• About
  • Contact
Wednesday, August 19, 2026
Wednesday, August 19, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅବଳା ନୁହେଁ ଦୁର୍ବଳା

ଅବଳା ନୁହେଁ ଦୁର୍ବଳା
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୨ ଫେବୃଆରୀ ୨୦୨୪

ଅବଳା ସବଳା, ନୁହେଁରେ ଦୁର୍ବଳା
ସମୟ ସ୍ରୋତରେ ଆଜି,
ପଲ୍ଲୀ ଠାରୁ ପୁର, ସହର ନଗର
ସବୁଠି ଆମର ମର୍ଜି ll
ହାଣ୍ଡି ଶାଳେ ବନ୍ଧା, ଜୀବନର ଧନ୍ଦା
ନାହିଁ ସୀମିତଟି ଆଜି,
ନୀତି ପ୍ରତିଦିନେ, ସମାଜ ଗଠନେ,
ଆମେତ ଯାଉଛୁ ହଜି ll
ଶାସନ ମଙ୍ଗର, ଆମେ ମଙ୍ଗୁଆଳ
ସମର ଭୂଇଁର ଯୋଦ୍ଧା,
ଆକାଶେ ଚଳାଉ, ବ୍ୟମଯାନ, ବାହୁ
ରଖିଣ ଅନ୍ତରେ ଶ୍ରଦ୍ଧା ll
ଶିକ୍ଷାରେ ଆମେ, ଦୀକ୍ଷାରେ ଆମେ
କୃଷି, କୃଷକଠି ଆମେ,
ହାତେ ହାତ ଛନ୍ଦି, ଦିବା ନିଶି ଧନ୍ଦି
କରୁଛୁ, ଯତନ ପ୍ରେମେ ll
ନବ ଆକାଶକୁ ନବ ଦିଗନ୍ତକୁ
କରୁଛୁ, ଅନ୍ୱେଷ ନିତି,
ଶତ୍ରୁ ସଙ୍ଗେ ଲଢ଼ୂ, ଯୋଜନାକୁ ବାଢ଼ୁ
ପଥର କରିଣ ଛାତି ll
ମଂଥୁଛୁ ସାଗର, ନୁଆଁ ସନ୍ଧାନର
ଠିକଣାକୁ ଦେଉ ଥୋଇ,
ଗ୍ରହ ଉପଗ୍ରହେ, ପଦପାତ ହୁଏ
ଅଶୁମାରି ଆଶା ନେଇ ll
ହୋଇଣ ଜନନୀ, ହୋଇଣ ଭଗିନୀ
ହୋଇ ପ୍ରୀୟତମା ଆମେ,
ସବୁ ଦାୟିତ୍ୱକୁ, ନିଭାଇ ତାହାକୁ
ଯାଉଛୁ କଠିନ ଶ୍ରମେ ll
ଘରଠାରୁ ଯାଇ, ସହରକୁ ଛୁଇଁ
କାର୍ଯ୍ୟାଳୟ ଘରେ ବ୍ୟସ୍ତ,
ଦେଖାଉ କମାଲ, ଜ୍ଞାନର କୌଶଳ
କାମରେ ସମୟ ନ୍ୟସ୍ତ ll
ସାଂସଦ ଭବନେ, ରାଷ୍ଟ୍ରପତି ସ୍ଥାନେ
ରାଜ୍ୟ ସଭାଟିରେ ଆମେ,
କ୍ରୀଡା, ବିଜ୍ଞାନରେ, ସଂଗୀତ ଶାସ୍ତ୍ରରେ
ରହୁ ଅଭିନୟ ଧାମେ ll
ଆମେ କାରିଗର, ଶିଳ୍ପୀ ପ୍ରବର
ନବ ସକାଳର ସୂର୍ଯ୍ୟ,
ନବ ପ୍ରଭାତର, ସ୍ୱାଗତ ମନ୍ତ୍ରର
ସକଳ ଆଶାର ତେଜ ll
ଆମେ ମନ୍ତ୍ରଦାତା, ନିର୍ମାଣ କରତା
ପ୍ରଳୟ ଝଡର ରୂପ,
ଆମେ ଶାନ୍ତ କାନ୍ତ, ଚାଲୁ କାଢ଼ି ପଥ
ସହନରେ ଅପରୂପ ll
ଭଙ୍ଗା ଘରଟିକୁ, ସଜାଡ଼ି ଦେବାକୁ
ହେଉଛୁ ସ୍ଥପତି, ଦମ୍ଭେ,
ସଜଡ଼ା ଘରକୁ, ଉଜୁଡ଼ାଇବାକୁ
କରୁଛୁ ଚକ୍ରାନ୍ତ କେବେ ll
ପ୍ରୀତି ମନ୍ଦାକିନୀ, ଜଗତ ମୋହିନୀ
ମଙ୍ଗଳ କାରିଣୀ ହେଉ,
ଶତ୍ରୁଙ୍କ ଆଗରେ, ଦମ୍ଭୀକ ଚିତ୍ତରେ
ନିଷ୍ପତି, ଜବାବ ଦେଉ ll
କାଳ ବେଳ ଦେଖି, ସମୟ ପରଖି
ହେଉ ପେଟେଣ୍ଟ ମେଡ଼ିସିନ
ଅବାଗିଆଟିକୁ, ବାଗେଇ ଦେବାକୁ
(କରୁ ) ଝାଡ଼ୁ ଧରି ଟିଉସନ ll
ପୁରୁଷ ସାଥିରେ, ସାଥି ହୋଇ ବାରେ
ମିଳାଉ ହାତରେ ହାତ,
ଗୋଟିଏ ମୁଦ୍ରାର, ଦୁଇ ପାର୍ଶ୍ୱ ହୋଇ
ଚାଲୁଛୁ ଜୀବନ ପଥ ll

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ଭାରତର ସନ୍ତାନ
Literature

ଭାରତର ସନ୍ତାନ

by ଦେବେନ୍ଦ୍ର କୁମାର ସାହୁ
August 15, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୬ ମୁହିଁ ଭାରତର ଅମୃତ ସନ୍ତାନ ମୋ ଜନ୍ମ ପାଇଁକି ମୁହିଁ ଧନ୍ୟ ବିବିଧତା ମଧ୍ୟେ ଏକତା ଗୀତିକା...

Read more
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.