ଅନୁପମା ରାଉତ, ଅନୁଗୁଳ, ୨୯ ଜୁନ୍ ୨୦୨୩
ଆସନ୍ତା କି ସେଇ ଦିନଟିଏ,
ଯେଉଁ ଦିନ ସରକାର ଙ୍କ
ଜରା ଶ୍ରମରେ ଆଉ ନଥାନ୍ତେ
ଅସହାୟ ବାପା ମାଆ
ପୁଅ ଝିଅ ବୋହୁ ଙ୍କ ସ୍ନେହ ଆଦର,
ଭଲ ପାଇବା, ସେବା ସୁଶ୍ରୁଷା ରେ
ପୁରି ଉଠନ୍ତା ବାର୍ଦ୍ଧକ୍ୟ ର ଦିନ
ନାତି ନାତୁଣୀ ଙ୍କ ଗହଣ ରେ
ବିତି ଯାଆନ୍ତା ବୟସ ର ଅପରାହ୍ନ
ସାହି ପଡୋଶୀ ଙ୍କ ମେଳରେ
ଦାଣ୍ଡ ପିଣ୍ଡାରେ, ଚୌପାଢ଼ି ରେ
ଲୁଡୁ କି ଚାସ ଖେଳ ଅବା
ବିତିଲା ଦିନ ର କଥା ର ଗପ
ଘରର ଗୋଟିଏ ବଖୁରୀ ରେ
ବାପା ମାଆ ଙ୍କ ଖଟ, ଶେଜ
ଧୋତି, ଶାଢ଼ୀ ପୁରୁଣା ତାଙ୍କ କାଗଜ
ପତର, ଭାଗବତ ପୁରାଣ,
ଥାକରେ ଥୁଆ ହେଇଥିବ ଚଷମା,
ଘର କୋଣରେ ଡେରା ହୋଇଥାନ୍ତା
ବାପାଙ୍କର ଆଉ ମାଆର ବାଡ଼ି
ନାତି ନାତୁଣୀ କେବେ କେବେ
ସେଇ ବାଡ଼ି ଧରି ଠୁକୁ ଠୁକୁ ଚାଲି ରେ
ଜେଜେ, ଜେଜେ ମାଆଙ୍କ ନକଲ କରି
ହସାଉଥାନ୍ତେ ସାରା ପରିବାର
ଚା ପିଇବା ସମୟ ଆସିଲେ
ନାତି ଟୋକା ଟି ବଡ଼ ଚାଲାକ
ଠିକ ଟାଇମ ରେ ଆସି ବସି
ଢକ ଢକ ପିଇ ଯାଉଥାନ୍ତା ସବୁ
ଚା ଆଉ ଖାଲି କରି ଦିଅନ୍ତା କପ
ଛୁଆ ପିଲା ଙ୍କ ମେଳରେ ଖାଇବସିଲା
ବେଳେ ଜେଜେ ଙ୍କ ସାଙ୍ଗେ ଖାଇବି ର
ଅଝଟ ରେ ନିତି ଚାଲନ୍ତା ଲଢେଇ ତାଙ୍କ
ନାତି ନାତୁଣୀ ଙ୍କ ର
ରଜ ରେ ଦୋଳି ପାଇଁ ନାତୁଣୀର ଅଝଟ
ଲୋକ ଡାକି ବାଡ଼ିରେ ଝୁଲେଇ ଦେଉଥାନ୍ତେ
ଦୋଳି ନାତୁଣୀ ର ମୁହଁରେ ଫୁଟିଲା ହସ
ଭରି ଦିଅନ୍ତା ଜେଜେ ଙ୍କ ମନରେ
ଅସରନ୍ତି ଆତ୍ମ ସନ୍ତୋଷ
ଜେଜେମା ସାଙ୍ଗେ ଶୋଇବା
ପାଇଁ ନାତି ନାତୁଣୀ ଭିତରେ ବାଦ,
ଗପ କହ ମାଆ ବୋଲି କରୁଥାନ୍ତେ ଅଝଟ
ଘର ର ଭଲ ମନ୍ଦ କାମରେ ବାପା ମାଆ ଙ୍କ ସହ
ବସି ଖୁସି ଗପ ରେ ପୁରି ଉଠୁଥାନ୍ତା ସେ ଘର
ଘରର ମୁରବି ମୋ ବାପା ମାଆ
କହି ଗର୍ବ କରୁଥାନ୍ତେ ପୁଅ ଝିଅ
ଦେହ ପା ଭଲ ମନ୍ଦରେ
ପୁଅ ବୋହୁ ଝିଅ ଜୋଇଁ ଆଉ ଛୁଆ
ଘେରି କରୁ ଥାନ୍ତେ ନାନା ସେବା ଆଉ ସଜ
ପୂରା ପୂରା ଦିଶନ୍ତା ଘର ଠୁ ଦାଣ୍ଡ ପିଣ୍ଡା
ସରଗ ପରି ଲାଗନ୍ତା ସୁଖୀ ସଂସାର ସେ ଘର
ଆସନ୍ତା କି ସେଇ ଦିନ ଟିଏ ଦୂର ହୁଅନ୍ତା କଷ୍ଟ
ଯେତେ ସବୁ ଅବହେଳିତ ବାପା ମାଆ ଙ୍କ ଦୁଃଖ