ସସ୍ମିତା ପଣ୍ଡା, କଟିକଟା, କଟକ, ୨ ଜୁଲାଇ ୨୦୨୫
ସେଇ ପଦେ କଥାକୁ
ତୁମ ସକାଳ ଓ ସଂଜ
ଏଣୁତେଣୁ ଭାବନାରେ
କେତେ ଦହଗଂଜ ।।
ବେଶୀ ବେଶୀ ଗାଢ଼ଦିଶେ
ମୋର ନୀଳଶାଢୀ
ରୂପାରଙ୍ଗ ଜହ୍ନରାତି
ହୀରାରଙ୍ଗ ଚୁଡ଼ି ।।
ଖବର ନଦେଇ ଆସ
ଲେଉଟାଣି ବେଳେ
କୃଷ୍ଣଚୁଡ଼ା ହସିହସି
କୋଉରଙ୍ଗ ଢାଳେ ।।
ଅମାନିଆ ଅକ୍ଷରକୁ
ଜୁ କେତେ ମୋର
ନୁଆଁଣିଆ ପିରତୀରେ
ପାତିଛି ଆସର ।।
ଈଶ୍ବର ବି ବେଳେବେଳେ
ଶିଖିବାକୁ ପ୍ରେମ
ଆସିଛନ୍ତି ଯେତେଥର
ଖାଲି ବଦନାମ ।।
ଆଙ୍କିବାର ଇଚ୍ଛାଟିଏ
ଝାଳ ଝରଝର
ଅବିକଳ ନକ୍ସାଟିଏ
ତୁମରି ସହର ।।
ଅନୁରାଧା ଗୋଟେ ସେଇ
ଅପହଞ୍ଚ ବୋଲି
କହୁଥିଲା ଶୁଣିଛି ମୁଁ
ତୁମକୁ ସେ କାଲି ।।
ଡେଣା ଝାଡ଼ି ଭେଦିଯାଏ
ସେଇ ଆକାଶରେ
ତୁଛାଟାରେ ତରଳୁଛି
ବେଳ ଅବେଳରେ ।।