• About
  • Contact
Saturday, July 12, 2025
Saturday, July 12, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅବଳା ନୁହେଁ ଦୁର୍ବଳା

ଅବଳା ନୁହେଁ ଦୁର୍ବଳା
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୨ ଫେବୃଆରୀ ୨୦୨୪

ଅବଳା ସବଳା, ନୁହେଁରେ ଦୁର୍ବଳା
ସମୟ ସ୍ରୋତରେ ଆଜି,
ପଲ୍ଲୀ ଠାରୁ ପୁର, ସହର ନଗର
ସବୁଠି ଆମର ମର୍ଜି ll
ହାଣ୍ଡି ଶାଳେ ବନ୍ଧା, ଜୀବନର ଧନ୍ଦା
ନାହିଁ ସୀମିତଟି ଆଜି,
ନୀତି ପ୍ରତିଦିନେ, ସମାଜ ଗଠନେ,
ଆମେତ ଯାଉଛୁ ହଜି ll
ଶାସନ ମଙ୍ଗର, ଆମେ ମଙ୍ଗୁଆଳ
ସମର ଭୂଇଁର ଯୋଦ୍ଧା,
ଆକାଶେ ଚଳାଉ, ବ୍ୟମଯାନ, ବାହୁ
ରଖିଣ ଅନ୍ତରେ ଶ୍ରଦ୍ଧା ll
ଶିକ୍ଷାରେ ଆମେ, ଦୀକ୍ଷାରେ ଆମେ
କୃଷି, କୃଷକଠି ଆମେ,
ହାତେ ହାତ ଛନ୍ଦି, ଦିବା ନିଶି ଧନ୍ଦି
କରୁଛୁ, ଯତନ ପ୍ରେମେ ll
ନବ ଆକାଶକୁ ନବ ଦିଗନ୍ତକୁ
କରୁଛୁ, ଅନ୍ୱେଷ ନିତି,
ଶତ୍ରୁ ସଙ୍ଗେ ଲଢ଼ୂ, ଯୋଜନାକୁ ବାଢ଼ୁ
ପଥର କରିଣ ଛାତି ll
ମଂଥୁଛୁ ସାଗର, ନୁଆଁ ସନ୍ଧାନର
ଠିକଣାକୁ ଦେଉ ଥୋଇ,
ଗ୍ରହ ଉପଗ୍ରହେ, ପଦପାତ ହୁଏ
ଅଶୁମାରି ଆଶା ନେଇ ll
ହୋଇଣ ଜନନୀ, ହୋଇଣ ଭଗିନୀ
ହୋଇ ପ୍ରୀୟତମା ଆମେ,
ସବୁ ଦାୟିତ୍ୱକୁ, ନିଭାଇ ତାହାକୁ
ଯାଉଛୁ କଠିନ ଶ୍ରମେ ll
ଘରଠାରୁ ଯାଇ, ସହରକୁ ଛୁଇଁ
କାର୍ଯ୍ୟାଳୟ ଘରେ ବ୍ୟସ୍ତ,
ଦେଖାଉ କମାଲ, ଜ୍ଞାନର କୌଶଳ
କାମରେ ସମୟ ନ୍ୟସ୍ତ ll
ସାଂସଦ ଭବନେ, ରାଷ୍ଟ୍ରପତି ସ୍ଥାନେ
ରାଜ୍ୟ ସଭାଟିରେ ଆମେ,
କ୍ରୀଡା, ବିଜ୍ଞାନରେ, ସଂଗୀତ ଶାସ୍ତ୍ରରେ
ରହୁ ଅଭିନୟ ଧାମେ ll
ଆମେ କାରିଗର, ଶିଳ୍ପୀ ପ୍ରବର
ନବ ସକାଳର ସୂର୍ଯ୍ୟ,
ନବ ପ୍ରଭାତର, ସ୍ୱାଗତ ମନ୍ତ୍ରର
ସକଳ ଆଶାର ତେଜ ll
ଆମେ ମନ୍ତ୍ରଦାତା, ନିର୍ମାଣ କରତା
ପ୍ରଳୟ ଝଡର ରୂପ,
ଆମେ ଶାନ୍ତ କାନ୍ତ, ଚାଲୁ କାଢ଼ି ପଥ
ସହନରେ ଅପରୂପ ll
ଭଙ୍ଗା ଘରଟିକୁ, ସଜାଡ଼ି ଦେବାକୁ
ହେଉଛୁ ସ୍ଥପତି, ଦମ୍ଭେ,
ସଜଡ଼ା ଘରକୁ, ଉଜୁଡ଼ାଇବାକୁ
କରୁଛୁ ଚକ୍ରାନ୍ତ କେବେ ll
ପ୍ରୀତି ମନ୍ଦାକିନୀ, ଜଗତ ମୋହିନୀ
ମଙ୍ଗଳ କାରିଣୀ ହେଉ,
ଶତ୍ରୁଙ୍କ ଆଗରେ, ଦମ୍ଭୀକ ଚିତ୍ତରେ
ନିଷ୍ପତି, ଜବାବ ଦେଉ ll
କାଳ ବେଳ ଦେଖି, ସମୟ ପରଖି
ହେଉ ପେଟେଣ୍ଟ ମେଡ଼ିସିନ
ଅବାଗିଆଟିକୁ, ବାଗେଇ ଦେବାକୁ
(କରୁ ) ଝାଡ଼ୁ ଧରି ଟିଉସନ ll
ପୁରୁଷ ସାଥିରେ, ସାଥି ହୋଇ ବାରେ
ମିଳାଉ ହାତରେ ହାତ,
ଗୋଟିଏ ମୁଦ୍ରାର, ଦୁଇ ପାର୍ଶ୍ୱ ହୋଇ
ଚାଲୁଛୁ ଜୀବନ ପଥ ll

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ମୁସାଫେର
Literature

ମୁସାଫେର

by ପ୍ରଭୁକଲ୍ୟାଣ ମହାପାତ୍ର
July 8, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୮ ଜୁଲାଇ ୨୦୨୫ ଆମକୁ ଯିବାକୁ ହେବ ତ ଦିନେ ଅଫେରା ରାଜ୍ୟକୁ ଆଗ ପଛ ହୋଇ, ତଥାପି ମଣିଷ ବିକଳ କିଆଁ...

Read more
ସତରେ ଏମିତି ହୁଅନ୍ତା କି-୧୭

ସତରେ ଏମିତି ହୁଅନ୍ତା କି-୧୭

July 7, 2025
ଶେଷ ବସନ୍ତର ଚିଠି (ଭାଗ ୩୩)

ଶେଷ ବସନ୍ତର ଚିଠି (ଭାଗ ୩୩)

July 7, 2025
ଶ୍ରୀକ୍ଷେତ୍ର ରଥଯାତ୍ରାର ଶ୍ରେଷ୍ଠ ବାର୍ତ୍ତା

ଶ୍ରୀକ୍ଷେତ୍ର ରଥଯାତ୍ରାର ଶ୍ରେଷ୍ଠ ବାର୍ତ୍ତା

July 5, 2025
ଅନୁରାଧା

ଅନୁରାଧା

July 2, 2025
ସାଗର

ସାଗର

July 1, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.