ଭକ୍ତ ଚରଣ ସାହୁ, ଯାଜପୁର, ୧୯ ମଇ ୨୦୨୩
ଆଜି ପରା ‘ସ୍ବାମୀ
ପୂଜନ ଦିବସ’
ସାବିତ୍ରୀ ଅଛନ୍ତି ଯେତେ ।
ନିଜ ନିଜ ସତ୍ୟ-
ବାନଙ୍କୁ ପୂଜନ୍ତି
ଭକତି କରିକି କେତେ ।।
ବିଭୁ ଆଶୀର୍ବାଦ ପାଇଁ ।
ସାବିତ୍ରୀ ମାଆ ମୋ
ଦିଅଁ ପୂଜୁଛନ୍ତି
ମନ୍ଦିରକୁ ସବୁ ଯାଇଁ ।।
ମନେ ପଡ଼ିଯାଏ
ସେ ଯୁଗ ସାବିତ୍ରୀ
ଦେଖାଇ ‘ସତୀତ୍ୱ ଶକ୍ତି’ ।
ଯମରାଜା ଠାରୁ
ମୃତ ସ୍ୱାମୀଙ୍କୁ ସେ
ଆଣିଥିଲେ କରି ଭକ୍ତି ।।
ଏ ଯୁଗ ସାବିତ୍ରୀ ଜାଣ ।
‘ସ୍ୱାମୀ ଭକତି’ ଠୁଁ
ତୁମରି ପାଖରେ
ନୁହେଁ ଆଉ କିଛି ଟାଣ ।।
ସତୀ ସ୍ୱାଧି ସେହି
ସାବିତ୍ରୀ ଦେବୀ ଯେ
‘ଅମାବାସ୍ୟା’ ନାଁ ନେଲେ ।
ଧନ୍ୟ ତାଙ୍କ ପିତା-
ମାତା ସେ ଏଭଳି
କନ୍ୟାଟିଏ ଜନ୍ମ ଦେଲେ ।।
ତେଣୁ କଥା ଘେନା କର ।
ଘର ଘର ନାରୀ
ସାବିତ୍ରୀ ହୋଇଲେ
ହସିବ ସବୁରି ଘର ।।