ଟପ
ଠପ ଠପ ଠପ
ଅକାଶୁ ଶିଶିର ଝରିଲା ।।
ଶୀତଳ ପବନ ବହିଲା ।
ଚୁପି ଚୁପି ଆସି
ସବୁରି କାନରେ
ଶୀତ ଆସୁଅଛି କହିଲା ।।

ଦେବୀ ଦଶଭୁଜା
ପାଇବାକୁ ପୂଜା
ଉଭା ହେଲେ ଆସି ଧରାରେ ।
ଆସ ରୁନା ମୁନା
କୁନା ସୁନା ଟୁନା
ଆଶିଷ ମାଗିବା ପରାରେ ।।
ଆମ ଏ ରାଇଜ ହସିବ ।
ମାଆ ଦୟା କଲେ
ଏଇ ମରତରୁ
ଦୁଃଖ ଓ ଦଇନ ଖସିବ ।।

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ, ସଭାପତି, ମାହାଙ୍ଗା-ବଡ଼ଚଣା, ସାହିତ୍ୟ ଓ ସଂସ୍କୃତି ପରିଷଦ, ବାଲିଚନ୍ଦ୍ରପୁର, ଯାଜପୁର, ଓଡ଼ିଶା
ଦୂରଭାଷ ନଂ ୯୪୩୭୨୭୬୬୩୩

Related Posts

ଗାଆଁ ଟାଉଟର
Literature

ଗାଆଁ ଟାଉଟର

by ଜୟ କୁମାର ମିଶ୍ର
June 22, 2026

ଜୟ କୁମାର ମିଶ୍ର, ଗଜପତି, ୨୨ ଜୁନ ୨୦୨୬ ଗାଆଁ ଟାଉଟର, ହୁଏ ହରବର ପ୍ରଭାତରୁ ମଧ୍ୟ ରାତ୍ର, ପାଠତ ଅଳପ, ବହୁତ ବହପ ଅବରଣେ ମଧ୍ୟପାତ୍ର...

Read more
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.