ଡଃ ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୨୧ ଡିସେମ୍ବର ୨୦୨୪
ରେ ବର୍ଷା
ବୁଝି ପାରୁନାହିଁ ମୁହିଁ
ପାଚିଲା ଧାନରେ ମଈ ଦବା ପାଇଁ ଆସୁଛୁ ଏଠିକି ତୁହି?
ପ୍ରକୃତିର
ନିୟମ ତ ନୁହେଁ ଏହା?
ନିଜ ସମୟରେ ଆସିଲେ ସିନା ତୁ
ପାଇବୁ ରେ ବାହାଃ – ବାହାଃ!
କିପରି
ଜାଣିବୁ ଆମର ଦୁଃଖ?
ଏତେ ଦିନ କାଳୁ ଖଟୁଛୁ ଆମେରେ
ନେଇ ଯିବୁ ଆମ ସୁଖ?
ଇନ୍ଦ୍ରଙ୍କ
ଆଦେଶ କି ଅଟେ ଏହା?
ଜୀବନ ନ ମାରି ଜୀବିକା ମାରୁଛ
ମଣିଷ କୁ ନାହିଁ ରାହା।
ନିୟମ
ଭାଙ୍ଗିଛି ଯଦି ମାନବ
ଚେତେଇବା ପାଇଁ ଏତେ ବଡ଼ ସଜା
ଦେଲେ କି ତାହା ସାଜିବ?
ସରଜି
ଏପରି ସୁନ୍ଦର ସୃଷ୍ଟି
ନେଇ ଯାଉ ଅଛ ସମସ୍ତ ବିଭବ
କରାଇ ଅଦିନ ବୃଷ୍ଟି।
କରୁଛୁ
ବିନତି ସରବେ ମିଳି
ଚାଲିଯାଉ ଏହି ଅଦିନ ବରଷା
ରହିଥାଉ ଖୁସହାଲି।