• About
  • Contact
Tuesday, October 13, 2026
Tuesday, October 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୨ ଅକ୍ଟୋବର ୨୦୨୬

ସାହିତ୍ୟ ସଂସ୍କୃତି ସଂସ୍କାର ସବୁକୁ
ଜନ୍ମିଥିଲ ତୁମ ସାଥେ ନେଇ
ସକଳ ବିଭା ରେ ବିମଣ୍ଡିତ ମାଟି
ମାହାଙ୍ଗା ଗର୍ବିତ ତୁମ ପାଇଁ ।

କେତେ ଯେ ମନୀଷୀ ଲଭି ମାହାଙ୍ଗାରେ
ଦେଖାଇ ନିଜର ଶ୍ରେଷ୍ଠ ପ୍ରତିଭା
ସାରା ଓଡିଶାରେ ମାହାଙ୍ଗା ମା’ର
ବଢ଼ାଇ ଅଛନ୍ତି ବର୍ଣ୍ଣାଢ୍ୟ ଶୋଭା ।

ସେହି ସବୁ ଯୋଗ୍ୟ ସନ୍ତାନ ଭିତରେ
ତୁମେ ସୁଦର୍ଶନ ରତନ ଟିଏ
ଓଡିଶା ସଂସ୍କୃତି ସାହିତ୍ୟ ଜଗତ
ତୁମ ନାମ ସସମ୍ମାନେ ନିଏ ।

ତୁମେ ବାଛିଥିଲ ଭୂମିପୁତ୍ର ବିଜୁ
ହେବାକୁ ତୁମର ଜୀବନାଦର୍ଶ
ବିଜୁ ବାବୁ ସଙ୍ଗେ ରହି କାମ କରି
କରିଦେଲ ଏହି ରାଜ୍ୟ ଉତ୍କର୍ଷ ।

ରାଜନୀତି ପାଇଁ ତୁମକୁ “ଶରତ”
କରୁଥାଉ କିଏ ସମାଲୋଚନା
କିନ୍ତୁ ତା ହୃଦୟେ ତୁମ ପାଇଁ ତା’ର
ରହିଥାଏ ସଦା ଉଚ୍ଚ ଭାବନା ।

ବାଗ୍ମୀତା ରେ ତୁମେ ବାରି ହୋଇ ଯାଅ
ଜ୍ଞାନ ଭରା ତୁମ ବକ୍ତବ୍ୟ ପାଇଁ
ତୁମ କଥା ଶୁଣି ସ୍ମରଣରେ ରଖି
ଯାଇଛନ୍ତି କେତେ ସୁବାଗ୍ମୀ ହୋଇ ।

ଯେତେବେଳେ ଯାହା ପାଇଛ ଦାୟିତ୍ୱ
ତାହାକୁ ସୁଚାରେ ସମ୍ପାଦି ଅଛ
ସେଥିରେ ନିଆରା କାମ ସବୁ କରି
ଗୁଣି ଜନ ଶ୍ରଦ୍ଧା ତୁମେ ପାଇଛ ।

ତୁମ ବିବଂଗତ ଦିନାଙ୍କରେ ଆଜି
ତୁମକୁ ସହସ୍ରବାର ନମନ
ତୁମ ପରି ପୁତ୍ର ପାଇଣ ମାହାଙ୍ଗା
ବିଜ୍ଞାନୀ ଜନଙ୍କ ପାଏ ସମ୍ମାନ ।

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ନିଆରା ମଣିଷ : ଶରତ ବାବୁ
Literature

ନିଆରା ମଣିଷ : ଶରତ ବାବୁ

by ବିଜୟ କୁମାର ପାଣି
October 12, 2026

ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୨ ଅକ୍ଟୋବର ୨୦୨୬ ଧୋତିକୁ ପଞ୍ଜାବୀ ଭାରି ମାନୁଥିଲା ଓଡ଼ିଆର ବେଶ ଭୂଷା। ହସ ହସ ମୁଖେ ମିଠା ମିଠା...

Read more
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
ମନେ ପଡେ ଆଜି ଦିନ

ମନେ ପଡେ ଆଜି ଦିନ

October 2, 2026
ଚଷମା

ଚଷମା

September 29, 2026
ମୁହୂର୍ତ୍ତ

ମୁହୂର୍ତ୍ତ

September 22, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.