• About
  • Contact
Wednesday, December 17, 2025
Wednesday, December 17, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅପେକ୍ଷା ଗୋଟେ ସମୟକୁ

ଅପେକ୍ଷା ଗୋଟେ ସମୟକୁ
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୨୦ ଅପ୍ରେଲ ୨୦୨୩

ଜହ୍ନ ଉତାରିଦେଲା
ତା ଦେହରୁ ସବୁ କଳଙ୍କ
ମୋ ଦେହକୁ ।
ଚାହିଁଲି ସମୟକୁ…..
ହେଲେ, କିଛି କହି ପାରିଲିନି ।।

ଆକାଶ ତା ନୀଳପଣକୁ ଲୁଚାଇ
ଛାଇଦେଲା କଳା ବାଦଲ
କହିବାକୁ ଅନେକ ଥିଲା
ଚାହିଁଲି ସମୟକୁ…..
କହିବାକୁ ଉଚିତ ନମଣି ।।

ରାତି ଆଣିଦେଲା ଅମାବାସ୍ୟା
ମୁଁ ବତୁରି ଉଠିଲି
ନିରୋଳା ଅନ୍ଧାର
ଜମାଟ ବାନ୍ଧିଲା ଚାରିପାଖ
କୁହୁଳି ଉଠିଲା ଗମ୍ଭୀରତା
ଚାହିଁଲି ସମୟକୁ…..
ଆଉ ନିଶ୍ଚଳତାକୁ ନିଜର କଲି ।।

ଆଖି ଭିତରେ ଅଜାଡ଼ି ହେଲା ସମୁଦ୍ର
ଲୁଣିପାଣିରେ
ଭଉଁରୀ ପଡ଼ିଲା
ଗାଲ ଠାରୁ ଓଠ ପର୍ଯ୍ୟନ୍ତ
ଖୁବ୍ ପହଁରିଲି
ଚାହିଁଲି ସମୟକୁ…..
ଆଉ ଏକା ନିଃଶ୍ବାସରେ ଢୋକି ନେଲି
ସେ ମିଠା ଜହରକୁ ।।

ସବୁ କଳଙ୍କକୁ…..
ଆପଣାର କରିନେଲି
ଛାତିରେ ସବୁ ଆଉଜାଇ
ଦେଖୁଥିଲି ଦୂର ଦିଗନ୍ତ ରୁ ଧୁଆଁ ଉଠିଛି
କଣ୍ଟ ଦେଇଥିବା ପାପୁଲି ରେଖା
ପରଖିଲା ଜୀବନ
ଚାହିଁଲି ସମୟକୁ…..
ଭାବିଲି ଅନେକ ଟିକେ ହସିଲି ।।

ସମୟ କହିଲା…..
ଛାଡ଼ି ଦିଅ ସେମାନଙ୍କୁ
ରହିଥାନ୍ତୁ ସେମାନେ
ତାଙ୍କ ପାରିଲା ପଣିଆ ପାଖରେ
ବାଣ୍ଟି ହେଉ ଅନ୍ଧାର
ଯେତେ ଇଛା ସେତେ
କିଛି କହିବାର ନାହିଁ
ନିର୍ଲଜ ଅନ୍ଧାର
ଜାଣିପାରିଲାନି କେମିତି
ସୁର୍ଯ୍ୟଙ୍କ ପ୍ରଖରତାହିଁ
ଭେଦକରେ ବାରମ୍ବାର
ତା’ କୁଟିଳତାକୁ…..
ସିନ୍ଦୁରା ଫାଟୁଛି ଅପେକ୍ଷା କର
ତୁମେହିଁ ଦେଖିବ……….।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

‌ତାରକ ଦା’ (ଭାଗ ୫୪)
Literature

‌ତାରକ ଦା’ (ଭାଗ ୫୪)

by Manas Ranjan Mahapatra
December 16, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୬ ଡିସେମ୍ବର ୨୦୨୫ ଆଜିକାଲି ମୋର ତାରକ ଦା’ କଥା ଭାରି ମନେପଡ଼େ। ତାରକ ମୁଖାର୍ଜୀ କେବେ ନୂଆଖାଲି ଦଙ୍ଗାରେ ବାପାମାଆଙ୍କୁ...

Read more
କିଛି କଥା – ୫

କିଛି କଥା – ୫

December 16, 2025
କିଛି କଥା -୪

କିଛି କଥା -୪

December 9, 2025
ଦିଲ୍ଲୀ ବହୁଦୂର (ଭାଗ ୫୩)

ଦିଲ୍ଲୀ ବହୁଦୂର (ଭାଗ ୫୩)

December 8, 2025
ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

December 3, 2025
କିଛି କଥା – ୩

କିଛି କଥା – ୩

December 2, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.