• About
  • Contact
Friday, September 11, 2026
Friday, September 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅରଣ୍ୟ ରୋଦନ

ଅରଣ୍ୟ ରୋଦନ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୩୧ ମଇ ୨୦୨୩

ଅରଣ୍ୟ ରୋଦନ, କରେ ହୀନିମାନ
ଲୋକ ହସା ହେବା ସାର,
ହକ, ନ୍ୟାୟ ପାଇଁ, ଲଢ଼ିବାର ପାଇଁ
ହୁଅ ବନ୍ଧୁ ଆଗୁସାର ।।

ଅନ୍ଧ ବୁଝାବଣା, ସ୍ବାର୍ଥ କରେ ବଣା
ଅମାନବ ହୀନ ତୃଷା,
ପଶୁ, ପକ୍ଷୀ ମନ, ଦୟାରେ ଆଚ୍ଛନ୍ନ
ଆଶା କରି ଘରେ ପୋଷା ।।

ନିଜେ ଭାବେ ପ୍ରଭୁ, ମୂଢ଼ତାରେ କାବୁ
ବଳି, ବଳିଆର ପ୍ରଭୁ,
ଅହଂ, ମଦମତ୍ତ, ଗତିଟି ଅପଥ
ମୁଁ, ମୁଁ କାର ସବୁ ।।

ଅବୁଝା ମଣିଷ, ଅବିଵେକୀ ଈଶ
ମନମାନି କାରବାର,
ଯାହା ସେ ବୁଝଇ, ତାହା ସେ କରଇ
ବିବେକକୁ କରେ ପର ।।

କ୍ଷମତା ପାଗଳ, ବିଭବର ବଳ
ଚିନ୍ତା, ଚେତନାକୁ ହାରେ,
ହାରି, ଗୁହାରୀକୁ, କାନ ଶୁଣିବାକୁ
ଅନିଛା ପ୍ରକାଶ କରେ ।।

ଗୁରୁ, ଗୁରୁଜନ, ଜ୍ଞାନ, ଗୁଣ, ମାନ
ବିଚାର କରେନା ମନ
ଅଳପ ପାଣିରେ, କେରାଣ୍ଡି ପରାଏ
ବିତାଏ ନିଜର ଦିନ ।।

ହୀତ ଉପଦେଶ, ଲାଗୁଥାଏ ବିଷ
ସାଧୁ, ସନ୍ଥ ହୁଏ ଶତ୍ରୁ,
ଅହଂ, ଅହଂକାର, ହୀତଶତ୍ରୁ ତାର
ଖାଏ ଗୁଣ ଓ ଚରିତ୍ର ।।

ନ୍ୟାୟ କଥା ବାର୍ତ୍ତା, ଅରୁଚି ଓ ପିତା
ମୂଢ଼, ଚୋର, ଖଣ୍ଟ ପାଶେ,
ଦାଗିଦାର ବାଟ, ସଦା ସେ ଅବାଟ
ନିରୀହ ସମ୍ପତି ଶୋଷେ ।।

ଭଡାଟିଆ ଗୁଣ୍ଡା, ଅଜ୍ଞାନର ମେଣ୍ଢା
ସାଜେ, ଭକ୍ତ ଅନୁଚର,
ଲଭି ସେ ପାଉଣା, କରି ମତିବଣା
କରେ କାଣ୍ଡ ଭୟଙ୍କର ।।

କୁକୁର ପାଇଟି, ଅଇଁଠା ଖାଏଟି
ଘାତକକୁ ସମର୍ଥନ,
ନେତା ଖାଏ ଲୁଟି, ଦେଇ ବାସିରୁଟି
କହି ମଧୁର ବଚନ ।।

ମାରଇ ଝୀଂଟିକା, ବଣି ପୋଷେ ଏକା
ଚୁପ, ସଇତାନୀ ହୋଇ,
ଅନ୍ୟାୟକୁ ନ୍ୟାୟ, ନ୍ୟାୟକୁ ଅନ୍ୟାୟ
ଆପଣା ସ୍ୱାର୍ଥରେ କହି ।।

ଅନ୍ଧ ରାଇଜରେ, ଅନ୍ଧର ବିଚାରେ
ସଭାରେ ମଣିଷ ଶସ୍ତା,
କହି ଗଲେ ଦୁଃଖ, ଅଟହାସ୍ୟ ବାକ୍ୟ
ଅପମାନ ମୁଣ୍ଡ ପୋତା ।।

ସମୟ ସୁଅରେ, କେହି ହୋଇ ପାରେ
ସାମୟିକ ବାହୁବଳି
କରି ଷଡଯନ୍ତ୍ର, କାନ କୁହାମନ୍ତ୍ର
ଘରେ, ପରିବାରେ କଳି ।।

ଗୋଷ୍ଠୀରେ ବିବାଦ, କେତେ ମତ ଭେଦ
ଗାଆଁ, ସାହି ଫଡ଼ା ଫଡ଼ା,
ବିକାଶ, ଉନ୍ନତି ହୁଏ ଅଧୋଗତି
ରାଜନୀତି, ବାଟେ ଛିଡା ।।

କେତେ ପେଞ୍ଚପାଞ୍ଚ, ମୋଟା ଅଙ୍କ ଲାଞ୍ଚ
ଆପଣା ସୁବିଧା ପାଇଁ,
ସମୂହ ସ୍ୱାର୍ଥଟି, ଯାଏ ଆପେ ହଟି
ମନ୍ଦ କରମକୁ ସହି ।।

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ସନ୍ଧ୍ୟା ତୁମେ ଆଜି
Literature

ସନ୍ଧ୍ୟା ତୁମେ ଆଜି

by ସସ୍ମିତା ପଣ୍ଡା
September 11, 2026

ସସ୍ମିତା ପଣ୍ଡା, କଟିକଟା, କଟକ, ୧୧ ସେପ୍ଟେମ୍ବର ୨୦୨୬ ସନ୍ଧ୍ୟା ତୁମେ ଆଜି ଭୋଦୁଅ ତିଥିରେ ଜହ୍ନିଫୁଲ ରଙ୍ଗମାଖି ଶ୍ରାବଣ ସ୍ମୃତିରେ ମିଠା ନିଃସଙ୍ଗତା ପାଦପଲତାର ସାକ୍ଷୀ...

Read more
Renaissance

Renaissance

September 1, 2026
ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

August 29, 2026
ସ୍ମୃତିରେ ପ୍ରଣବ କିଶୋର

ସ୍ମୃତିରେ ପ୍ରଣବ କିଶୋର

August 25, 2026
ଭାରତର ସନ୍ତାନ

ଭାରତର ସନ୍ତାନ

August 15, 2026
You, Me and Tea

You, Me and Tea

August 1, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.