ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୦ ମଇ ୨୦୨୪
ତୁମେ ଏ ଜାତିର ରକ୍ଷକ ପ୍ରଭୁହେ
ତୁମେ ପ୍ରଥା ପରମ୍ପରା
ତୁମେ ସାକ୍ଷୀ ସବୁ ମଙ୍ଗଳ କର୍ମର
ତୁମେ ଅମୂଲ୍ୟ ପସରା.
ତୁମ ପାଇଁ ସବୁ ଯାନୀ ଯାତ୍ରା ଏଠି
ତୁମ ପାଇଁ ପୂଜା ପାର୍ବଣ
ଶଙ୍ଖ କ୍ଷେତ୍ରେ ପ୍ରଭୁ ହୋଇ ବିରାଜିତ
କରିଛ ଜାତିକୁ ମହୀୟାନ.
ତୁମ ଯାନିଯାତ୍ରା ସହିତେ ମିଶିଛି
ଏ ଜାତିର ପ୍ରାଣ ସ୍ପନ୍ଦନ
ତୁମେ ପୁରାଣ ଗୀତା ଭାଗବତ
ସୁଗମ କରିଛ ଜୀବନ.
ଅକ୍ଷୟ ତୃତୀୟା ପୂଣ୍ୟ ତିଥିଟିଏ
କରିବାକୁ ସବୁ ଅନୁକୂଳ
ବିହନ ବପନ କରି ଏହି ଜାତି
ଚାଷ ପାଇଁ ହୁଏ ଚଞ୍ଚଳ.
ନୂଆ ଘର ପାଇଁ ଜାଗା ଅନୁକୂଳ
କରେ ଏହି ଜାତି ଶ୍ରଦ୍ଧାରେ.
ଶ୍ରୀଗୁଣ୍ଡିଚା ପାଇଁ ରଥ ଅନୁକୂଳ
ହୋଇଥାଏ ଭକ୍ତି ଭାବରେ.