ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୮ ଅପ୍ରେଲ ୨୦୨୫
ଆସୁଛି ପଞ୍ଚାୟତ, ପୌର ନିର୍ବାଚନ
ମୁଖ୍ୟ ଦଳଙ୍କୁ ତାହା କରୁଛି ଉଚ୍ଛନ୍ନ
କେମିତି ହାତେଇବେ ଅଧିକ ଆସନ
ରଖିବେ ଦଳର ଯଥା ମାନ ସମ୍ମାନ
ସେଥିଲାଗି ଚାଲିଛି ମାନସ ମନ୍ଥନ
ବିତିଯାଉଛି କେତେ ରାତି ଆଉ ଦିନ ।।୧।।
ଶାସକ ବିଜେପିର ମନ ଛନଛନ
ତା’ବୁକୁରେ ତୋଳୁଛି ଅଜଣା କମ୍ପନ
ଦୃଢ଼ ରଖିବା ପାଇଁ ନିଜ ସିଂହାସନ
ଜିତିବାକୁ ପଡ଼ିବ ଏହି ମତଦାନ
ସପକ୍ଷରେ ନେବାକୁ ଜନ ସମର୍ଥନ
ନୂତନ ଘୋଷଣା ଚାଲିଛି ପ୍ରତିଦିନ ।।୨।।
ବିରୋଧୀ ବିଜେଡ଼ି ହେଉଛି କନକନ
ବିପକ୍ଷେ ତା’ର ଆଦୌ ମାନୁନାହିଁ ମନ
ଲୋକଙ୍କର ହେବାକୁ ବିଶ୍ୱାସଭାଜନ
ପ୍ରସଙ୍ଗ ଉଠାଉଛି ଦେଇ ମନଧ୍ୟାନ
ଗାଦିଚ୍ୟୁତ ଦୁଃଖରେ ହୋଇକି ବିମନ
ନିରୋଳାରେ କରୁଛି ଗୋପନ ରୋଦନ ।।୩।।
କଂଗ୍ରେସ ଚଳାଇଛି ବର୍ଜନ, ଗର୍ଜନ
ଢାଞ୍ଚାରେ ଆଣିଛି ବଡ଼ ପରିବର୍ତ୍ତନ
ପଦଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ
ତା’ସାଥେ ପୁଣି ସମାବେଶ ଆୟୋଜନ
ଏମିତି ସଜାଡ଼ି ଦଳର ସଂଗଠନ
କଂଗ୍ରେସ ଭାବିଛି ଡେଇଁବ ମଇଦାନ ।।୪।।